୧୮ ଜାନୁଆରୀ, ସୋମବାର: ନୂଆ ନିଯୁକ୍ତି ମିଳିପାରେ

ମେଷ: ଶିକ୍ଷାକ୍ଷେତ୍ରରେ ସଫଳତା ଲାଭ କରିବେ। ବ୍ୟବସାୟରେ ଲାଭବାନ ହେବେ। ଅଭାବ ଅନାଟନ ଦୂର ହେଇ ସ୍ଥିତି ସନ୍ତୋଷପ୍ରଦ ହେବ। ବୃଷ: ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ଦ୍ୱାରା ଉତ୍ତମ ରୋଜଗାର ମିଳିବ। ବ୍ୟବସାୟରେ ଶତ୍ରୁ ପରାଜିତ ହୋଇ ଭଲ ଲାଭ ପାଇବେ।ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବା ଫଳରେ ଉତ୍ତମ ରୋଜଗାର ମିଳିବ। ମିଥୁନ: କର୍ମକ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇପାରନ୍ତି। ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ। ଗାଡ଼ିରେ ଯିବାଆସିବା କଲାବେଳେ ସତର୍କତା ଅବଲମ୍ବନ କରିବା ଉଚିତ୍। […]

Daily Horoscope

Jitendra Garnayak
  • Published: Monday, 18 January 2021
  • , Updated: 18 January 2021, 08:07 AM IST

ମେଷ: ଶିକ୍ଷାକ୍ଷେତ୍ରରେ ସଫଳତା ଲାଭ କରିବେ। ବ୍ୟବସାୟରେ ଲାଭବାନ ହେବେ। ଅଭାବ ଅନାଟନ ଦୂର ହେଇ ସ୍ଥିତି ସନ୍ତୋଷପ୍ରଦ ହେବ।

ବୃଷ: ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ଦ୍ୱାରା ଉତ୍ତମ ରୋଜଗାର ମିଳିବ। ବ୍ୟବସାୟରେ ଶତ୍ରୁ ପରାଜିତ ହୋଇ ଭଲ ଲାଭ ପାଇବେ।ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବା ଫଳରେ ଉତ୍ତମ ରୋଜଗାର ମିଳିବ।

ମିଥୁନ: କର୍ମକ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇପାରନ୍ତି। ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ। ଗାଡ଼ିରେ ଯିବାଆସିବା କଲାବେଳେ ସତର୍କତା ଅବଲମ୍ବନ କରିବା ଉଚିତ୍।

କର୍କଟ: ନୂତନ ବ୍ୟବସାୟ ଆରମ୍ଭ କରି ଆଶା ମୁତାବକ ଲାଭ ପାଇବେ। ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହ ଥିବା ମନୋମାଳିନ୍ୟ ଦୂର ହେବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଦେଇଥିବା ଧନ ଫେରି ପାଇବେ। ଫଳରେ ଆର୍ଥିକ ସ୍ଥିତି ସୁଦୃଢ଼ ହେବ।

ସିଂହ: ଜନକଲ୍ୟାଣ କାର୍ଯ୍ୟରେ ନିଜକୁ ଉତ୍ସର୍ଗ କରିବେ। ଗଠନମୂଳକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ। ବିରୋଧୀମାନେ କିଛି କ୍ଷତି କରିପାରିବେ ନାହିଁ। ବନ୍ଧୁଙ୍କ ସହଯୋଗ ପାଇ କୌଣସି ଅଟକି ଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବେ।

କନ୍ୟା: ଶରୀର ସୁସ୍ଥ ରହିବ। ନୂଆ ନିଯୁକ୍ତି ମିଳିପାରେ। କର୍ମକ୍ଷେତ୍ରରେ ସହକର୍ମୀମାନଙ୍କର ସହଯୋଗ ପାଇ ଉତ୍ତମ କାର୍ଯ୍ୟ କରିବେ ଓ ପ୍ରଶଂସିତ ହେବେ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ।

ତୁଳା: ସମସ୍ତ ପ୍ରକାର ସମସ୍ୟାର ସମାଧାନ ହେବ। ବ୍ୟବସାୟରେ ଉନ୍ନତି ହେବ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳ ହେବେ।
ଋଣ ପରିଶୋଧ କରିବା ସହ ଋଣ ପ୍ରାପ୍ତିର ସୁଯୋଗ ପାଇବେ।

ବିଛା: କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ପ୍ରିୟଭାଜନ ହେବେ। କଠିନ ପରିଶ୍ରମ କରିବା ଫଳରେ ବ୍ୟବସାୟରେ ଭଲ ଲାଭ ପାଇବେ। ବନ୍ଧୁବାନ୍ଧବଙ୍କ ଠାରୁ ସାହାଯ୍ୟ ପାଇବେ। ପ୍ରେମରେ ସଫଳ ହେବେ।

ଧନୁ: ଜନକଲ୍ୟାଣ କାର୍ଯ୍ୟରେ ନିଜକୁ ସାମିଲ କରିବେ। ପାରିବାରିକ ଅଶାନ୍ତି ଦୂରେଇ ଗଲେ ମଧ୍ୟ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ନରଖିଲେ କେତେକ କ୍ଷେତ୍ରରେ ବିଫଳ ହେବେ।

ମକର: ନୂଆ ବ୍ୟବସାୟ ଆରମ୍ଭ କରିବାର ସୁଯୋଗ ପାଇବେ। ସହଜରେ କର୍ମ ନିଯୁକ୍ତି ପାଇବେ ଓ ଆର୍ଥିକ କ୍ଷେତ୍ରରେ ଉନ୍ନତି ଦେଖାଦେବ। ପୈତୃକ ସମ୍ପତ୍ତିକୁ ନେଇ ଦେଖାଦେଇଥିବା ସମସ୍ୟାର ସମାଧାନ ବି ବେଶ୍ ସହଜରେ ହେବ।

କୁମ୍ଭ: ସ୍ୱାସ୍ଥ୍ୟ ଭଲ ରହିବ। ଘରକୁ ବନ୍ଧୁ ଆସିପାରନ୍ତି। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ।
ନୂତନ କର୍ମସଂସ୍ଥାନରେ ନିଯୁକ୍ତି ପାଇବାର ଯୋଗ ରହିଛି।

ମୀନ: ଅଫିସ୍‌ ଅବା ବ୍ୟବସାୟ କାର୍ଯ୍ୟରେ ଦୂରସ୍ଥାନକୁ ଯାତ୍ରା କରିବେ। ଦାମ୍ପତ୍ୟ କଳହ, ଭାତୃ ବିବାଦର ଅବସାନ ଘଟି ପାରିବାରିକ ଜୀବନରେ ସୁଖଶାନ୍ତି ଦେଖାଦେବ।

Related story