ଦୁଇ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ପ୍ରତିଶ୍ରୁତି ମିଳିଛି: ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶାରେ ୧୦ଟି କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭରେ ପ୍ରତିଶ୍ରୁତି ମିଳିଛି। ଏହି ୧୦ଟି କ୍ଷେତ୍ରରେ ୨,୦୩,୨୭୦ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ। ଏ ନେଇ ଶିଳ୍ପପତିମାନେ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଆଜି ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭର ଉଦ୍‌ଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ସେ କହିଛନ୍ତି,“ରାଜ୍ୟରେ ଏହିସବୁ ଶିଳ୍ପ ପ୍ରତିଷ୍ଠା ହେଲେ ୧,୪୦,୦୦୦ ପିଲା ନିଯୁକ୍ତି ପାଇବେ। ଏହାଦ୍ୱାରା ବେକାରୀ ସମସ୍ୟା ଦୂର ହୋଇପାରିବ।” କେଉଁ କ୍ଷେତ୍ରରେ […]

naveen

Rakesh Mallick
  • Published: Friday, 02 December 2016
  • , Updated: 03 December 2016, 11:32 AM IST

ଭୁବନେଶ୍ୱର: ଓଡ଼ିଶାରେ ୧୦ଟି କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭରେ ପ୍ରତିଶ୍ରୁତି ମିଳିଛି। ଏହି ୧୦ଟି କ୍ଷେତ୍ରରେ ୨,୦୩,୨୭୦ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ। ଏ ନେଇ ଶିଳ୍ପପତିମାନେ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଆଜି ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭର ଉଦ୍‌ଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ସେ କହିଛନ୍ତି,“ରାଜ୍ୟରେ ଏହିସବୁ ଶିଳ୍ପ ପ୍ରତିଷ୍ଠା ହେଲେ ୧,୪୦,୦୦୦ ପିଲା ନିଯୁକ୍ତି ପାଇବେ। ଏହାଦ୍ୱାରା ବେକାରୀ ସମସ୍ୟା ଦୂର ହୋଇପାରିବ।”

କେଉଁ କ୍ଷେତ୍ରରେ କେତେ ପୁଞ୍ଜି ବିନିଯୋଗ ପାଇଁ ଶିଳ୍ପପତିମାନେ ଆଗ୍ରହ ପ୍ରକାଶ କରିଛନ୍ତି ସେ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ଶିଳ୍ପମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି,“ରାଜ୍ୟରେ କେମିକାଲ, ପେଟ୍ରୋକେମିକାଲ ଓ ପ୍ଲାଷ୍ଟିକ୍‌ରେ ୨୭,୦୨୩ କୋଟି, ଖାଦ୍ୟ ପ୍ରକ୍ରିୟାକରଣରେ ୨୧୦୧ କୋଟି, ହେଲ୍‌ଥ କେୟାରରେ ୧୩୯୨ କୋଟି, ଭିତ୍ତିଭୂମିରେ ୩୮,୪୪୩ କୋଟି ଟଙ୍କା ବିନିଯୋଗ ପାଇଁ ପ୍ରତିଶ୍ରୁତି ମିଳିଛି। ସେହିପରି ଆଇଟି ଓ ଇଲେକ୍ଟ୍ରୋନିକ୍ସରେ ୧୫୦୦ କୋଟି, ମାନୁଫ୍ୟାକ୍‌ଚରିଂ କ୍ଷେତ୍ରରେ ୨୬୮୫ କୋଟି, ମେଟାଲ ଆଣ୍ଡ ମିନେରାଲରେ ୯୭,୯୧୯ କୋଟି, ଶକ୍ତି ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ ୨୯,୯୩୨ କୋଟି, ବୟନ ଶିଳ୍ପ କ୍ଷେତ୍ରରେ ୧୭୨ କୋଟି ଓ ପର୍ଯ୍ୟଟନ କ୍ଷେତ୍ରରେ ୨୦୭୬ କୋଟି ଟଙ୍କା ପୁଞ୍ଜି ନିବେଶ କରାଯିବ ବୋଲି କମ୍ପାନୀ ମାଲିକ ଓ ପ୍ରତିନିଧିଙ୍କଠାରୁ ପ୍ରତିଶ୍ରୁତି ମିଳିଛି।

ଶିଳ୍ପମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି,“ଓଡ଼ିଶାରେ ମେନ୍‌ ଇନ୍‌ କନ୍‌କ୍ଲେଭ କରିବା ପାଇଁ ଆଗରୁ ଯେଉଁ ରୋଡ୍‌ ଶୋ’ କରୁଥିଲୁ ଆଜି ତା’ର ପ୍ରତିଫଳ ଆମକୁ ମିଳିଛି। ନିମନ୍ତ୍ରଣ ରକ୍ଷା କରି ଶିଳ୍ପପତିମାନେ ଆସିଥିଲେ ଏବଂ ପୁଞ୍ଜି ନିବେଶ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।”

ଆଜି ଶେଷ ଦିନରେ ମୁଖ୍ୟମନ୍ତ୍ରୀ ଏନ୍‌ଏଲ୍‌ସି ଇଣ୍ଡିଆ ଲିମିଟେଡ୍‌, ହିନ୍ଦୁଜା ଗ୍ରୁପ୍‌, ମହିନ୍ଦ୍ରା ହଲିଡେ ଭଳି ୧୦ଟି କମ୍ପାନୀର ମୁଖ୍ୟ ଓ ପ୍ରତିନିଧିଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ।

Related story