ଭାଗ୍ୟ କହିବ କପାଳ: ଜାଣନ୍ତୁ, ଆପଣଙ୍କ କପାଳରେ କ’ଣ ଲେଖା ଅଛି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ସମୁଦ୍ର ଶାସ୍ତ୍ରରେ ଶରୀରର ବିଭିନ୍ନ ଅଙ୍ଗର ଗଠନ, ଲକ୍ଷଣ ଓ ବ୍ୟକ୍ତିଙ୍କ ଚାଲିଚଳନ ଦେଖି ଭବିଷ୍ୟତ କୁହାଯାଇଥାଏ। ଏହି ଶାସ୍ତ୍ର ଅନୁସାରେ, କପାଳ ରେଖାରୁ ବ୍ୟକ୍ତିଙ୍କ ଭବିଷ୍ୟତର ଆକଳନ କରାଯାଇପାରିବ। କପାଳକୁ ଦେଖି ବ୍ୟକ୍ତିଙ୍କ ଜୀବନ ସହ ଜଡ଼ିତ ଅନେକ ରହସ୍ୟ ମଧ୍ୟ କହିହେବ। ଏବେ ଆସନ୍ତୁ ଜାଣିବା, ଆପଣଙ୍କ କପାଳରେ କ’ଣ ଲେଖା ଅଛି।

୧. ସମୁଦ୍ର ଶାସ୍ତ୍ର ଅନୁସାରେ, ଯେଉଁ ବ୍ୟକ୍ତିଙ୍କ କପାଳ ବହୁତ ଚଉଡ଼ା ହୋଇଥାଏ, ସେମାନେ ଅତ୍ୟନ୍ତ ବୁଦ୍ଧିମାନ। ଏଥିସହ ସେମାନେ ଅତ୍ୟନ୍ତ ଚାଲାକ ଓ ଚତୁର ମଧ୍ୟ ହୋଇଥାନ୍ତି।

୨. ଯେଉଁ ବ୍ୟକ୍ତିଙ୍କ କପାଳ ଟିକେ ଆଗକୁ ବାହାରି ଥାଏ, ସେମାନେ ସାଧାରଣତଃ ଲୋଭୀ ପ୍ରକୃତିର ହୋଇଥା’ନ୍ତି। ଏମାନେ କେବେ ବି ଅଳ୍ପକେ ସନ୍ତୁଷ୍ଟ ହୁଅନ୍ତି ନାହିଁ।  ଖାଲି ସେତିକି ନୁହେଁ, ଏମାନଙ୍କର ସବୁବେଳେ ପର ଧନ ଉପରେ ନଜର ରହିଥାଏ ।

୩. ଯେଉଁ ବ୍ୟକ୍ତିଙ୍କ କପାଳ ସରୁ ବା ଛୋଟ, ସେମାନେ ଅନେକ ଗୁଣବାନ ହୋଇଥା’ନ୍ତି। ଏମାନଙ୍କଠାରେ ଅନେକ ଲୁକ୍କାୟିତ ପ୍ରତିଭା ଥାଏ। ନିଜ ପ୍ରତିଭା ଓ ଜ୍ଞାନ ବଳରେ ଏମାନେ ଆଗକୁ ଯାଆନ୍ତି ଓ ସଫଳ ମଧ୍ୟ ହୋଇଥା’ନ୍ତି। ଏମାନଙ୍କ ପାଖରେ କେବେ ଧନ ସମ୍ପତ୍ତିର ଅଭାବ ଦେଖାଯାଏ ନାହିଁ।

୪. ଯେଉଁ ବ୍ୟକ୍ତିଙ୍କ କପାଳରେ ରେଖାଗୁଡ଼ିକ ଗଭୀର ଥାଏ, ସେମାନେ ଦୀର୍ଘାୟୁ ହୋଇଥାନ୍ତି। ଏମାନେ ଜ୍ଞାନୀ ଓ ଜୀବନରେ ଅନେକ କିଛି ହାସଲ କରନ୍ତି। ଏମାନଙ୍କ ପ୍ରାୟ ସବୁ ଲକ୍ଷ୍ୟ ପୂରଣ ହୋଇଥାଏ।

୫. ଯେଉଁ ବ୍ୟକ୍ତିଙ୍କର କପାଳରେ  କୌଣସି ରେଖା ନଥାଏ, ସେମାନେ ଜୀବନରେ ଦୁଃଖୀ ହୋଇଥା’ନ୍ତି। ମଧ୍ୟ ବୟସରେ ଏମାନଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ। ଏମାନଙ୍କୁ ଜୀବନରେ ବହୁ ସଂଘର୍ଷ ମଧ୍ୟ କରିବାକୁ ପଡ଼ିଥାଏ।