୯ ଅଗଷ୍ଟ, ଗୁରୁବାର: ଏହି ରାଶି ଲୋକଙ୍କର ଆଜି ଅଫିସ୍‌ରେ ଉଚ୍ଚ ଅଧିକାରୀଙ୍କ ସହ ମତାନ୍ତର ହୋଇପାରେ

ମେଷ: ମାନସମ୍ମାନ ମିଳିବ। ବ୍ୟବସାୟରେ ଲାଭ ପାଇବେ। ଯାନବାହନ କିଣି ପାରନ୍ତି।

ବୃଷ: ପିଲାଙ୍କୁ ନେଇ ଖୁସି ଅନୁଭବ କରିବେ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ଧନପ୍ରାପ୍ତି ଯୋଗ ରହିଛି।

ମିଥୁନ: ଚାକିରିକୁ ନେଇ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

କର୍କଟ: ଘର ପାଇଁ କିଛି ନୂଆ ଜିନିଷ କିଣି ପାରନ୍ତି। ଧନପ୍ରାପ୍ତି ଯୋଗ ରହିଛି। ସୁସ୍ଥ ରହିବେ।

ସିଂହ: ବାଦବିବାଦରୁ ଦୂରେଇ ରୁହନ୍ତୁ। ଅଫିସ୍‌ରେ ଉଚ୍ଚ ଅଧିକାରୀଙ୍କ ସହ ମତାନ୍ତର ହୋଇପାରେ। ପିଲାମାନେ ପରୀକ୍ଷାରେ ସଫଳତା ପାଇବେ।

କନ୍ୟା: ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଚାକିରି ପରିବର୍ତ୍ତନ କରିପାରନ୍ତି। ଆର୍ଥିକ ସ୍ଥିତି ଭଲ ରହିବ ନାହିଁ।

ତୁଳା: ଉଭୟ ଚାକିରି ଓ ବ୍ୟବସାୟ କରୁଥିବା ଲୋକେ ସଫଳତା ପାଇବେ। କୌଣସି ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ କରିପାରନ୍ତି। ସୁସ୍ଥ ରହିବେ। ଆଜି କିଛି କିଣାକିଣି କରିପାରନ୍ତି।

ବିଚ୍ଛା: କୋର୍ଟରେ କିଛି କେସ୍ ଚାଲିଥିଲେ ସେଥିରେ ବିଜୟୀ ହେବେ। ଛାତ୍ରଛାତ୍ରୀମାନେ ମନ ଦେଇ ପାଠ ପଢ଼ନ୍ତୁ। ଯାନବାହନ ସୁଖ ମିଳିବ।

ଧନୁ: ପ୍ରେମ ସମ୍ପର୍କକୁ ନେଇ ଚିନ୍ତିତ ରହିବେ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମକର: ପରିବାରରେ କୌଣସି ମାଙ୍ଗଳିକ କର୍ଯ୍ୟ ଅନୁଷ୍ଠିତ ହୋଇପାରେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଅସୁସ୍ଥ ଅନୁଭବ କରିବେ।

କୁମ୍ଭ: ବନ୍ଧୁଙ୍କ ଠାରୁ ଉପହାର ପାଇପାରନ୍ତି। ବ୍ୟବସାୟରେ ଆଶା ମୁତାବକ ଲାଭ ପାଇବେ। ପରିବାର ସହିତ ସମୟ ବିତାଇବାକୁ ଚେଷ୍ଟା କରନ୍ତୁ।

ମୀନ: ଅଟକି ରହିଥିବା ଧନ ଆଜି ମିଳିପାରେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ।