ନୂଆଦିଲ୍ଲୀ: ଆସନ୍ତା ୧୦ ବର୍ଷରେ ଅଟୋମୋବାଇଲ ଇଣ୍ଡଷ୍ଟ୍ରୀ ୨୦ ଲକ୍ଷ କୋଟି ଟଙ୍କାର ବ୍ୟବସାୟ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରା ନୀତିନ୍ ଗଡ଼କରୀ। ସେ କହିଛନ୍ତି,“ ଅଟୋମୋବାଇଲ୍ ନିର୍ମାତା ମାନେ ଯଦି କ୍ୱାଲିଟିରେ କୌଣସି ପରିବର୍ତ୍ତନ ନ କରନ୍ତି ତେବେ ଏହା ଚଳିତ ବ୍ୟବସାୟଠାରୁ ଏହାଠାରୁ ଅଧିକ ବ୍ୟବସାୟ କରିପାରେ। ଏଥିପାଇଁ ବୈଷୟିକ ଜ୍ଞାନ ଓ ମେସିନ କ୍ଷେତ୍ରରେ ପରିବର୍ତ୍ତନ ଆଣିବାକୁ ହେବ। ଏଥିପାଇଁ ଆମକୁ ପ୍ରତିଶ୍ରୁତିବଦ୍ଧ ହେବାକୁ ପଡିବ।”
ସେ କହିଛନ୍ତି,“ଅଟୋମୋବାଇଲ ଇଣ୍ଡଷ୍ଟ୍ରୀ ଏବେ ୪.୫ ଲକ୍ଷ କୋଟି ଟଙ୍କାର ବ୍ୟବସାୟ କରୁଛି, ଆସନ୍ତା ୧୦ ବର୍ଷରେ ଏହା ୨୦ ଲକ୍ଷ କୋଟି ଟଙ୍କାକୁ ଟପିବ ଓ ଭାରତକୁ ଏକ ନମ୍ବର ରାଷ୍ଟ୍ର ଭାବେ ମାନ୍ୟତା ଦେବ ଏଥିରେ ସନ୍ଦେହ ନାହିଁ।”