ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): କାର୍ ହେଉ କି ମୋଟର ସାଇକେଲ୍, ସମସ୍ତେ ନିଜ ମନ ପସନ୍ଦର ଗାଡ଼ି କିଣିବାକୁ ଚାହାନ୍ତି । ହେଲେ ଆପଣଙ୍କ ଏହି ମନ ପସନ୍ଦର ଗାଡ଼ି ଆପଣଙ୍କ ରାଶିକୁ ସୁଝୁଛି କି ନାହିଁ, ତାହା ଆପଣ ଜାଣନ୍ତି କି? ଆଜ୍ଞା ହଁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗାଡ଼ିର ରଙ୍ଗ ଆପଣଙ୍କ ରାଶି ସୁଝିବା ନିହାତି ଦରକାର। ନ ହେଲେ ଏହା ଆପଣଙ୍କ ପାଇଁ ସମସ୍ୟା ବା ଅଶୁଭ ହୋଇପାରେ।
ଏବେ ଆସନ୍ତୁ ଜାଣିବା, କେଉଁ ରାଶିର ବ୍ୟକ୍ତିଙ୍କୁ କି ରଙ୍ଗର ଗାଡ଼ି ଚଢ଼ିବା ଶୁଭଦାୟକ।
ମେଷ ରାଶି- ମେଷ ରାଶିର ଲୋକଙ୍କର ଲାଲ୍ କିମ୍ବା ସିଲଭର୍ ରଙ୍ଗ ଗାଡ଼ି ଶୁଭଦାୟକ। କିନ୍ତୁ କଳା ଓ ନୀଳ ରଙ୍ଗର ଗାଡ଼ି ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଅଶୁଭ ହେଇଥାଏ।
ବୃଷ ରାଶି- ଏହି ରାଶିର ବ୍ୟକ୍ତି ଧଳା ବା କ୍ରିମ୍ ରଙ୍ଗର ଗାଡ଼ି କିଣି ପାରିବେ। ଚକୋଲେଟ୍ ଲାଲ୍ ଓ ଗୋଲାପି ରଙ୍ଗର ଗାଡ଼ି ମଧ୍ୟ ଏମାନଙ୍କ ପାଇଁ ଶୁଭ। କିନ୍ତୁ ଏମାନେ ଭୁଲରେ ବି କଳା ରଙ୍ଗ ଗାଡ଼ି କିଣନ୍ତୁ ନାହିଁ।
ମିଥୁନ ରାଶି- ଏହି ରାଶିର ବ୍ୟକ୍ତିଙ୍କ ପାଁଇ ସବୁଜ ରଙ୍ଗର ଗାଡ଼ି ଶୁଭ। କିନ୍ତୁ ଲାଲ୍ ଓ ଧଳା ରଙ୍ଗର ଗାଡ଼ି ଏହି ରାଶିଧାରୀଙ୍କ ପାଇଁ ଅଶୁଭ ବୋଲି କୁହାଯାଏ।
କର୍କଟ ରାଶି- ଏହି ରାଶିର ବ୍ୟକ୍ତିଙ୍କ ପାଁଇ ଚକୋଲେଟ୍ ରଙ୍ଗ, କଳା ଓ ହଳଦିଆ ରଙ୍ଗ ଶୁଭଦାୟକ। ଏଥିସହ ଏମାନେ ନିଜ ଗାଡ଼ିରେ ହନୁମାନଙ୍କର ମୂର୍ତି ରଖିବା ଶୁଭ।
ସିଂହ ରାଶି- ଏହି ରାଶିର ବ୍ୟକ୍ତିଙ୍କ ପାଁଇ ଗ୍ରେ ବା ଧୂସର ରଙ୍ଗର ଗାଡ଼ି ଖୁବ୍ ଶୁଭ। ହେଲେ ଲାଲ୍ କିମ୍ବା ନୀଳ ରଙ୍ଗର ଗାଡ଼ି ଏମାନଙ୍କ ପାଇଇଁ ଅଶୁଭ।
କନ୍ୟା ରାଶି- ଏହି ରାଶିର ବ୍ୟକ୍ତିଙ୍କ ପାଁଇ ଧଳା ଓ ନୀଳ ରଙ୍ଗର ଗାଡ଼ି ଶୁଭଦାୟକ। ତେବେ ଯେତେ ସମ୍ଭବ ଆପଣ ଲାଲ୍ ରଙ୍ଗର ଗାଡ଼ି କିଣିବାରୁ ଦୂରେଇ ରୁହନ୍ତୁ।
ତୁଳା ରାଶି- ଏହି ରାଶିର ବ୍ୟକ୍ତିଙ୍କ ପାଁଇ ନୀଳ ଓ ଲାଲ୍ ରଙ୍ଗ ଅତ୍ୟନ୍ତ ଶୁଭ। ତେଣୁ ଏହି ରାଶିର ବ୍ୟକ୍ତି ମାନେ ଏହି ସବୁ ରଙ୍ଗର ଗାଡି କିଣିବା ଉଚିତ୍।
ବିଛା ରାଶି- ଏହି ରାଶିର ବ୍ୟକ୍ତିଙ୍କ ପାଁଇ ଧଳା ରଙ୍ଗର ଗାଡ଼ି ବହୁତ ଶୁଭଦାୟକ। ଏମାନଙ୍କ ପାଇଁ କିନ୍ତୁ ଗେରୁଆ ଓ ହଳଦିଆ ରଙ୍ଗ ଗାଡ଼ି କଦାପି ଶୁଭ ହୋଇ ନଥାଏ।
ଧନୁ ରାଶି- ଏହି ରାଶିର ବ୍ୟକ୍ତିଙ୍କ ପାଁଇ ଧଳା ଓ ନୀଳ ରଙ୍ଗ ଶୁଭ। କିନ୍ତୁ ଧ୍ୟାନରେ ରଖିବେ, ଆପଣଙ୍କ ଏହି ରଙ୍ଗର ଗାଡ଼ିକୁ କେବେ ବି କେଉଁ ହଳଦିଆ ରଙ୍ଗର ଗାଡ଼ି ପାଖରେ ପାର୍କିଂ କରିବେ ନାହିଁ।
ମକର ରାଶି- ଏହି ରାଶିର ବ୍ୟକ୍ତିଙ୍କ ଇଷ୍ଟ ଗ୍ରହ ଶନି। ତେଣୁ ଏମାନଙ୍କ ପାଁଇ କଳା ଓ ଧୂସର ରଙ୍ଗ ଅତ୍ୟନ୍ତ ଶୁଭଦାୟକ। ମନେରଖନ୍ତୁ, ଆପଣ ଯଦି ଶନିବାର ନୂଆ ଗାଡ଼ି କିଣି ଶନି ଦେବଙ୍କ ନିକଟରେ ପୂଜା କରିବେ, ତେବେ ଏହା ଅତ୍ୟନ୍ତ ଶୁଭଫଲ ଦେବ।
କୁମ୍ଭ ରାଶି- ଏହି ରାଶିର ବ୍ୟକ୍ତିଙ୍କ ପାଁଇ ସବୁଜ କିମ୍ବା ନୀଳ ରଙ୍ଗର ଗାଡ଼ି ଶୁଭ। କିନ୍ତୁ କଳା କି ଧୂସର ରଙ୍ଗର ଗାଡି ଆଦୌ କିଣନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ ବିପଦପୂର୍ଣ ହୋଇପାରେ।
ମୀନ ରାଶି- ଏହି ରାଶିର ବ୍ୟକ୍ତିଙ୍କ ପାଁଇ ହଳଦିଆ ରଙ୍ଗର ଗାଡ଼ି ସବୁଠୁ ଶୁଭ ହୋଇଥାଏ। ଏହା ବ୍ୟତୀତ ସୁନେଲି ଓ ନାରଙ୍ଗୀ ରଙ୍ଗ ମଧ୍ୟ ଶୁଭଦାୟକ ହୋଇଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।