ମେଷ- ନିଜ ସମ୍ପର୍କୀୟଙ୍କଠାରୁ କିଛି ସାହାଯ୍ୟ ପାଇପାରନ୍ତି। ବ୍ୟବସାୟରେ ଲାଭ ମିଳିବ। କର୍ମକ୍ଷେତ୍ରରେ ସମ୍ମାନିତ ହେବେ। ଲାଲ ମନ୍ଦାର ଗଣେଶଙ୍କୁ ଅର୍ପଣ କରନ୍ତୁ।
ବୃଷ- କର୍ମକ୍ଷେତ୍ରରେ ଆଇନର ସହାୟତା ନେଇପାରନ୍ତି। ସକାରାତ୍ମକ ଚିନ୍ତାଧାରା ବଢ଼ିବ। ବସ୍ତ୍ର ଆଦି ବ୍ୟବସାୟରେ ଲାଭ ହେବ। ଗାଈକୁ ଚାରା ଖାଇବାକୁ ଦିଅନ୍ତୁ।
ମିଥୁନ- ଶରୀର ଓ ମନ ଅସୁସ୍ଥ ରହିବ। ଛୋଟ କାମକୁ ନଜର ଅନ୍ଦାଜ କରନ୍ତୁ ନାହିଁ। ଗୃହକୁ ନିକଟ ସମ୍ପର୍କୀୟଙ୍କ ଆଗମନ ହୋଇପାରେ । ବିଷ୍ଣୁ ସହସ୍ର ନାମ ପାଠ କରନ୍ତୁ।
କର୍କଟ- ମାନସିକ ଶାନ୍ତି ଅନୁଭବ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଔଷଧ ଦୋକାନୀ ଲାଭବାନ ହେବେ।
ସିଂହ- ପ୍ରେମ ସମ୍ବନ୍ଧ ସୁଦୃଢ ହେବ। ଋଣରୁ ମୁକ୍ତି ପାଇବେ। ଶତ୍ରୁମାନେ ପରାଜିତ ହେବେ। ଲାଲ ଚନ୍ଦନ ମିଶ୍ରିତ ଜଳରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ।
କନ୍ୟା - ସନ୍ତାନମାନଙ୍କ ଚିନ୍ତା ସାମାନ୍ୟ ଦୂରୀଭୂତ ହେବ। କଳାକାରମାନଙ୍କ ପାଇଁ ନୂଆ ରାସ୍ତା ଖୋଲିବ। ଆପଣଙ୍କ ଉପଦେଶ ଅନ୍ୟମାନଙ୍କ କାମରେ ଲାଗିବ। ଗାଈକୁ ଚଣାଗୁଡ ଖାଇବାକୁ ଦିଅନ୍ତୁ।
ତୁଳା - ଆତ୍ମୀୟଙ୍କ ସହ ମତାନ୍ତର ହୋଇପାରେ। ଯାନବାହନ ଚାଳନାରେ ସତର୍କ ରୁହନ୍ତୁ। କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ପାଇପାରନ୍ତି। ହ୍ରୀଂ ଶୁକ୍ରାୟ ନମଃ ୧୦ ଥର ଜପ କରନ୍ତୁ।
ବିଛା- ନୂତନ ବନ୍ଧୁଙ୍କ ସହ ସାକ୍ଷାତ ହେବ। ଶୁଭ ଖବର ମିଳିପାରେ। କବିତା ଲେଖାରେ ମନ ବଳାଇବେ। ଲାଲ ଚନ୍ଦନ ଟିକା ମଥାରେ ଲଗାନ୍ତୁ।
ଧନୁ- କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଯିବ। କଥାବର୍ତ୍ତା ସମୟରେ ସଂଯମତା ରକ୍ଷା କରନ୍ତୁ। ନୂତନ କାର୍ଯ୍ୟରେ ମନୋନିବେଶ କରିପାରନ୍ତି। ହଳଦୀ ଚନ୍ଦନ ଟିକା ମଥାରେ ଲଗାନ୍ତୁ।
ମକର- ପଦ ପ୍ରତିଷ୍ଠା ମାନ ସମ୍ମାନ ବଢିବ। ବ୍ୟବସାୟରେ ଲାଭବାନ ହେବେ। ଆର୍ଥିକ ସହାୟତା ମିଳିବ। ସଫେଇ କର୍ମଚାରୀଙ୍କୁ ସାହାଯ୍ୟ କରନ୍ତୁ।
କୁମ୍ଭ- ଆୟଠାରୁ ବ୍ୟୟ ଅଧିକ ହେବ। ମାନସିକ ଦୁଶ୍ଚିନ୍ତା ବଢିପାରେ। କଠିନରୁ କଠିନ କାମ କରି ସଫଳତା ପାଇବେ। ଭିନ୍ନକ୍ଷମଙ୍କୁ ସାହାଯ୍ୟ କରନ୍ତୁ ।
ମୀନ- ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ। ବ୍ୟବସାୟରେ ଲାଭ ମିଳିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ନମୋ ଭଗବତେ ବାସୁଦେବାୟ ୧୨ ଥର ଜପ କରନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।