ବିବାହରେ ବିଳମ୍ବ ହଉଛି କି? ଏହି ୬ଟି ଉପାୟ ଆପଣାନ୍ତୁ,ଦେଖନ୍ତୁ, ଆଗକୁ କ’ଣ ଘଟୁଛି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛି ବ୍ୟକ୍ତିଙ୍କ କ୍ଷେତ୍ରରେ ବୟସ ଗଡ଼ି ଯାଉଥିଲେ ବି ବିବାହ ହୋଇ ପାରୁନାହିଁ। ଏହାର ବିଭିନ୍ନ କାରଣ ଥିଲେ ବି ଅନେକଙ୍କ କ୍ଷେତ୍ରରେ ବାସ୍ତୁ ଦୋଷ ଯୋଗୁ ଏପରି ହେଉଥିବା କୁହାଯାଏ। ଆପଣଙ୍କ କ୍ଷେତ୍ରରେ ଯଦି ବାସ୍ତୁ ଦୋଷ ଯୋଗୁ ବିବାହରେ ବିଳମ୍ବ ହେଉଥିବ, ତେବେ ଚିନ୍ତା କରନ୍ତୁ ନାହିଁ। ଏହି ୬ଟି ଉପାୟ ଆପଣାନ୍ତୁ, ଦେଖିବେ ବିବାହଜନିତ ବାସ୍ତୁ ଦୋଷ କଟିଯିବ। ଏବେ ଆସନ୍ତୁ ଶୁଣିବା, କ’ଣ ସବୁ ସେହି ଉପାୟ। ଶୋଇବାର […]

marriage

marriage

Jitendra Garnayak
  • Published: Saturday, 18 August 2018
  • Updated: 20 August 2018, 06:48 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛି ବ୍ୟକ୍ତିଙ୍କ କ୍ଷେତ୍ରରେ ବୟସ ଗଡ଼ି ଯାଉଥିଲେ ବି ବିବାହ ହୋଇ ପାରୁନାହିଁ। ଏହାର ବିଭିନ୍ନ କାରଣ ଥିଲେ ବି ଅନେକଙ୍କ କ୍ଷେତ୍ରରେ ବାସ୍ତୁ ଦୋଷ ଯୋଗୁ ଏପରି ହେଉଥିବା କୁହାଯାଏ।

ଆପଣଙ୍କ କ୍ଷେତ୍ରରେ ଯଦି ବାସ୍ତୁ ଦୋଷ ଯୋଗୁ ବିବାହରେ ବିଳମ୍ବ ହେଉଥିବ, ତେବେ ଚିନ୍ତା କରନ୍ତୁ ନାହିଁ। ଏହି ୬ଟି ଉପାୟ ଆପଣାନ୍ତୁ, ଦେଖିବେ ବିବାହଜନିତ ବାସ୍ତୁ ଦୋଷ କଟିଯିବ।

ଏବେ ଆସନ୍ତୁ ଶୁଣିବା, କ’ଣ ସବୁ ସେହି ଉପାୟ।

sleepଶୋଇବାର ଦିଗ ବଦଳାନ୍ତୁବାସ୍ତୁଶାସ୍ତ୍ର ଅନୁସାରେ, ବିବାହଯୋଗ୍ୟ ପୁଅ କିମ୍ବା ଝିଅ ଦକ୍ଷିଣ କିମ୍ବା ଦକ୍ଷିଣ  ପଶ୍ଚିମ ଦିଗ ପଟକୁ ମୁହଁ କରି ଶୋଇବା ଉଚିତ୍‌ ନୁହେଁ। ଏହି ଦିଗ ପଟକୁ ମୁହଁ କରି ଶୋଇଲେ, ବିବାହରେ ବାଧା ଉପୁଜିଥାଏ ଏବଂ କୌଣସି ନା କୌଣସି କାରଣରୁ ଏଥିରେ ବିଳମ୍ବ ହୁଏ। ଏପରିକି କୁହଯାଏ ଯେ ଏହି କାରଣରୁ ଭଲ ପ୍ରସ୍ତାବ ମଧ୍ୟ ଆସି ନଥାଏ।

କାନ୍ଥର ରଙ୍ଗ: ଯଦି ଆପଣଙ୍କକୋଠରୀର କାନ୍ଥ ରଙ୍ଗ ଡାର୍କ ବାକଳା ଅଛି,ତେବେ ତାକୁ ତୁରନ୍ତ ବଦଳାନ୍ତୁ। ଆପଣଙ୍କ କାନ୍ଥର ରଙ୍ଗ ବ୍ରାଇଟ୍‌,ହଳଦିଆ ଓଗୋଲାପୀ ହେବା ଶୁଭଦାୟକ।

blackକଳା ରଙ୍ଗରୁ ଦୂରେଇ ରୁହନ୍ତୁ: ଯଦି ଆପଣଙ୍କ ବିବାହରେ ବିଳମ୍ବ ହେଉଛି,ତେବେ କଳା ରଙ୍ଗର ବସ୍ତ୍ର କିମ୍ବା ଏହି ରଙ୍ଗର ବସ୍ତୁ ମଧ୍ୟ ବ୍ୟବହାର କରନ୍ତୁ ନାହିଁ । ଏହା ଶୁଭ ହୋଇ ନଥାଏ।

ଘର ଭିତରେ ସୂର୍ଯ୍ୟଙ୍କ କିରଣ ପଡ଼ିବା ଜରୁରୀ: ଆପଣଙ୍କ ରୁମ୍‌ ଏମିତି ହେବା ଦରକାର,ଯେପରି ରୁମ୍‌ ଭିତରକୁ ସୂର୍ଯ୍ୟଙ୍କ ଆଲୋକ ଏବଂ ପବନ ଆସିପାରୁଥିବ।ଏହା ଦ୍ୱାରା ସକରାତ୍ମକ ଉର୍ଜ୍ଜା ରହିବା ସହ ବିବାହଜନିତ ବାସ୍ତୁଦୋଷ ବି କଟିଯାଏ।

bananaକଦଳୀ ଗଛ: ଘର ପାଖରେ କଦଳୀ ଗଛ ଲଗାଇବା ଶୁଭ । କିନ୍ତୁ ଧ୍ୟାନ ରଖିବେ, ଘର ପଛ ଭାଗରେ ଲଗାଇବା ଆହୁରି ଶୁଭ।ଏହା ଲଗାଇବା ସହ ପ୍ରତ୍ୟେକ ଦିନ କଦଳୀ ଗଛରେ ପାଣି ଦେଲେ ବାସ୍ତୁ ଦୋଷ କଟିଥାଏ।

ପୂର୍ଣ୍ଣିମାରେ ଏପରି କରନ୍ତୁ: ପୂର୍ଣ୍ଣିମାରେ ବାଲ୍ଟିରେ ପାଣି ଭର୍ତ୍ତି କରି ରାତିସାରା ଛାତ ଉପରେ ରଖି ଦିଅନ୍ତୁ, ଯେପରି ଏହି ପାଣି ଉପରେ ଜହ୍ନଙ୍କ କିରଣ ପଡ଼ୁଥିବ।ସେହି ପାଣିରେ ଝିଅମାନେ ଗାଧୋଇଲେ ତାଙ୍କ ପାଇଁ ଖୁବ୍‌ ଭଲ ପ୍ରସ୍ତାବ ଆସିଥାଏ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos