୩୦ ଅଗଷ୍ଟ, ରବିବାର: ଶତ୍ରୁମାନେ ସମସ୍ୟାରେ ପକାଇବାକୁ ଯୋଜନା କରିବେ

ମେଷ: କର୍ମକ୍ଷେତ୍ରରେ ସନ୍ଦେହପୂର୍ଣ୍ଣ ବାତାବରଣ ମଧ୍ୟରେ ଗତି କରିବେ। ମା’ଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ଅନେକ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିବ ନାହିଁ। ବୃଷ: ପାଖ ପଡ଼ୋଶୀ ଓ ଭାଇମାନଙ୍କ ସହ ସମ୍ପର୍କରେ ଉନ୍ନତି ହେବ। ଦୂରଯାତ୍ରା ସହ ଉଚ୍ଚଶିକ୍ଷା ପାଇଁ ଯୋଜନା କରିବେ। ଆଜି ମଥାରେ ରକ୍ତଚନ୍ଦନ ଲଗାନ୍ତୁ, ସୁଫଳ ପାଇବେ। ମିଥୁନ: ପେଟରେ ସମସ୍ୟା ଦେଖା ଦେଇପାରେ। ପରିବାରର କୌଣସି ସଦସ୍ୟଙ୍କ ସହ ବୁଝାମଣାରେ ଅଭାବ ପରିଲକ୍ଷିତ ହେବ। ଔଷଧପତ୍ର କ୍ରୟ କରିପାରନ୍ତି। ଶତ୍ରୁ […]

Daily Horoscope

Jitendra Garnayak
  • Published: Sunday, 30 August 2020
  • , Updated: 30 August 2020, 08:03 AM IST

ମେଷ: କର୍ମକ୍ଷେତ୍ରରେ ସନ୍ଦେହପୂର୍ଣ୍ଣ ବାତାବରଣ ମଧ୍ୟରେ ଗତି କରିବେ। ମା’ଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ଅନେକ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିବ ନାହିଁ।

ବୃଷ: ପାଖ ପଡ଼ୋଶୀ ଓ ଭାଇମାନଙ୍କ ସହ ସମ୍ପର୍କରେ ଉନ୍ନତି ହେବ। ଦୂରଯାତ୍ରା ସହ ଉଚ୍ଚଶିକ୍ଷା ପାଇଁ ଯୋଜନା କରିବେ। ଆଜି ମଥାରେ ରକ୍ତଚନ୍ଦନ ଲଗାନ୍ତୁ, ସୁଫଳ ପାଇବେ।

ମିଥୁନ: ପେଟରେ ସମସ୍ୟା ଦେଖା ଦେଇପାରେ। ପରିବାରର କୌଣସି ସଦସ୍ୟଙ୍କ ସହ ବୁଝାମଣାରେ ଅଭାବ ପରିଲକ୍ଷିତ ହେବ। ଔଷଧପତ୍ର କ୍ରୟ କରିପାରନ୍ତି। ଶତ୍ରୁ ସମସ୍ୟା କମିଯିବ।

କର୍କଟ: ବ୍ୟବସାୟରୁ ଭଲ ଆୟ ହେବ। ପରିବାର ପାଇଁ ଅଧିକ ପରିଶ୍ରମ କରିବେ। ଚକ୍ଷୁରେ ସମସ୍ୟା ଦେଖାଦେଇପାରେ।

ସିଂହ: ଶାରୀରିକ ଦୁର୍ବଳତା ଯୋଗୁ କାର୍ଯ୍ୟରେ ଧ୍ୟାନ ଦେଇପାରିବେ ନାହିଁ। ଋଣ ପରିଶୋଧ କରିବାକୁ ପ୍ରୟାସ କରିବେ। ଶତ୍ରୁମାନେ ସମସ୍ୟାରେ ପକାଇବାକୁ ଯୋଜନା କରିବେ।

କନ୍ୟା: ସନ୍ତାନମାନଙ୍କ ପାଇଁ ଖର୍ଚ୍ଚ ବଢ଼ିବ। ଭବିଷ୍ୟତ ବିଷୟରେ ଚିନ୍ତା କରି ଅଯଥାରେ ନିରାଶ ହେବେ।

ତୁଳା: ପିତାଙ୍କ ସହ ମତାନ୍ତର ହୋଇପାରେ। ପ୍ରତି କାର୍ଯ୍ୟରେ ବିଳମ୍ବ ଯୋଗୁ ବ୍ୟସ୍ତତା ବଢ଼ିବ। ବନ୍ଧୁମାନେ ଅଯଥା ଉପଦେଶ ଦେଇପାରନ୍ତି।

ବିଛା: ମନୋବଳ ବଢ଼ିବ। ସବୁ କାର୍ଯ୍ୟରେ ଧୈର୍ଯ୍ୟ ରକ୍ଷା କରି ପ୍ରଶଂସିତ ହେବେ। ମୋଟାମୋଟି ଭାବେ ଦିନଟି ଭଲରେ କଟିବ।

ଧନୁ: ପରିବାର ଉପରେ ନିଜର ଅନୁଶାସନ ଜାରି ରଖିବେ। ଧନ ସହ ସମ୍ମାନ ପ୍ରାପ୍ତିରେ କୌଣସି ଅସୁବିଧା ନାହିଁ। ସୁସ୍ୱାଦୁ ଭୋଜନ ମିଳିବ।

ମକର: ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ମତଭେଦ ହୋଇପାରେ। ମନକୁ ଶାନ୍ତ ରଖିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ଭିତରେ ଆଶଙ୍କା ରହିବ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ଭଲ ଅଛି।

କୁମ୍ଭ: ବ୍ୟବସାୟିକ କାର୍ଯ୍ୟରେ ଦୂର ସ୍ଥାନକୁ ଯାଇପାରନ୍ତି। ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ଖର୍ଚ୍ଚଭାର ବଢ଼ିବ।

ମୀନ: ରୋଜଗାର ପନ୍ଥାରେ ବ୍ୟତିକ୍ରମ ପାଇଁ ଚିନ୍ତିତ ରହିବେ। ବିଭିନ୍ନ ସମ୍ପର୍କରେ ଭୁଲ ବୁଝାମଣାରୁ ଉଦାସୀନ ହୋଇପାରନ୍ତି।

Related story