ମେଷ: ସାମ୍ବାଦିକମାନଙ୍କର ପଦ ମର୍ଯ୍ୟାଦା ବୃଦ୍ଧି ପାଇବ।ମାନ-ସମ୍ମାନ ମିଳିବ। ସମସ୍ତ ସମସ୍ୟା ସହଜରେ ସମାଧାନ ହୋଇଯିବ।
ବୃଷ: ଶୁଭ ସମାଚାର ଶୁଣି ସନ୍ତାନଙ୍କ ଚିନ୍ତା ଦୂର ହେବ। ବନ୍ଧୁ ମିତ୍ରଙ୍କଠାରୁ ଆଶାତୀତ ସହଯୋଗ ମିଳିବ। ବ୍ୟବସାୟ ସମ୍ବନ୍ଧୀୟ ଜରୁରୀ କାମ ସମ୍ପନ୍ନ ହେବ।
ମିଥୁନ: ସ୍ୱାସ୍ଥ୍ୟ ଭଲ ରହିବା ପୁରାତନ ଶତ୍ରୁମାନେ ଦୂରେଇ ଯିବେ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ।
କର୍କଟ: ସନ୍ତାନଙ୍କ ସମ୍ବନ୍ଧିତ କୌଣସି ମହତ୍ତ୍ୱପୂର୍ଣ୍ଣ କାମ ସମ୍ପୂର୍ଣ୍ଣ ହେବ। ଭୈତିକ ସୁଖସୁବିଧା ସାଧନାରେ ବୃଦ୍ଧି ହେବ। ଦୃଢ ସଂକଳ୍ପ ନେଇ ସାମାଜିକ କାର୍ଯ୍ୟରେ ନିୟୋଜିତ ହେବେ।
ସିଂହ: ଶୁଭ ସମାଚାର ଶୁଣି ମାନସିକତାରେ ପରିବର୍ତ୍ତନ ହେବ। ଅଧା ଅଧୁରା କାର୍ଯ୍ୟ ପୂରଣ କରିବା ପାଇଁ ଚେଷ୍ଟା କରିବେ। ଶିକ୍ଷା କ୍ଷେତ୍ରରେ ସଫଳତା ଲାଭ କରିବେ।
କନ୍ୟା: ଭାଗୀଦାରୀଙ୍କ ସହିତ ମତଭେଦର ନିରାକରଣ କରିପାରିବେ। ଧନ ସମ୍ବନ୍ଧୀୟ ମାମଲାରେ ବିବେକ ଦ୍ୱାରା ବିଚାର କଲେ ଲାଭ ମିଳିବ।ରାସ୍ତାଘାଟରେ ଯଥେଷ୍ଟ ସତର୍କ ହୋଇ ଚଳିବା ଉଚିତ୍।
ତୁଳା: ସରକାରୀ ସାହାଯ୍ୟ ପାଇବାର ସୁଯୋଗ ହାତ ପାହାନ୍ତାରେ ପହଞ୍ଚିବ। ଉଚ୍ଚଶିକ୍ଷା ପାଇଁ ଆଗ୍ରହ ବୃଦ୍ଧି ପାଇବ। ପଢାପଢିରେ ମନଯୋଗ ଦେବେ।
ବିଛା: ପାରିବାରିକ ଜୀବନରେ ସାମାନ୍ୟ ସୁଧାର ଆସିବ। କର୍ମକ୍ଷେତ୍ରରେ ଲୋକଙ୍କୁ ନିଜର କରିପାରିବେ। ଅତୀତ କଥାକୁ ଚିନ୍ତା କରି ଭାବପ୍ରବଣତା ବୃଦ୍ଧି ହେବ।
ଧନୁ: ନିଜର ବୁଦ୍ଧିମତା କାରଣରୁ କାମ ହାସଲ କରିପାରିବେ। ସହକର୍ମୀ ଓ ମିତ୍ରମାନେ ପ୍ରଶଂସା କରିବେ। ଅଧିକ ପରିଶ୍ରମ କରି ଅର୍ଥ ଲାଭ କରିବେ।
ମକର: ସାମାଜିକ କ୍ଷେତ୍ରରେ ଅନ୍ୟର ଉପକାର କରି ପ୍ରଶଂସିତ ହେବେ। ପୁରାତନ ରୋଗର ଉପଶମ ହୋଇ ସ୍ୱାସ୍ଥ୍ୟରେ ଉନ୍ନତି ହେବ। ପାରିବାରିକ କ୍ଷେତ୍ରରେ କୌଣସି ଶୁଭ ସମାଚାର ଶୁଣିବାକୁ ମିଳିବ।
କୁମ୍ଭ: କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ ଫଳରେ ପ୍ରଶଂସିତ ହେବେ। ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିପାରନ୍ତି। ଆର୍ଥିକ ସ୍ଥିତି ଆବଶ୍ୟକଠାରୁ ଅଧିକ ବିସ୍ତାରିତ ହେବ।
ମୀନ: ସାମାଜିକ କ୍ଷେତ୍ରରେ ସହନଶୀଳତା ଯୋଗେ ଯଶ ମିଳିବ। ଶାରୀରିକ ଅସୁସ୍ଥତା ଦୂର ହେବ। ଉଚ୍ଚବିଦ୍ୟା ଅଧ୍ୟୟନ ପାଇଁ ଶୁଭ ସମାଚାର ପାଇ କଷ୍ଟ ଦୂର ହେବ।