୨୩ ମେ’, ଶନିବାର: ସ୍ୱାସ୍ଥ୍ୟରେ ଉନ୍ନତି ହେବ

ମେଷ: ସମାଜ ସେବାରେ ସୁନାମ ଅର୍ଜନ କରିବେ। ସ୍ୱାସ୍ଥ୍ୟରେ ଉନ୍ନତି ସହ ମାନସିକ ସ୍ଥିରତା ଦେଖାଦେବ। ବ୍ୟବସାୟରେ ଆୟ ବୃଦ୍ଧି ହେବ। ବୃଷ: ପଡ଼ୋଶୀ ବା କୁଟୁମ୍ବଙ୍କ ସହ ଥିବା ମନାନ୍ତର ଦୂର ହେବ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କଲେ ବିପଦରେ ପଡ଼ିପାରନ୍ତି। ରାସ୍ତାଘାଟରେ ଯଥେଷ୍ଟ ସତର୍କ ହୋଇ ଚଳିବା ଉଚିତ। ମିଥୁନ: ସ୍ୱାସ୍ଥ୍ୟରେ ଉନ୍ନତି ହେବ। ରାଜକୀୟ ମାମଲାରେ ସଫଳତା ମିଳିବ। ପାରିବାରିକ କ୍ଷେତ୍ରରେ ଚିତ୍ତ ପ୍ରସନ୍ନ ଯୋଗେ କାର୍ଯ୍ୟ ସିଦ୍ଧି ହେବ। କର୍କଟ: […]

astrology-12345

Tapaswini Nayak
  • Published: Saturday, 23 May 2020
  • , Updated: 23 May 2020, 08:44 AM IST

ମେଷ: ସମାଜ ସେବାରେ ସୁନାମ ଅର୍ଜନ କରିବେ। ସ୍ୱାସ୍ଥ୍ୟରେ ଉନ୍ନତି ସହ ମାନସିକ ସ୍ଥିରତା ଦେଖାଦେବ। ବ୍ୟବସାୟରେ ଆୟ ବୃଦ୍ଧି ହେବ।

ବୃଷ: ପଡ଼ୋଶୀ ବା କୁଟୁମ୍ବଙ୍କ ସହ ଥିବା ମନାନ୍ତର ଦୂର ହେବ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କଲେ ବିପଦରେ ପଡ଼ିପାରନ୍ତି। ରାସ୍ତାଘାଟରେ ଯଥେଷ୍ଟ ସତର୍କ ହୋଇ ଚଳିବା ଉଚିତ।

ମିଥୁନ: ସ୍ୱାସ୍ଥ୍ୟରେ ଉନ୍ନତି ହେବ। ରାଜକୀୟ ମାମଲାରେ ସଫଳତା ମିଳିବ। ପାରିବାରିକ କ୍ଷେତ୍ରରେ ଚିତ୍ତ ପ୍ରସନ୍ନ ଯୋଗେ କାର୍ଯ୍ୟ ସିଦ୍ଧି ହେବ।

କର୍କଟ: ବ୍ୟକ୍ତିତ୍ୱ ଓ ପ୍ରତିଭା ବଳରେ ଧନ ସମ୍ପଦରେ ଅଭିବୃଦ୍ଧି ଘଟିବ। ଅର୍ଥ ସମ୍ପର୍କିତ ଚୁକ୍ତିପତ୍ର କଲେ ଲାଭବାନ ହେବେ। ସହଯୋଗୀମାନଙ୍କର ପୂର୍ଣ୍ଣ ସହଯୋଗ ପାଇ ଉତ୍ତମ ଲାଭ କରି ପାରିବେ।

ସିଂହ: ବ୍ୟବସାୟ ବଢ଼ିବ। ଛାତ୍ରଛାତ୍ରୀମାନେ ଅଧ୍ୟୟନ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ।

କନ୍ୟା: ସହନଶୀଳତା ଗୁଣ ଯୋଗୁ ପ୍ରଶଂସିତ ହେବେ। ପ୍ରିୟ ବନ୍ଧୁ ଆର୍ଥିକ ସହାୟତାର ହାତ ବଢ଼ାଇବେ। ରାସ୍ତା ଘାଟରେ ସତର୍କତା ଅବଲମ୍ବନ କରିବେ।

ତୁଳା: ପାରିବାରିକ କ୍ଷେତ୍ରରେ ଆତ୍ମସନ୍ତୋଷ ଲାଭ କରିବେ। ବେପରୁଆ ମନୋଭାବ ଯୋଗୁ ସମସ୍ୟାରେ ପଡ଼ିପାରନ୍ତି।

ବିଛା: ବିରୋଧୀମାନଙ୍କୁ ପରାସ୍ତ କରି ବିଜୟୀ ହେବେ। ସତର୍କ ନ ରୁହନ୍ତୁ। ଅସୁସ୍ଥ ଅନୁଭବ କରିବେ।

ଧନୁ: ବନ୍ଦ ହୋଇଥିବା ବେପାର ପୁଣି ଚାଲୁ ହେବ। ପରିବାରରେ ଖୁସି ବଜାୟ ରହିବ। ଆତ୍ମନିର୍ଭରଶୀଳ ହେବେ।

ମକର: ସାମାଜିକ କ୍ଷେତ୍ରରେ ମାନ-ସମ୍ମାନ ଲାଭ କରିବେ। ଅଟିଥିବା କାମ ପୂର୍ଣ୍ଣ ହୋଇଯିବ। ଶୁଭ ଖବର ପାଇ ଖୁସି ହେବେ।

କୁମ୍ଭ: ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଶାରୀରିକ ସୁସ୍ଥତା ଅନୁଭବ କରିବେ। ପାରିବାରିକ କଳହର ସମାଧାନ ହୋଇଯିବ।

ମୀନ: ଅଧ୍ୟୟନ, ଅନୁସନ୍ଧାନ ଓ ଲେଖନ ଆଦି କାର୍ଯ୍ୟ ଆରମ୍ଭ କରିବେ। ପରିଶ୍ରମର ଫଳ ପାଇବେ। କର୍ମକ୍ଷେତ୍ରରେ ପଦୋନ୍ନତିର ସୁଯୋଗ ରହିଛି।

Related story