ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଲା ଯୋଜନାରେ ୧.୫ କୋଟି ବିପିଏଲ୍ ପରିବାରକୁ ଦିଆଯାଇଛି ଏଲ୍‌ପିଜି ସଂଯୋଗ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଲା ଯୋଜନା (ପିଏମ୍‌ୟୁୱାଇ)ରେ ଦେଶର ୧.୫ କୋଟି ବିପିଏଲ୍ ପରିବାରକୁ ଏଲ୍‌ପିଜି ସଂଯୋଗ ଦିଆଯାଇଛି ବୋଲି ପେଟ୍ରୋଲିୟମ୍ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ଜାରି କରାଯାଇଥିବା ପ୍ରେସ୍ ରିଲିଜରେ କୁହାଯାଇଛି। ଏହି ପ୍ରେସ୍‌ ରିଲିଜ୍‌ରେ କୁହାଯାଇଛି ଯେ ଚଳିତ ଆର୍ଥିକ ବର୍ଷରେ ଯେତିକି ବିପିଏଲ୍ ପରିବାରକୁ ରନ୍ଧନ ଗ୍ୟାସ୍ ସଂଯୋଗ ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ତାହା ଏଇ ଆଠ ମାସରେ ପୂରଣ ହୋଇଯାଇଛି। ଚଳିତ ବର୍ଷ ମେ’ ୧ ତାରିଖରେ ଉତ୍ତର ପ୍ରଦେଶ […]

lpg

Rakesh Mallick
  • Published: Friday, 30 December 2016
  • , Updated: 30 December 2016, 11:05 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଲା ଯୋଜନା (ପିଏମ୍‌ୟୁୱାଇ)ରେ ଦେଶର ୧.୫ କୋଟି ବିପିଏଲ୍ ପରିବାରକୁ ଏଲ୍‌ପିଜି ସଂଯୋଗ ଦିଆଯାଇଛି ବୋଲି ପେଟ୍ରୋଲିୟମ୍ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ଜାରି କରାଯାଇଥିବା ପ୍ରେସ୍ ରିଲିଜରେ କୁହାଯାଇଛି।

ଏହି ପ୍ରେସ୍‌ ରିଲିଜ୍‌ରେ କୁହାଯାଇଛି ଯେ ଚଳିତ ଆର୍ଥିକ ବର୍ଷରେ ଯେତିକି ବିପିଏଲ୍ ପରିବାରକୁ ରନ୍ଧନ ଗ୍ୟାସ୍ ସଂଯୋଗ ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ତାହା ଏଇ ଆଠ ମାସରେ ପୂରଣ ହୋଇଯାଇଛି।

ଚଳିତ ବର୍ଷ ମେ’ ୧ ତାରିଖରେ ଉତ୍ତର ପ୍ରଦେଶ ବାଲିଆ ଜିଲ୍ଲାରୁ ଏହି ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସାରା ଦେଶରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି।

Related story