୧୫ ଡିସେମ୍ବର, ମଙ୍ଗଳବାର: ମାଗଣାରେ କୌଣସି ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ

ମେଷ: ବନ୍ଧୁ ସାହାଯ୍ୟ କରିବେ। ବହୁ ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ। ପରିବାରରେ ପରିସ୍ଥିତି ଜଟିଳ ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ। ବୃଷ: ନକାରାତ୍ମକ ଚିନ୍ତାରୁ ଦୂରେଇ ରହିବାକୁ ପ୍ରୟାସ କରିବେ। କୌଣସି ଧାର୍ମିକ କାର୍ଯ୍ୟର ଆୟୋଜନ କରିବେ। ମାଲିମକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ। ମିଥୁନ: ଅଫିସ୍‌ରେ ବା କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହଯୋଗ ପାଇବେ। ଋଣମୁକ୍ତ ହେବା ପାଇଁ ଯୋଜନା ପ୍ରସ୍ତୁତ କରିବେ। ମାଗଣାରେ କୌଣସି ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ। […]

Daily Horoscope

Jitendra Garnayak
  • Published: Tuesday, 15 December 2020
  • , Updated: 15 December 2020, 08:12 AM IST

ମେଷ: ବନ୍ଧୁ ସାହାଯ୍ୟ କରିବେ। ବହୁ ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ। ପରିବାରରେ ପରିସ୍ଥିତି ଜଟିଳ ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ।

ବୃଷ: ନକାରାତ୍ମକ ଚିନ୍ତାରୁ ଦୂରେଇ ରହିବାକୁ ପ୍ରୟାସ କରିବେ। କୌଣସି ଧାର୍ମିକ କାର୍ଯ୍ୟର ଆୟୋଜନ କରିବେ। ମାଲିମକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ।

ମିଥୁନ: ଅଫିସ୍‌ରେ ବା କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହଯୋଗ ପାଇବେ। ଋଣମୁକ୍ତ ହେବା ପାଇଁ ଯୋଜନା ପ୍ରସ୍ତୁତ କରିବେ। ମାଗଣାରେ କୌଣସି ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ।

କର୍କଟ: ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବା ସହ ଶତ୍ରୁମାନଙ୍କ ମୁକାବିଲା କରିପାରିବେ। ସନ୍ତାନମାନଙ୍କ ଉନ୍ନତିରେ ଖୁସି ହେବେ।

ବ୍ୟବସାୟରେ ଭଲ ଲାଭ ମିଳିବ।

ସିଂହ: ସୁଖସମୃଦ୍ଧି ବୃଦ୍ଧି ହେବ। ପ୍ରଶଂସିତ ହେବେ। ସନ୍ତାନସନ୍ତତିଙ୍କୁ ନେଇ ଆଶାବାଦୀ ହେବେ। ନିର୍ମାଣ କ୍ଷେତ୍ରରେ ଆଗକୁ ବଢ଼ିବାରେ ସମର୍ଥ ହେବେ।

କନ୍ୟା: ପରିବାରରେ ଥିବା ଆର୍ଥିକ ସମସ୍ୟାର ସମାଧାନ ହୋଇଯିବ। କୌଣସି ବନ୍ଧୁ ସହାୟତା କରିପାରନ୍ତି। ବ୍ୟବସାୟରେ ସାମାନ୍ୟ ଲାଭ ହେବ। ଦୂରଯାତ୍ରା କରିପାରନ୍ତି।

ତୁଳା: କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦର ଅବସାନ ହେବ। ଆୟ ବା ଚାକିରିର ନୂଆ ସୁଯୋଗ ଆସିପାରେ। ତେବେ ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ଉଚିତ୍ ନୁହେଁ।

ବିଛା: ନିଜ ଦକ୍ଷତା ପାଇଁ ସମ୍ମାନିତ ହେବେ। ବାଣିଜ୍ୟ କ୍ଷେତ୍ରରେ ଥିବା ଲୋକଙ୍କ ଆଶା ପୂରଣ ହେବ। ପାରିବାରିକ ଜୀବନ ଭଲ ରହିବ।

ଧନୁ: ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ। ବିଦ୍ୟାର୍ଥୀମାନେ ନିଜ ଉଦ୍ଦେଶ୍ୟକୁ ସଫଳ କରିବାକୁ ସକ୍ଷମ ହେବେ। ଅଫିସ୍ ପରିସ୍ଥିତି ଯେତେ ଜଟିଳ ଥିଲେ ମଧ୍ୟ ସମାଧାନ କରି ପ୍ରଶଂସିତ ହେବେ।

ମକର: ସାମାଜରେ ମାନସମ୍ମାନ ବଢ଼ିବ। ଭଲ ଭାବରେ ଚିନ୍ତା କରି କାମରେ ଆଗେଇ ଚାଲନ୍ତୁ, କୌଣସି ଅସୁବିଧା ହେବ ନାହିଁ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ।

କୁମ୍ଭ: ସବୁ ଇଚ୍ଛା ପୂରଣ କରିବାକୁ ଚେଷ୍ଟା କରିବେ। ପରିବାର ଲୋକଙ୍କ ସମର୍ଥନ ମିଳିବ। ରାସ୍ତାରେ ଯା’ଆସ କଲା ବେଳେ ସତର୍କ ରୁହନ୍ତୁ।

ମୀନ: ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବା ସହ ଦୂର ଯାତ୍ରାର ସୁଯୋଗ ପାଇବେ। ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ନେଇପାରନ୍ତି। ପରିବହନ ବ୍ୟବସାୟରେ ଥିବା ଲୋକେ ଭଲ ଲାଭ କାରିବେ।

Related story