୯ ମେ’, ରବିବାର: ବହୁ ଦିନର ସ୍ୱପ୍ନ ପୂରଣ ହେବ

ମେଷ: ସବୁ ଦିଗରୁ ସଫଳତା ମିଳିବ। ପରିବାରରେ ସୁଖଶାନ୍ତି ପୂର୍ବ ପରି ଅତୁଟ ରହିବ। ବୃଷ: ସନ୍ତାନସନ୍ତତିଙ୍କୁ ନେଇ ଶୁଭ ସମାଚାର ପାଇବେ। ପୁରୁଣା ତଥା ପିଲାଦିନର ମିତ୍ରଙ୍କ ସହ ଭେଟ ହେବା ଯୋଗୁ ମନ ପ୍ରସନ୍ନ ହେବ। ମିଥୁନ: ଦିନଟି ବେଶ୍ ଭଲ ରହିବ। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ। ମାନସମ୍ମାନ ଲାଭ କରିବେ। ଗୁରୁଜନମାନଙ୍କ ଆଶୀର୍ବାଦ ମିଳିବ। କର୍କଟ: କର୍ମକ୍ଷେତ୍ରର ପ୍ରଶଂସା ମିଳିବ। ଉଚ୍ଚ କର୍ତ୍ତୃପକ୍ଷ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରିବେ। […]

Horoscope

Jitendra Garnayak
  • Published: Sunday, 09 May 2021
  • , Updated: 09 May 2021, 07:55 AM IST

ମେଷ: ସବୁ ଦିଗରୁ ସଫଳତା ମିଳିବ। ପରିବାରରେ ସୁଖଶାନ୍ତି ପୂର୍ବ ପରି ଅତୁଟ ରହିବ।

ବୃଷ: ସନ୍ତାନସନ୍ତତିଙ୍କୁ ନେଇ ଶୁଭ ସମାଚାର ପାଇବେ। ପୁରୁଣା ତଥା ପିଲାଦିନର ମିତ୍ରଙ୍କ ସହ ଭେଟ ହେବା ଯୋଗୁ ମନ ପ୍ରସନ୍ନ ହେବ।

ମିଥୁନ: ଦିନଟି ବେଶ୍ ଭଲ ରହିବ। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ। ମାନସମ୍ମାନ ଲାଭ କରିବେ। ଗୁରୁଜନମାନଙ୍କ ଆଶୀର୍ବାଦ ମିଳିବ।

କର୍କଟ: କର୍ମକ୍ଷେତ୍ରର ପ୍ରଶଂସା ମିଳିବ। ଉଚ୍ଚ କର୍ତ୍ତୃପକ୍ଷ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରିବେ। ଆପଣଙ୍କ

ଅପ୍ରିୟ ସତ୍ୟକଥା କାହାକୁ ବାଧି ପାରେ।

ସିଂହ: କ୍ରୋଧ ଓ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ। ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ।

କନ୍ୟା: ହଠାତ୍ ଅଧିକ ଅର୍ଥ ଖର୍ଚ୍ଚ ହୋଇପାରେ। ଖାଦ୍ୟ ପାନୀୟ ପ୍ରତି ଧ୍ୟାନ ଦିଅନ୍ତୁ। ମନୋରଞ୍ଜନରେ ଦିନଟି ବିତିବ। ମହିଳାମାନେ ଘରେ ବିଭିନ୍ନ ପ୍ରକାରର କାର୍ଯ୍ୟରେ ବ୍ୟସ୍ତ ରହିବେ।

ତୁଳା: ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ପ୍ରତ୍ୟେକ କାର୍ଯ୍ୟକୁ ସଫଳତାର ସହିତ ସଂପନ୍ନ କରିବେ। ପାରିବାରିକ ଜୀବନ ଭଲ ରହିବ। ସ୍ୱାସ୍ଥ୍ୟ ଭଲ ରହିବ।

ବିଚ୍ଛା: କୌଣସି କାର୍ଯ୍ୟ କରି ମାନସିକ ଶାନ୍ତି ଅନୁଭବ କରିବେ। ଭାବପ୍ରବଣ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। କ୍ୟାରିୟରକୁ ନେଇ କିଛି ନୂଆ ଯୋଜନା ପ୍ରସ୍ତୁତ କରିବେ।

ଧନୁ: ଅଯଥା ବାଦ-ବିବାଦ କରନ୍ତୁ ନାହିଁ। ଧନ ଓ ମାନସମ୍ମାନ ମିଳିବ। ବ୍ୟବସାୟକୁ ବଢ଼ାଇବା ପାଇଁ ଯୋଜନା କରିବେ।

ମକର: ପାରିବାରିକ ଜୀବନ ଭଲ ରହିବ। ଭାଇମାନଙ୍କ ସହିତ ସମ୍ପର୍କ ଦୃଢ଼ ହେବ। ବହୁ ଦିନର ସ୍ୱପ୍ନ ଆଜି ପୂରଣ ହେବ।

କୁମ୍ଭ: କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। କାହାକୁ କଡ଼ା କଥା କୁହନ୍ତୁ ନାହିଁ। ମହିଳାମାନେ ଆଶା କରୁଥିବା ଦିଗରୁ ସଫଳତା ପାଇବେ।

ମୀନ: ଦିନଟି ଶୁଭଫଳ ପ୍ରଦାନ କରିବ। ଉଭୟ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବେ। ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ପ୍ରୋତ୍ସାହନ ପାଇବେ।

Related story