୫ ମେ’, ବୁଧବାର: ତରବରିଆ ଭାବେ କୌଣସି କାମ କଲେ କ୍ଷତିରେ ପଡ଼ିପାରନ୍ତି

ମେଷ: ଆପଣଙ୍କ କଥା ଓ କାର୍ଯ୍ୟ ଅନ୍ୟମାନଙ୍କୁ ଆକୃଷ୍ଟ କରିବ। ମହିଳା ମାନଙ୍କ କାର୍ଯ୍ୟ ପ୍ରଶଂସନୀୟ ହେବ। ବୃଷ: ପାରିବାରିକ କ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। କର୍ମ କ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ। କୌଣସି ଅସହାୟ ବ୍ୟକ୍ତିକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ। ମିଥୁନ: ଅପ୍ରିୟ ସତ୍ୟ କଥା କହି କାହା ସହ କଳି କରନ୍ତୁ ନାହିଁ। ବ୍ୟୟ ବଢ଼ିବ। ତରବରିଆ ଭାବେ କୌଣସି କାମ କଲେ କ୍ଷତିରେ ପଡ଼ିପାରନ୍ତି। କର୍କଟ: ଆର୍ଥିକ ଅଭିବୃଦ୍ଧି […]

Horoscope

Horoscope

Niharika Rout
  • Published: Wednesday, 05 May 2021
  • Updated: 05 May 2021, 08:22 AM IST

Sports

Latest News

ମେଷ: ଆପଣଙ୍କ କଥା ଓ କାର୍ଯ୍ୟ ଅନ୍ୟମାନଙ୍କୁ ଆକୃଷ୍ଟ କରିବ। ମହିଳା ମାନଙ୍କ କାର୍ଯ୍ୟ ପ୍ରଶଂସନୀୟ ହେବ।

ବୃଷ: ପାରିବାରିକ କ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। କର୍ମ କ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ। କୌଣସି ଅସହାୟ ବ୍ୟକ୍ତିକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।

ମିଥୁନ: ଅପ୍ରିୟ ସତ୍ୟ କଥା କହି କାହା ସହ କଳି କରନ୍ତୁ ନାହିଁ। ବ୍ୟୟ ବଢ଼ିବ। ତରବରିଆ ଭାବେ କୌଣସି କାମ କଲେ କ୍ଷତିରେ ପଡ଼ିପାରନ୍ତି।

କର୍କଟ: ଆର୍ଥିକ ଅଭିବୃଦ୍ଧି ସହ ବନ୍ଧୁମାନଙ୍କ ସାହାଯ୍ୟ ସହଯୋଗ ମିଳିବ। ଅଫିସ୍‌ରେ ନିଜର ସ୍ଥିତିକୁ ସୁଦୃଢ଼ କରିବାରେ ସମର୍ଥ ହେବେ।

ସିଂହ: ସ୍ଥଗିତ କାମକୁ ଅତିଶୀଘ୍ର ସମ୍ପନ୍ନ କରିବା ଦିଗରେ ଚେଷ୍ଟା କରି ସଫଳ ହେବେ। ବକେୟା ଅର୍ଥ ଆଦାୟ କରିବା ପାଇଁ ବିଭିନ୍ନ ପ୍ରକାରର କୌଶଳ ଅବଳମ୍ବନ କରିବାକୁ ପଡ଼ିବ।

କନ୍ୟା: କାହା ସହିତ ଝଗଡ଼ା ହୋଇପାରେ। ମନରେ ବିଭିନ୍ନ ଆଶଙ୍କା ଦେଖାଦେବ। କୌଣସି କାର୍ଯ୍ୟ ପାଇଁ ସାମାଜିକ ସ୍ତରରେ ସମାଲୋଚିତ ହୋଇପାରନ୍ତି।

ତୁଳା: ପାରିବାରିକ ଜୀବନରେ ସମସ୍ୟା ଦେଖା ଦେଇପାରେ। ବନ୍ଧୁଙ୍କ ସହ ଆଲୋଚନା ମାଧ୍ୟରେ କୌଣସି ପୁରୁଣା ବିବାଦର ସମାଧାନ କରିବାକୁ ପ୍ରୟାସ କରନ୍ତୁ। କାହାକୁ କଡ଼ା କଥା କୁହନ୍ତୁ ନାହିଁ।

ବିଛା: ପାରିବାରିକ ଜୀବନ ଓ କର୍ମକ୍ଷେତ୍ରରେ ଶୁଭ ଫଳ ମିଳିବ। ତେବେ ଅତ୍ୟଧିକ ଖର୍ଚ୍ଚାନ୍ତ ହେତୁ ମନ ଭଲ ରହିବ ନାହିଁ।

ଧନୁ: ଚାହୁଁଥିବା କାମଗୁଡ଼ିକୁ ସୁବିଧାରେ ଶେଷ କରିବେ। ବକେୟା ଅର୍ଥ ଫେରି ପାଇବେ।

ମକର: ପୂର୍ବ ଯୋଜନା ଅନୁଯାୟୀ ସବୁ କାର୍ଯ୍ୟ ଠିକ୍ ଭାବରେ ହୋଇ ନପାରେ। ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟ ରଖନ୍ତୁ।

କୁମ୍ଭ: ଖାଦ୍ୟ ପେୟରେ ଅନିୟମିତତା ଯୋଗୁ ଶରୀର ଅସୁସ୍ଥ ହୋଇପାରେ। ପରିବାରରେ ପୁତ୍ରକନ୍ୟାଙ୍କ ହେତୁ ସୃଷ୍ଟି କେତେକ ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି।

ମୀନ: ଆଶା ପୂରଣ ହେବ। ସୁସ୍ୱାଦୁ ଖାଦ୍ୟ ଖାଇବେ। ରାସ୍ତାରେ ଯା’ଆସ କଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos