ମେଷ: ଶୁଭ ଖବର ପାଇ ଖୁସି ହେବେ। ଆୟ ଅନୁସାରେ ବ୍ୟୟ ଅଧିକ ହେବ। ବନ୍ଧୁଙ୍କ ଠାରୁ ସହଯୋଗ ମିଳିବ।
ବୃଷ: ଅଫିସରେ ସୁସ୍ଥ ବାତାବରଣ ଦେଖାଯିବ। ରାଜନେତାମାନେ ପ୍ରଶଂସିତ ହେବେ। ବ୍ୟସ୍ତତା ଭିତରେ ଦିନଟି କଟିବ।
ମିଥୁନ: ଗୃହରେ ମାଙ୍ଗଳିକ କାର୍ଯ୍ୟ ପାଇଁ ଯୋଜନା କରିବେ। ଘର ପାଇଁ କୌଣସି ଉପକରଣ କିଣି ପାରନ୍ତି। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି।
କର୍କଟ: ଅସୁସ୍ଥତା ଅନୁଭବ କରିବେ। ମହିଳାମାନେ ଖୁସିରେ ଦିନ କାଟିବେ। ସନ୍ତାନମାନେ ଉଚ୍ଚ ପ୍ରଶଂସିତ ହେବେ।
ସିଂହ: ସ୍ୱାମୀ-ସ୍ତ୍ରୀଙ୍କ ସଂପର୍କ ମଧୁର ରହିବ। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। କଥାବାର୍ତ୍ତାରେ ନିୟନ୍ତ୍ରଣ ରଖନ୍ତୁ।
କନ୍ୟା: କାର୍ଯ୍ୟକ୍ଷେତ୍ରରେ ସଫଳତା ଅର୍ଜନ କରିବେ। ଶରୀର ସୁସ୍ଥ ରହିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି।
ତୁଳା: ସନ୍ତାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ବ୍ୟବସାୟରେ କଠିନ ପରିଶ୍ରମ କରିବାକୁ ପଡ଼ିବ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।
ବିଛା: ଅତି ଆପଣାର ଲୋକଙ୍କ ସହ ମନାନ୍ତର ହେବ। କାର୍ଯ୍ୟକ୍ଷେତ୍ରରେ ଦକ୍ଷତା ବଢିବ। ନୂତନ କାର୍ଯ୍ୟ ପାଇଁ ଦୃଢ଼ ପଦକ୍ଷେପ ନେବେ।
ଧନୁ: କର୍ମକ୍ଷେତ୍ରରେ ଉତ୍ସାହ ବଢ଼ିବ। ନୂତନ ବନ୍ଧୁଙ୍କ ସହିତ ଯୋଗଯୋଗ ହୋଇପାରେ। ପାରିବାରିକ ଜୀବନ ଆନନ୍ଦମୟ ହେବ।
ମକର: ପତ୍ନୀଙ୍କ ସହଯୋଗ ମିଳିବ। ଧନପ୍ରାପ୍ତିର ଯୋଗ ରହିଛି। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।
କୁମ୍ଭ: ମନ ଚଞ୍ଚଳ ରହିବ। ଥଣ୍ଡା ତଥା କଫ ଜନିତ ରୋଗ ସାମାନ୍ୟ ଦେଖା ଦେଇପାରେ। ନିଜର ସମ୍ମାନକୁ ଜଗିରଖି କାମ କରନ୍ତୁ ।
ମୀନ: କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ଯେକୌଣସି କାମରେ ହାତ ଦେଲେ ସଫଳ ହେବେ। ପରିବାରରେ ଶାନ୍ତିର ବାତାବରଣ ଦେଖାଦେବ।