୨୮ ଫେବ୍ରୁଆରୀ, ରବିବାର: ଲକ୍ଷ୍ୟ ପୂରଣ ହେବ

ମେଷ: ସମସ୍ୟାର ସମାଧାନ ହେବ। ପିଲାଙ୍କ ପାଠପଢ଼ା ସମସ୍ୟା ଦୂର ହେବ। ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ। ପ୍ରତିକାର– ଗୋମାତାଙ୍କୁ କିଛି ଖାଦ୍ୟ ଦିଅନ୍ତୁ।

ବୃଷ: ଧନଲାଭ ହେବ। ପରିବାରରେ ସୁସ୍ଥ ବାତାବରଣ ରହିବ। କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଙ୍ଗୀତାଦି କ୍ଷେତ୍ରରେ କୃତକାର୍ଯ୍ୟ ହେବେ। ପ୍ରତିକାର– ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ମିଥୁନ: ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଦାମ୍ପତ୍ୟ ଜୀବନ ଭଲ ରହିବ। କାହାକୁ କଡ଼ା କଥା କୁହନ୍ତୁ ନାହିଁ। ପ୍ରତିକାର– ହରିଡ଼ା ଚନ୍ଦନ ମୁଣ୍ଡରେ ଲଗାନ୍ତୁ।

କର୍କଟ: ଆପଣଙ୍କ ବ୍ୟକ୍ତିତ୍ୱ ଅନ୍ୟମାନଙ୍କୁ ପ୍ରଭାବିତ କରିବ। ଆତ୍ମବିଶ୍ୱାସ ବଢ଼ିବ। ଅଟକି ଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ଯୋଜନା କରିବେ। ଯାନବାହନ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ। ପ୍ରତିକାର– ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

ସିଂହ: ଜାଗା, ଜମି, ବାସଗୃହ ଅବା ଦାମୀ ଗାଡ଼ି କ୍ରୟ କରିବାର ସୁଯୋଗ ପାଇପାରନ୍ତି। ସମାଜରେ ମାନସମ୍ମାନ ବଢ଼ିବ। ପ୍ରତିକାର– ମିଠା ଦହି ଖାଇ ଘରୁ ବାହାରନ୍ତୁ।

କନ୍ୟା: ଉଚିତ୍ ପରାମର୍ଶ ପାଇ ହରେଇଥିବା ସମ୍ମାନ ଫେରି ପାଇବେ। କ୍ରୋଧକୁ ଦମନ କରନ୍ତୁ। ତା’ହେଲେ ପରିବାରରେ ହସଖୁସିର ବାତାବରଣ ସୃଷ୍ଟି ହେବ। ବ୍ୟବସାୟରେ ଆଶା କରିଥିବା ଲାଭ ପାଇବେ। ପ୍ରତିକାର– ତୁଳସୀ ଗଛ ମୂଳର ମାଟି ଧାରଣ କରନ୍ତୁ।

ତୁଳା: ଛାତ୍ରଛାତ୍ରୀମାନେ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ। ଘରକୁ ଅତିଥି ଆସିବେ। ସୁସ୍ୱାଦୁ ଭୋଜନ କରିବେ। ପ୍ରତିକାର– ନିମ୍ବ କାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।

ବିଛା: ପାରିବାରିକ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନ ହେବ। ଜନସେବାରେ ଲିପ୍ତ ରହିବେ। ପ୍ରତିକାର– ଲାଲବସ୍ତ୍ର ପରିଧାନ କରନ୍ତୁ।

ଧନୁ: ଶୁଭ ଖବର ପାଇବେ। ଆପଣଙ୍କୁ ଈର୍ଷା କରୁଥିବା ଲୋକେ କଟୁ ବଚନ ଶୁଣେଇ ପାରନ୍ତି। ପ୍ରତିକାର– ଅଶ୍ୱତ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।

ମକର: ଲକ୍ଷ୍ୟ ପୂରଣ ହେବ। ବ୍ୟବସାୟ କ୍ଷେତ୍ରରେ ଅଧିକ ପରିଶ୍ରମ କରିବେ, କିନ୍ତୁ ସେହି ଅନୁସାରେ ଲାଭ ମିଳିବ ନାହିଁ। ଟଙ୍କା ପଇସା ପ୍ରତି ଅତ୍ୟନ୍ତ ସତର୍କ ରହିବାକୁ ପଡ଼ିବ। ପ୍ରତିକାର– ଶିବମନ୍ଦିରରେ କଞ୍ଚାକ୍ଷୀର ଢାଳି ପାଦୁକ ପାନ କରନ୍ତୁ।

କୁମ୍ଭ: ସ୍ୱାସ୍ଥ୍ୟ ଭଲ ରହିବ। ଅର୍ଥ ଲାଭର ସୁଯୋଗ ରହିଛି। ଶୁଭ ସମାଚାର ଶୁଣି ହସଖୁସିରେ ସମୟ ବିତିବ। ପ୍ରତିକାର– ନୀଳବସ୍ତ୍ର ପରିଧାନ କରନ୍ତୁ।

ମୀନ: ସମାଜ ସେବାରେ ମନ ଦେବେ। ଘରୋଇ ସମସ୍ୟାର ସମାଧାନ ହେବ। ଅପରାହ୍ନ ପରେ ଅସୁସ୍ଥ ଅନୁଭବ କରିପାରନ୍ତି। ପ୍ରତିକାର– ମା’, ବାପା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।