ଘରେ ସବୁବେଳେ କଳିଝଗଡ଼ା ଲାଗି ରହୁଛି କି? ଏହାର କାରଣ ଆପଣଙ୍କ ଷ୍ଟୋର୍‌ ରୁମ୍‌ ନୁହେଁ ତ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନେକ ସମୟରେ ଦେଖିବାକୁ ମିଲେ ଯେ ଘରେ ସବୁ ଥାଇ ମଧ୍ୟ ଅଭାବ ଦେଖାଦେଉଛି । ଛୋଟ ଛୋଟ କଥାରେ ପରିବାର ସଦସ୍ୟଙ୍କ ମଧ୍ୟରେ  କଳି, ଝଗଡ଼ା ହେଉଛି। ଘରେ ଶାନ୍ତି ପରିବର୍ତ୍ତେ ସବୁବେଳେ ଅଶାନ୍ତ ବାତାବରଣ ସୃଷ୍ଟି ହେଉଛି।  ତେବେ ଯଦି ଆପଣଙ୍କ ଘରେ ବାରମ୍ୱାର ଏପରି ପରିସ୍ଥିତି ଉପୁଜୁଛି ତେବେ ଘର ଉପରେ ଗ୍ରହମାନଙ୍କ କୁ-ପ୍ରଭାବ ରହିଛି ବୋଲି ଜାଣନ୍ତୁ। କାରଣ ବାସ୍ତୁଶାସ୍ତ୍ର ଅନୁଯାୟୀ ଯଦି ଗ୍ରହଙ୍କ ସ୍ଥିତି ଅନୁସାରେ ଘର […]

store-room

Chinmayee Roy
  • Published: Friday, 05 April 2019
  • , Updated: 05 April 2019, 11:55 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନେକ ସମୟରେ ଦେଖିବାକୁ ମିଲେ ଯେ ଘରେ ସବୁ ଥାଇ ମଧ୍ୟ ଅଭାବ ଦେଖାଦେଉଛି । ଛୋଟ ଛୋଟ କଥାରେ ପରିବାର ସଦସ୍ୟଙ୍କ ମଧ୍ୟରେ  କଳି, ଝଗଡ଼ା ହେଉଛି। ଘରେ ଶାନ୍ତି ପରିବର୍ତ୍ତେ ସବୁବେଳେ ଅଶାନ୍ତ ବାତାବରଣ ସୃଷ୍ଟି ହେଉଛି।  ତେବେ ଯଦି ଆପଣଙ୍କ ଘରେ ବାରମ୍ୱାର ଏପରି ପରିସ୍ଥିତି ଉପୁଜୁଛି ତେବେ ଘର ଉପରେ ଗ୍ରହମାନଙ୍କ କୁ-ପ୍ରଭାବ ରହିଛି ବୋଲି ଜାଣନ୍ତୁ।

କାରଣ ବାସ୍ତୁଶାସ୍ତ୍ର ଅନୁଯାୟୀ ଯଦି ଗ୍ରହଙ୍କ ସ୍ଥିତି ଅନୁସାରେ ଘର ତିଆରି ହୋଇନଥାଏ ତେବେ ଏହାର କୁପ୍ରଭାବ ପଡ଼ିଥାଏ। ଘରର ପ୍ରତିଟି ସ୍ଥାନକୁ କୌଣସି ନା କୌଣସି ଗ୍ରହ ପ୍ରତିନିଧିତ୍ୱ କରିଥାନ୍ତି। ଯେପରି, ନବଗ୍ରହଙ୍କ ମଧ୍ୟରେ ରାହୁ ସୁଡଙ୍ଗ, ଗୁମ୍ଫା, ଗୋଦାମ ଘର ବା ଷ୍ଟୋର୍‌ ରୁମ୍‌ର ପ୍ରତିନିଧିତ୍ୱ କରିଥାନ୍ତି। ଆପଣ ଘର ତିଆରି କରିବା ବେଳେ ଯଦି ଉଚିତ ଦିଗରେ ଷ୍ଟୋର୍‌ ରୁମ୍‌ କରିଥିବେ ତେବେ ଆପଣଙ୍କ ଘର ଉପରେ ରାହୁଙ୍କର କୁପ୍ରଭାବ ପଡ଼ିବ ନାହିଁ। ତେବେ ଆସନ୍ତୁ ଜାଣିବା ଷ୍ଟୋର୍‌ ରୁମ୍‌କୁ ନେଇ କିଛି ବାସ୍ତୁ ଟିପ୍ସ।

୧) ଉଚିତ୍‌ ଦିଗ ଓ ଆବଶ୍ୟକ ମୁତାବକ କବାଟ, ଝରକା କରିଥିଲେ ମଧ୍ୟ ଯଦି ସୂର୍ଯ୍ୟକିରଣ ପର୍ଯ୍ୟାପ୍ତ ପରିମାଣରେ ଆସୁନଥିବ ତେବେ ଘରେ ରାହୁଙ୍କ ନକାରାତ୍ମକ ପ୍ରଭାବ ପଡ଼ିଥାଏ।

୨) ଘର ଭିତରେ ଲମ୍ବା ଗ୍ୟାଲେରୀ, ସୁଡ଼ଙ୍ଗ ଓ ଅନ୍ଧାର ସ୍ଥାନକୁ ଲଗାଇ ଷ୍ଟୋର୍‌ ରୁମ୍‌ ରଖନ୍ତୁ ନାହିଁ। ଯଦି ଘରେ ଏପରି ସ୍ଥାନରେ ଷ୍ଟୋର୍‌ ରୁମ୍‌ ଥିବ, ତେବେ ଉକ୍ତ ଘରେ ରହୁଥିବା ଲୋକଙ୍କୁ ବହୁ କଠିନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ। ତେଣୁ ଘର ତିଆରି କରିବା ବେଳେ ହେଉ କି କିଣିବା ବେଳେ ହେଉ, ନିଶ୍ଚିତ ଧ୍ୟାନ ଦେବେ ଯେପରି ଘର ଭିତରକୁ ପର୍ଯ୍ୟାପ୍ତ ପରିମାଣର ସୂର୍ଯ୍ୟକିରଣ ପ୍ରବେଶ କରୁଥିବ।

୩) ଷ୍ଟୋର୍‌ ରୁମ୍‌ ଘରର ଅନ୍ୟ ରୁମ୍‌ଠାରୁ କେବେ ବି ବଡ଼ ହେବା ଉଚିତ ନୁହେଁ। ଯଦି ଏପରି ସ୍ଥିତିରେ ଷ୍ଟୋର୍‌ ରୁମ୍‌ ଥିବ ଓ ଏହା ଅନ୍ଧାରିଆ ରହୁଥିବ ତେବେ ଘରର ମୁଖିଆ ଭୁଲ ବାଟରେ ଅର୍ଥ ରୋଜଗାର କରିଥାନ୍ତି।

୪)  ଷ୍ଟୋର ରୁମ୍‌ ଯଦି ବେଡ୍‌ ରୁମ୍‌କୁ ଲାଗି ରୁହେ ତେବେ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ। ସବୁବେଳେ  କିଛି ନା କିଛି କାରଣରୁ ଘରେ ପାଟିତୁଣ୍ଡ ଲାଗି ରହେ।

୫) ଷ୍ଟୋର୍‌ ରୁମ୍‌ ଯଦି ପିଲାଙ୍କ ରୁମ୍‌ ସାମ୍ନାକୁ ରହିଥାଏ ତେବେ ସେମାନେ ଭୁଲ ବାଟରେ ଚାଲିଯାଇଥାନ୍ତି। ଫଳରେ ବହୁତ ଲୋକଙ୍କୁ ସେମାନେ ନିଜର ଶତ୍ରୁ ବନାଇ ଦେଇଥାନ୍ତି । ଯଦି ଏମିତି ସ୍ଥିତି ଅଛି ତେବେ ତୁରନ୍ତ ଷ୍ଟୋର୍‌ ରୁମ୍‌ର ସ୍ଥିତିରେ ପରିବର୍ତ୍ତନ କରନ୍ତୁ।

Related story