ଜାଣନ୍ତୁ କିଛି ଡାକ ଘର ଏଟିଏମ୍ ନିୟମ

ନୂଆଦିଲ୍ଲୀ(ଓଡ଼ିଶାରିପୋର୍ଟର): ବ୍ୟାଙ୍କ ଭଳି ଭାରତୀୟ ଡାକ ସେବାରେ ମଧ୍ୟ ବିଭିନ୍ନ ପ୍ରକାର ସଞ୍ଚୟ ସ୍କିମ୍‌ମାନ ରହିଛି। ସେଭିଙ୍ଗ୍ସ ଆକାଉଣ୍ଟ, ଫିକ୍ସଡ ଡିପୋଜିଟ୍ ଆକାଉଣ୍ଟ, ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା(ଏସ୍‌ସିଏସ୍‌ଏସ୍), ରିକରିଂ ଡିପୋଜିଟ୍ ଆକାଉଣ୍ଟ୍ ଆଦି ସହଜ ସଞ୍ଚୟ ଯୋଜନା ଥିବା ବେଳେ ଏବେ ଧୀରେ ଧୀରେ ଏହାର ଏଟିଏମ୍ ମଧ୍ୟ ଖୋଲିଲାଣି। ଭାରତୀୟ ଡାକ ୱେବସାଇଟ୍ indiapost.gov.inର ତଥ୍ୟ ଅନୁସାରେ ବର୍ତ୍ତମାନ ଦେଶରେ ଦେଢ଼ କୋଟିରୁ ଊର୍ଦ୍ଧ୍ୱ ଡାକଘର ରହିଛି। ସୂଚନା ଅନୁସାରେ ସର୍ବନିମ୍ନ ୨୦ ଟଙ୍କା […]

post-edit

post-edit

Jagamohan Maharana
  • Published: Monday, 28 January 2019
  • Updated: 28 January 2019, 07:54 PM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶାରିପୋର୍ଟର): ବ୍ୟାଙ୍କ ଭଳି ଭାରତୀୟ ଡାକ ସେବାରେ ମଧ୍ୟ ବିଭିନ୍ନ ପ୍ରକାର ସଞ୍ଚୟ ସ୍କିମ୍‌ମାନ ରହିଛି। ସେଭିଙ୍ଗ୍ସ ଆକାଉଣ୍ଟ, ଫିକ୍ସଡ ଡିପୋଜିଟ୍ ଆକାଉଣ୍ଟ, ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା(ଏସ୍‌ସିଏସ୍‌ଏସ୍), ରିକରିଂ ଡିପୋଜିଟ୍ ଆକାଉଣ୍ଟ୍ ଆଦି ସହଜ ସଞ୍ଚୟ ଯୋଜନା ଥିବା ବେଳେ ଏବେ ଧୀରେ ଧୀରେ ଏହାର ଏଟିଏମ୍ ମଧ୍ୟ ଖୋଲିଲାଣି। ଭାରତୀୟ ଡାକ ୱେବସାଇଟ୍ indiapost.gov.inର ତଥ୍ୟ ଅନୁସାରେ ବର୍ତ୍ତମାନ ଦେଶରେ ଦେଢ଼ କୋଟିରୁ ଊର୍ଦ୍ଧ୍ୱ ଡାକଘର ରହିଛି।

ସୂଚନା ଅନୁସାରେ ସର୍ବନିମ୍ନ ୨୦ ଟଙ୍କା ଜମା କରି ଲୋକମାନେ ଚାହିଁଲେ ଡାକଘରେ ନିଜ ନାମରେ ଆକାଉଣ୍ଟ୍ ଖୋଲିପାରିବେ। ସେହିପରି ସେଭିଙ୍ଗସ୍ ଆକାଉଣ୍ଟ୍ ରେ ବାର୍ଷିକ ୧୦୦ ଟଙ୍କା ସଞ୍ଚୟରେ ୪ ଟଙ୍କା ହାରରେ ସୁଧ ପ୍ରଦାନ କରାଯାଉଛି।

ଜାଣନ୍ତୁ ଡାକ ଏଟି କେତୋଟି ନିୟମ

୧-ଡାକ ଏଟିଏମ୍‌ରେ ଦିନକୁ ଜଣେ ଆକାଉଣ୍ଟଧାରୀ ସର୍ବାଧିକ ନିଜ କାର୍ଡ ମାଧ୍ୟମରେ ୨୫୦୦୦ ଟଙ୍କା ଉଠାଇ ପାରିବେ।

୨- ଡେବିଟ୍ କାର୍ଡ ମାଧ୍ୟମରେ ଜଣେ ବ୍ୟକ୍ତି ଦୈନିକ ସର୍ବାଧିକ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ କାରବାର କରିପାରିବେ।

୩- ମାସକୁ ମାତ୍ର ୫ ଥର ମାଗଣାରେ ଏଟିଏମ୍ ବ୍ୟବହାର କରି ହେବ। ଏହାଠାରୁ ଅଧିକ କାରବାର କଲେ ଦେୟ ଲାଗୁ ହେବ।

୪- ଅନ୍ୟ ବ୍ୟାଙ୍କ ଏଟିଏମ୍‌ରେ ମାସିକ ମାତ୍ର ୩ ଥର ମାଗଣାରେ କାରବାର କରିହେବ। ଅଣମେଟ୍ରୋ ସହରରେ ୫ ଥର ମାଗଣାରେ କାରବାର କରିହେବ।

୫- ଏହା ବାଦ୍ ଅଧିକ କାରବାର କଲେ ୨୦ ଟଙ୍କା ଦେୟ ସହିତ ଜିଏସ୍‌ଟି ବହନ କରିବାକୁ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos