୨୦ ଅଗଷ୍ଟ, ଗୁରୁବାର: ଗୁପ୍ତଶତ୍ରୁମାନେ ଚକ୍ରାନ୍ତ କରି କାର୍ଯ୍ୟରେ ବାଧା ସୃଷ୍ଟି କରିବେ

ମେଷ: ଆପଣଙ୍କ କାର୍ଯ୍ୟରେ ଉଚ୍ଚ କର୍ତ୍ତୃପକ୍ଷ ସନ୍ତୁଷ୍ଟ ହେବେ। ବ୍ୟବସାୟ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ହେବ। ଅସହାୟକୁ ସାହାଯ୍ୟ କରନ୍ତୁ। ବୃଷ: ଅନ୍ୟ ପାଇଁ କିଛି କରିବାକୁ ଯାଇ ଦୋଷୀ ସାବ୍ୟସ୍ତ ହେବେ। କୌଣସି ଖାଦ୍ୟ ଯୋଗୁ ସ୍ୱାସ୍ଥ୍ୟ ଖରାପ ହୋଇପାରେ। କର୍ମକ୍ଷେତ୍ରରେ ଭିତ୍ତିହୀନ ଅଭିଯୋଗ ଆସିପାରେ ଓ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ। ପ୍ରତିକାର– ୫ଟି ତ୍ରିଶାଖା ବେଲପତ୍ର କିଛି କଞ୍ଚାକ୍ଷୀରରେ ଦେଇ ମହାଦେବଙ୍କୁ ଚଢ଼ାନ୍ତୁ। ମିଥୁନ: ପରିବାରରେ ଥିବା ମନୋମାଳିନ୍ୟ ଦୂର ହେବ। ମହିଳାମାନଙ୍କ […]

Daily Horoscope

Jitendra Garnayak
  • Published: Thursday, 20 August 2020
  • , Updated: 20 August 2020, 08:56 AM IST

ମେଷ: ଆପଣଙ୍କ କାର୍ଯ୍ୟରେ ଉଚ୍ଚ କର୍ତ୍ତୃପକ୍ଷ ସନ୍ତୁଷ୍ଟ ହେବେ। ବ୍ୟବସାୟ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ହେବ। ଅସହାୟକୁ ସାହାଯ୍ୟ କରନ୍ତୁ।

ବୃଷ: ଅନ୍ୟ ପାଇଁ କିଛି କରିବାକୁ ଯାଇ ଦୋଷୀ ସାବ୍ୟସ୍ତ ହେବେ। କୌଣସି ଖାଦ୍ୟ ଯୋଗୁ ସ୍ୱାସ୍ଥ୍ୟ ଖରାପ ହୋଇପାରେ। କର୍ମକ୍ଷେତ୍ରରେ ଭିତ୍ତିହୀନ ଅଭିଯୋଗ ଆସିପାରେ ଓ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ। ପ୍ରତିକାର- ୫ଟି ତ୍ରିଶାଖା ବେଲପତ୍ର କିଛି କଞ୍ଚାକ୍ଷୀରରେ ଦେଇ ମହାଦେବଙ୍କୁ ଚଢ଼ାନ୍ତୁ।

ମିଥୁନ: ପରିବାରରେ ଥିବା ମନୋମାଳିନ୍ୟ ଦୂର ହେବ। ମହିଳାମାନଙ୍କ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିବେ। ଜମିବାଡ଼ି ସୂତ୍ରରୁ ଆୟ ବୃଦ୍ଧି ହେବ।

କର୍କଟ: ଗୁରୁଜନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ବହୁ ପ୍ରତୀକ୍ଷିତ ଶୁଭ ସମ୍ବାଦ ପାଇ ଆନନ୍ଦିତ ହେବେ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଲାଭବାନ ହେବେ।

ସିଂହ: ଦୀର୍ଘ ଦିନର ଆଶା ପୂରଣ ହେବ। ପ୍ରତ୍ୟେକଟି କାର୍ଯ୍ୟରେ ସଫଳ ହେବେ। ସୁସ୍ୱାଦୁ ଭୋଜନ ଖାଇବେ।

କନ୍ୟା: ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି। ଗୁପ୍ତଶତ୍ରୁମାନେ ଚକ୍ରାନ୍ତ କରି କାର୍ଯ୍ୟରେ ବାଧା ସୃଷ୍ଟି କରିବେ। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ପାଇବେ। ପ୍ରତିକାର- ଗୋମାତାକୁ ଖାଇବାକୁ ଦିଅନ୍ତୁ।

ତୁଳା: ରାଜନେତାମାନେ ଜନକଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। କର୍ମକ୍ଷେତ୍ରରେ ଉଚ୍ଚ ପଦବୀ ପାଇବାକୁ ଯୋଗ୍ୟ ବିବେଚିତ ହେବେ। ପ୍ରତ୍ୟେକଟି କାର୍ଯ୍ୟରେ ସଫଳତା ପାଇବେ।

ବିଛା: କୌଣସି ଜରୁରୀ କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିବେ। ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତିର ସୁଯୋଗ ରହିଛି। ନୂତନ ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ।

ଧନୁ: କର୍ମକ୍ଷେତ୍ରରେ ସହଯୋଗୀମାନଙ୍କ ସାହାଯ୍ୟ ପାଇବେ। କୋର୍ଟ କଚେରୀରେ ଥିବା ମାଲିମକଦ୍ଦମାରେ ବିଜୟୀ ହେବେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ।

ମକର: ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ। ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିପାରେ। ସନ୍ତାନମାନଙ୍କ ବିଶୃଙ୍ଖଳିତ କାର୍ଯ୍ୟକଳାପରେ ଦୁଃଖିତ ହେବେ।

କୁମ୍ଭ: ଗୃହକୁ କୌଣସି ସୌଖୀନ ସାମଗ୍ରୀ ଆଣିପାରନ୍ତି। ଅର୍ଥ ସହିତ ମାନସମ୍ମାନ ପ୍ରାପ୍ତି ହେବ। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ।

ମୀନ: ନୂତନ ଯାନବାହନ କିମ୍ବା ଭୂମି କ୍ରୟ କରିବାର ସୁଯୋଗ ରହିଛି। ମହିଳାମାନେ ପ୍ରତ୍ୟେକଟି କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ। ଆଜି କଞ୍ଚା କାଗିଜି ଲେମ୍ବୁଟିଏ ନିଜ ପାଖରେ ରଖନ୍ତୁ।

Related story