୧୬ ଜାନୁଆରୀ, ଶନିବାର: ଆୟ ବଢ଼ିବ

ମେଷ: ଉଚ୍ଚଶିକ୍ଷା ପାଇଁ କରିଥିବା ଦୂର ଯାତ୍ରା ବିଫଳ ହେବ ନାହିଁ। ଜାଗା, ଜମି ଓ ଗୃହ ସମ୍ବନ୍ଧୀୟ ସମସ୍ୟାର ସମାଧାନ କରି ପ୍ରଶଂସା ପାଇବେ। ନୂତନ ବ୍ୟବସାୟ ଆରମ୍ଭ କରିପାରିବେ। କର୍ମକ୍ଷେତ୍ରରେ ଦୀର୍ଘଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ବୃଷ: ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ଲୋକେ ପ୍ରଶଂସିତ ହେବେ। ବ୍ୟବସାୟରେ ମନ ମୁତାବକ ଲାଭ ପାଇବେ। ଆପଣଙ୍କ କାର୍ଯ୍ୟରେ ଉଚ୍ଚ ଅଧିକାରୀ ପ୍ରସନ୍ନ ହେବେ। ମିଥୁନ: ଚିନ୍ତା ଦୂର ହେବ। ଧନ ଉପାର୍ଜନ […]

Daily Horoscope

Jitendra Garnayak
  • Published: Saturday, 16 January 2021
  • , Updated: 16 January 2021, 07:48 AM IST

ମେଷ: ଉଚ୍ଚଶିକ୍ଷା ପାଇଁ କରିଥିବା ଦୂର ଯାତ୍ରା ବିଫଳ ହେବ ନାହିଁ। ଜାଗା, ଜମି ଓ ଗୃହ ସମ୍ବନ୍ଧୀୟ ସମସ୍ୟାର ସମାଧାନ କରି ପ୍ରଶଂସା ପାଇବେ। ନୂତନ ବ୍ୟବସାୟ ଆରମ୍ଭ କରିପାରିବେ। କର୍ମକ୍ଷେତ୍ରରେ ଦୀର୍ଘଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ।

ବୃଷ: ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ଲୋକେ ପ୍ରଶଂସିତ ହେବେ। ବ୍ୟବସାୟରେ ମନ ମୁତାବକ ଲାଭ ପାଇବେ। ଆପଣଙ୍କ କାର୍ଯ୍ୟରେ ଉଚ୍ଚ ଅଧିକାରୀ ପ୍ରସନ୍ନ ହେବେ।

ମିଥୁନ: ଚିନ୍ତା ଦୂର ହେବ। ଧନ ଉପାର୍ଜନ କରିବା ପାଇଁ ନୂତନ ଯୋଜନା ପ୍ରସ୍ତୁତ କରି ସଫଳ ହେବେ। ଆଜି ଶିବମନ୍ଦିରରେ କଞ୍ଚାକ୍ଷୀର ଢାଳି ପାଦୁକ ପାନ କରନ୍ତୁ।

କର୍କଟ: ଅଫିସ୍‌ରେ ସହଯୋଗୀମାନେ ପୂର୍ଣ୍ଣ ସହଯୋଗ କରିବେ। କାହା ଉପରେ ଶତପ୍ରତିଶତ ଭରସା କରି କାମ କରନ୍ତୁ ନାହିଁ। ରାସ୍ତାରେ ଗାଡ଼ିରେ ଯା’ଆସ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

ସିଂହ: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଭଲ ଲାଭ ପାଇବେ। ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନ ଦେବେ। କାର୍ଯ୍ୟ କ୍ଷେତ୍ରରେ ଉତ୍ତମ ଆଚରଣ ଓ ମଧୁର କଥା ଯୋଗୁ ସମସ୍ତେ ସମ୍ମାନ କରିବେ।

କନ୍ୟା: ଆୟ ବଢ଼ିବ। ତେବେ ଦେଖିଚାହିଁ ବ୍ୟୟ କରନ୍ତୁ। ନୂତନ ଉଦ୍ୟମରେ ନିଶ୍ଚିତ ସଫଳତା ପ୍ରାପ୍ତି ହେବ। ଜନସମ୍ପର୍କ ସୁଦୃଢ଼ ହେବ। ଫଳରେ ଯାହା ଚିନ୍ତା କରିଛନ୍ତି, ତାହା ପୂରଣ ହେବ।

ତୁଳା: ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନ ବୃଦ୍ଧି ହେବ। ପରିବାରର ସଦସ୍ୟମାନେ ପରସ୍ପରକୁ ସହଯୋଗ କରିବେ। ଶିକ୍ଷା କ୍ଷେତ୍ରରେ ଉଚିତ୍ ମାର୍ଗଦର୍ଶନ ପାଇବେ।

ବିଛା: ବିରୋଧୀମାନେ ଚୁପ୍ ରହିବେ। ବନ୍ଧୁଙ୍କ ସାହାଯ୍ୟରେ ବିଗିଡ଼ିଥିବା କାର୍ଯ୍ୟକୁ ସୁଧାରି ପାରିବେ। ନୂଆ ବନ୍ଧୁ ମିଳିବେ।

ଧନୁ: କୌଣସି ସାମାଜିକ କାର୍ଯ୍ୟରେ ଯୋଗ ଦେବେ। କୌଣସି ଦାମୀ ଜିନିଷ କିଣିପାରନ୍ତି। ଆଶା କରୁଥିବା କାର୍ଯ୍ୟ ସଂପନ୍ନ ହେବ। ତେଣୁ ମନ ଶାନ୍ତ ରହିବ।

ମକର: ଲୋକ ସଂପର୍କ ବଢ଼ିବ। ଭାଇଭଉଣୀଙ୍କ ସହ ଥିବା ମତଭେଦ ଦୂର ହେବ। ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନ ଦେବେ।

କୁମ୍ଭ: ସମସ୍ତଙ୍କର ସହଯୋଗ ପାଇବେ। ଆୟ ଭଲ ରହିବ। ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ମୀନ: କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଥିଲେ, ନିଶ୍ଚୟ କରିପାରିବେ। କଠିନ ପରିଶ୍ରମ କରିବାକୁ ପଡ଼ିପାରେ। ସନ୍ଧ୍ୟା ପରେ ଅସୁସ୍ଥ ଅନୁଭବ କରିପାରନ୍ତି।

Related story