୧୩ ଏପ୍ରିଲ, ମଙ୍ଗଳବାର: ନୂଆ ସ୍ଥାନରେ ଚାକିରି ସୁଯୋଗ ମିଳିବ

ମେଷ: ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଚାକିରି କ୍ଷେତ୍ରରେ ଥିବା ଲୋକଙ୍କର ଉଚ୍ଚ ଅଧିକାରୀଙ୍କ ସହ ଝଗଡ଼ା ହୋଇପାରେ। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ବୃଷ: କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଦେବ। ବ୍ୟବସାୟରେ ବାଧା ସୃଷ୍ଟି ହୋଇପାରେ। ଆୟ ତୁଳନାରେ ବ୍ୟୟ ଅଧିକ ହେବ। ମହିଳାମାନେ କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ମିଥୁନ: ଘରକୁ ଅତିଥି ଆସିପାରନ୍ତି। ସୁସ୍ୱାଦୁ ଭୋଜନ ଖାଇବେ। ରାସ୍ତାରେ ଯା’ଆସ କଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଅପରାହ୍ଣ ପରେ କୌଣସି କଥାକୁ […]

Horoscope

Jitendra Garnayak
  • Published: Tuesday, 13 April 2021
  • , Updated: 13 April 2021, 10:55 AM IST

ମେଷ: ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଚାକିରି କ୍ଷେତ୍ରରେ ଥିବା ଲୋକଙ୍କର ଉଚ୍ଚ ଅଧିକାରୀଙ୍କ ସହ ଝଗଡ଼ା ହୋଇପାରେ। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ।

ବୃଷ: କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଦେବ। ବ୍ୟବସାୟରେ ବାଧା ସୃଷ୍ଟି ହୋଇପାରେ। ଆୟ ତୁଳନାରେ ବ୍ୟୟ ଅଧିକ ହେବ। ମହିଳାମାନେ କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି।

ମିଥୁନ: ଘରକୁ ଅତିଥି ଆସିପାରନ୍ତି। ସୁସ୍ୱାଦୁ ଭୋଜନ ଖାଇବେ। ରାସ୍ତାରେ ଯା’ଆସ କଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଅପରାହ୍ଣ ପରେ କୌଣସି କଥାକୁ ନେଇ ମନ ଅଶାନ୍ତ ରହିପାରେ।

କର୍କଟ: ଶୁଭ ସମ୍ବାଦ ପାଇପାରନ୍ତି। ପରିବାରରେ ଶାନ୍ତି ବଜାୟ ରହିବ। ମହିଳା ଓ ପିଲାମାନେ ଖୁସି ରହିବେ। ସାମାନ୍ୟ ଅସୁସ୍ଥ ଅନୁଭବ କରିପାରନ୍ତି।

ସିଂହ: ବ୍ୟବସାୟରେ ସଫଳ ହେବେ। କର୍ମକ୍ଷେତ୍ରରେ ଗୁପ୍ତଶତ୍ରୁ ଭୟ ଲାଗିରହିବ। ତେବେ ସେମାନେ କିଛି କ୍ଷତି କରିପାରିବେ ନାହିଁ।

କନ୍ୟା: ଶରୀର ଅସୁସ୍ଥ ରହିବ। ତେଣୁ ମନ ଅଶାନ୍ତ ରହିବ। ଅଧିକ ପରିଶ୍ରମ ଯୋଗୁଁ କ୍ଳାନ୍ତି ଅନୁଭବ କରିବେ। କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବନ୍ଧୁଙ୍କ ସାହାଯ୍ୟ ପାଇବେ।

ତୁଳା: ପଦୋନ୍ନତି ମିଳିପାରେ। ଶତ୍ରୁମାନେ ପରାଜିତ ହେବେ। ଦିନଟି ଭଲରେ କଟିପାରେ। ଆଜି ଲକ୍ଷ୍ମୀ-ନାରାୟଣଙ୍କୁ ଆରାଧନା କରନ୍ତୁ ଓ ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ବିଛା: ନୂଆ ସ୍ଥାନରେ ଚାକିରି ସୁଯୋଗ ମିଳିବ। ଭାଇମାନଙ୍କ ମଧ୍ୟରେ ସଂପତ୍ତିକୁ ନେଇ ବିବାଦ ଦେଖାଦେଇପାରେ।

ଧନୁ: ପରିବାରରେ ସାମାନ୍ୟ ବାଦବିବାଦ ଯୋଗୁଁ ମନ ଅଶାନ୍ତ ରହିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। କୌଣସି ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ।

ମକର: କର୍ମକ୍ଷେତ୍ରରେ ବିବାଦ ଯୋଗୁଁ ମାନସିକ ଅଶାନ୍ତି ଦେଖାଦେବ। ଆର୍ଥିକ କ୍ଷତି ହୋଇପାରେ। ବନ୍ଧୁଙ୍କ ସାହାଯ୍ୟ ପାଇବେ।

କୁମ୍ଭ: ସମାଜରେ ମାନସମ୍ମାନ ବଢ଼ିବ। ବ୍ୟବସାୟ ଆଶା ମୁତାବକ ଲାଭ ମିଳି ନପାରେ। ଶରୀରରେ ଆଘାତ ଲାଗିପାରେ। ତେଣୁ ସତର୍କ ରୁହନ୍ତୁ।

ମୀନ: ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ତେଣୁ ଦେଖିଚାହିଁ ଅର୍ଥ ବ୍ୟୟ କରନ୍ତୁ। ମାନସିକ ଅସ୍ଥିରତା ଦେଖାଦେବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱ ଉପୁଜିବ।

Related story