୨୬ ମେ’, ମଙ୍ଗଳବାର: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ

ମେଷ: ମାନ-ସମ୍ମାନ ବୃଦ୍ଧି ହେବ। କର୍ମକ୍ଷେତ୍ରରେ ଶୁଭ ସମାଚାର ଶୁଣି ଆନନ୍ଦିତ ହେବେ। ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା କ୍ଷେତ୍ରରେ ସଫଳ ହେବେ। ବୃଷ: ପରିବାରର କୌଣସି ସଦସ୍ୟ ଆପଣଙ୍କୁ ଆର୍ଥିକ ସହଯୋଗ କରିପାରନ୍ତି। ସ୍ୱାଦିଷ୍ଟ ଭୋଜନ ଖାଇବେ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ। ମିଥୁନ: ଶାରିରୀକ ଅସୁସ୍ଥତା ଦୂର ହେବ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଗୋ’ମାତାକୁ କିଛି ଖାଇବାକୁ ଦିଅନ୍ତୁ। କର୍କଟ: ଶୁଭ ସମାଚାର ଶୁଣିବେ। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। କୁକୁରକୁ କିଛି ଖାଇବାକୁ ଦିଅନ୍ତୁ। ସିଂହ: […]

rasifala12333-1

Tapaswini Nayak
  • Published: Tuesday, 26 May 2020
  • , Updated: 26 May 2020, 08:07 AM IST

ମେଷ: ମାନ-ସମ୍ମାନ ବୃଦ୍ଧି ହେବ। କର୍ମକ୍ଷେତ୍ରରେ ଶୁଭ ସମାଚାର ଶୁଣି ଆନନ୍ଦିତ ହେବେ। ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା କ୍ଷେତ୍ରରେ ସଫଳ ହେବେ।

ବୃଷ: ପରିବାରର କୌଣସି ସଦସ୍ୟ ଆପଣଙ୍କୁ ଆର୍ଥିକ ସହଯୋଗ କରିପାରନ୍ତି। ସ୍ୱାଦିଷ୍ଟ ଭୋଜନ ଖାଇବେ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ମିଥୁନ: ଶାରିରୀକ ଅସୁସ୍ଥତା ଦୂର ହେବ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଗୋ’ମାତାକୁ କିଛି ଖାଇବାକୁ ଦିଅନ୍ତୁ।

କର୍କଟ: ଶୁଭ ସମାଚାର ଶୁଣିବେ। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ସିଂହ: ଯଶମାନ ବୃଦ୍ଧି ହେବ। ନୂତନ ବ୍ୟବସାୟ ଆରମ୍ଭ କଲେ ଲାଭ ହେବେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନଯୋଗ ଦେବେ।

କନ୍ୟା: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ସହକର୍ମୀଙ୍କ ସହଯୋଗ ମିଳିବ। ମାଆ, ବାପା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ।

ତୁଳା: ପରୋପକାର ବା ସମାଜସେବା କାର୍ଯ୍ୟରେ ରୁଚି ବୃଦ୍ଧି ହେବ। ସନ୍ତାନଙ୍କ ସମ୍ବନ୍ଧୀୟ କୌଣସି ମହତ୍ୱପୂର୍ଣ୍ଣକାମ ଆପଣଙ୍କ ଦ୍ୱାରା ହୋଇପାରେ।

ବିଛା: ଅଧିକ ପରିଶ୍ରମ କରିପାରନ୍ତି। ସାମାଜିକ କାର୍ଯ୍ୟରେ ଖର୍ଚ୍ଚ ଅଧିକ ହେବ। ମନ ପ୍ରସନ୍ନ ରହିବ।

ଧନୁ: ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ।  ପରିବାର ସଦସ୍ୟଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି। ମିତ୍ରମାନଙ୍କର ସହଯୋଗ ପ୍ରାପ୍ତି ହେବ।

ମକର: କୌଣସି କଥାକୁ ନେଇ ପରିବାର ମଧ୍ୟରେ ଅଶାନ୍ତି ସୃଷ୍ଟି ହେବ। ବିଦ୍ୟାର୍ଥୀମାନଙ୍କର କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ। ନୂତନ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ହେବେ।

କୁମ୍ଭ: ସ୍ୱାସ୍ଥ୍ୟ ଭଲ ରହିବ। ଧନପ୍ରାପ୍ତି ଯୋଗ ରହିଛି। ସନ୍ତାନର ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି।

ମୀନ: ନିଜ ବୁଦ୍ଧି ଖଟାଇ ଜଟିଳ କାର୍ଯ୍ୟକୁ ସହଜରେ କରାଇ ନେବେ। ସହକର୍ମୀମାନେ ପ୍ରଶଂସା କରିବେ। ଅଧିକ ପରିଶ୍ରମ କରି ଅର୍ଥ ଲାଭ କରିବେ।

Related story