୩ ମେ’, ସୋମବାର: ପ୍ରତ୍ୟେକ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ

ମେଷ: ଦିନଟି ଶୁଭଫଳ ପ୍ରଦାନ କରିବ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ଦିନଟି ଭଲ ରହିଛି। ପରିବାର ଲୋକଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ମିଠା ଦହି ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ। ବୃଷ: କମ୍‌ ପରିଶ୍ରମରେ ଅଧିକ ଅର୍ଥ ରୋଜଗାର କରିବେ। ପରିବାରରେ ସୁଖଶାନ୍ତି ବଜାୟ ରହିବ। ଗାଈକୁ ଗୁଡ଼ ଓ ରୁଟି ଖାଇବାକୁ ଦିଅନ୍ତୁ। ଶୁଭଫଳ ପ୍ରାପ୍ତି ହେବ। ମିଥୁନ: ଶୁଭ ସମାଚାର ପାଇବେ। ପୁରୁଣା ତଥା ପିଲାଦିନର ମିତ୍ରଙ୍କୁ ଭେଟି ମନ […]

Horoscope

Horoscope

Niharika Rout
  • Published: Monday, 03 May 2021
  • Updated: 03 May 2021, 08:07 AM IST

Sports

Latest News

ମେଷ: ଦିନଟି ଶୁଭଫଳ ପ୍ରଦାନ କରିବ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ଦିନଟି ଭଲ ରହିଛି। ପରିବାର ଲୋକଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ମିଠା ଦହି ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ।

ବୃଷ: କମ୍‌ ପରିଶ୍ରମରେ ଅଧିକ ଅର୍ଥ ରୋଜଗାର କରିବେ। ପରିବାରରେ ସୁଖଶାନ୍ତି ବଜାୟ ରହିବ। ଗାଈକୁ ଗୁଡ଼ ଓ ରୁଟି ଖାଇବାକୁ ଦିଅନ୍ତୁ। ଶୁଭଫଳ ପ୍ରାପ୍ତି ହେବ।

ମିଥୁନ: ଶୁଭ ସମାଚାର ପାଇବେ। ପୁରୁଣା ତଥା ପିଲାଦିନର ମିତ୍ରଙ୍କୁ ଭେଟି ମନ ପ୍ରସନ୍ନ ହେବ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିଛି।

କର୍କଟ: ବ୍ୟବସାୟ କ୍ଷେତ୍ରରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଆଜି ଶିବଙ୍କ ପାଖରେ ଘିଅର ଦୀପଟିଏ ଜାଳନ୍ତୁ।

ସିଂହ: ଅଫିସ୍‌ରେ ଉଚ୍ଚ ଅଧିକାରୀଙ୍କ ସହିତ ସୁସମ୍ପର୍କ ରହିବ। ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବ। ମହିଳାମାନଙ୍କ ପାଇଁ ଦିନଟି ଅନୁକୂଳ ରହିବ।

କନ୍ୟା: କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇପାରେ। କିଛି ପାରିବାରିକ ସମସ୍ୟାକୁ ଦୂର କରିବାରେ ସଫଳ ହେବେ।

ତୁଳା: ପ୍ରତ୍ୟେକ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ପାରିବାରିକ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ। ଆକସ୍ମିକ ଅଧିକ ଅର୍ଥ ଖର୍ଚ୍ଚ ହୋଇପାରେ।

ବିଛା: ଆତ୍ମବିଶ୍ୱାସ ଦୃଢ଼ ହେବ। ପ୍ରତ୍ୟେକ କାର୍ଯ୍ୟକୁ ସଫଳତାର ସହିତ ସଂପନ୍ନ କରିବେ। ଘରେ ସୁଖଶାନ୍ତି ବଜାୟ ରହିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ଧନୁ: କୌଣସି କାର୍ଯ୍ୟକୁ ନେଇ ମାନସିକ ଶାନ୍ତି ମିଳିବ। ବକେୟା ଅର୍ଥ ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି।

ମକର: ପାରିବାରିକ ଜୀବନରେ ସାମାନ୍ୟ କଥାକୁ ନେଇ ମତାନ୍ତର ଦେଖାଦେଇପାରେ। ବିବାଦ ଭିତରେ ପଶନ୍ତୁ ନାହିଁ। ଧନ ଓ ପ୍ରତିଷ୍ଠାରେ ହାନି ହେବାର ଆଶଙ୍କା ଅଛି।

କୁମ୍ଭ: ନିଜ ବିବେକ ଅନୁଯାୟୀ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ସୁସ୍ୱାଦୁ ଭୋଜନ କରିବେ। ସମସ୍ତଙ୍କ ସହିତ ସୁସଂପର୍କ ବଜାୟ ରହିବ।

ମୀନ: ନକାରାତ୍ମକ ବିଚାର ମନକୁ ଆସିବାକୁ ଦିଅନ୍ତୁ ନାହିଁ। ଖାଇବା ପିଇବାରେ ନିୟନ୍ତ୍ରଣ ରଖନ୍ତୁ। ମଧ୍ୟାହ୍ନ ପରେ ସମସ୍ତ କାର୍ଯ୍ୟରେ ସଫଳତା ପାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos