୬ ଜୁଲାଇ ପର୍ଯ୍ୟନ୍ତ ଗ୍ରୀସରେ ବ୍ୟାଙ୍କ ବନ୍ଦ

ଗ୍ରୀସ: ସୋମବାର ଗ୍ରୀସ ସରକାର ୬ ଜୁଲାଇ ପର୍ଯ୍ୟନ୍ତ ସବୁ ବ୍ୟାଙ୍କ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଏଟିଏମରୁ ଟଙ୍କା ଉଠାଇବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ଗ୍ରୀସରେ ଦେଖାଦେଇଥିବା ଜଟିଳ ଆର୍ଥିକ ସଙ୍କଟକୁ ଦେଖି ବିଶ୍ୱରେ ସେୟାର ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିବ । ଗ୍ରୀସ ସରକାରଙ୍କ ଏପରି ନିଷ୍ପତ୍ତି ପରେ ୟୁରୋପୟ ୟୁନିୟନର ମୁଦ୍ରା ୟୁରୋ ଦୁଇ ପ୍ରତିଶତ କମିଛି । ବିଶେଷ କରି ଏସିଆର ସବୁ ସେୟାର […]

1

1

Rakesh Mallick
  • Published: Monday, 29 June 2015
  • Updated: 29 June 2015, 02:49 PM IST

Sports

Latest News

ଗ୍ରୀସ: ସୋମବାର ଗ୍ରୀସ ସରକାର ୬ ଜୁଲାଇ ପର୍ଯ୍ୟନ୍ତ ସବୁ ବ୍ୟାଙ୍କ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଏଟିଏମରୁ ଟଙ୍କା ଉଠାଇବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ଗ୍ରୀସରେ ଦେଖାଦେଇଥିବା ଜଟିଳ ଆର୍ଥିକ ସଙ୍କଟକୁ ଦେଖି ବିଶ୍ୱରେ ସେୟାର ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିବ । ଗ୍ରୀସ ସରକାରଙ୍କ ଏପରି ନିଷ୍ପତ୍ତି ପରେ ୟୁରୋପୟ ୟୁନିୟନର ମୁଦ୍ରା ୟୁରୋ ଦୁଇ ପ୍ରତିଶତ କମିଛି । ବିଶେଷ କରି ଏସିଆର ସବୁ ସେୟାର ବାଜାରରେ ହ୍ରାସ ପରିଲକ୍ଷିତ ହୋଇଥିଲା । ଜମାକାରୀଙ୍କ ଅନୁସାରେ ଏବେ ଗ୍ରୀସରେ ମୁଦ୍ରା ୟୁରୋରୁ ଅଲଗା ହେବା ଏକ ପ୍ରକାର ନିଶ୍ଚିତ ।

ଗ୍ରୀସ ସରକାରଙ୍କୁ ମଙ୍ଗଳବାର ସୁଦ୍ଧା ଏଏମଏଫରୁ ନିଆଯାଇଥିବା ଋଣ ଶୁଝିବାର ଅଛି । ଏବେ ଗ୍ରୀସ ଏହାକୁ ଶୁଝିପାରିବା ସ୍ଥିତିରେ ନ ଥିବାରୁ ଏପରି ଘୋଷଣା କରିଛି । ଗ୍ରୀସର ଏପରି ଘୋଷଣା ପରେ ଅନ୍ୟ ୟୁରୋପିୟ ଦେଶର ବ୍ୟାଙ୍କ ପକ୍ଷରୁ ଗ୍ରୀସକୁ ଦିଆଯାଉଥିବା ଲାଇନ ଅଫ କ୍ରେଡିଟକୁ ବନ୍ଦ କରିଦିଆଯାଇଛି । ଏପରି ସ୍ଥିତିରେ ଗ୍ରୀସର ବ୍ୟାଙ୍କ ଉପରେ ଗଭୀର ସଙ୍କଟକୁ ଦେଖି ସରକାର ସବୁ ବ୍ୟାଙ୍କକୁ ବନ୍ଦ କରିବାକୁ ଆଦେଶ ଦେଇଛନ୍ତି । ଗ୍ରୀସ ସରକାରଙ୍କ ଆଦେଶ ଅନୁସାରେ ବ୍ୟାଙ୍କ ଏଟିଏମରୁ ମାତ୍ର ୬୦ ୟୁରୋ (୬୫ ଡଲାର) ବାହାର କରି ପାରିବେ । ସରକାରଙ୍କ ଏପରି ନିଷ୍ପତ୍ତି ପରେ ଦେଶରେ ଏଟିଏମରୁ ଟଙ୍କା କାଢିବାକୁ ଲୋକଙ୍କ ଲମ୍ବା ଲାଇନ ଲାଗିଥିବା ଦେଖିବାକୁ ମିଳିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos