୧୧ ନଭେମ୍ବର, ଶନିବାର: ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ସ୍ୱାସ୍ଥ୍ୟ ଭଲ ରହିବ

ମେଷ: ଆଜିର ଦିନଟି ଆପରଙ୍କ ଜଞ୍ଜାଳମୟ ରହିବ। ବ୍ୟବସାୟରେ ଅଧିକ ପରିଶ୍ରମ କରିବାକୁ ପଡିବ। ନୂଆ ଦାୟିତ୍ୱ ହାତକୁ ନେଇପାରନ୍ତି। ଅଟକି ରହିଥିବା ଧନ ପ୍ରାପ୍ତିର ଯୋଗ ରହିଛି।

ବୃଷ: ଆଜିର ଦିନଟି ଆପଣଙ୍କ ପାଇଁ ଭଲ ନୁହେଁ। ଧନ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅନାବଶ୍ୟକ ଚିନ୍ତା ମୁଣ୍ଡରେ ପୂରାନ୍ତୁ ନାହିଁ। ଘରୁ ବାହାରକୁ ଯିବା ବେଳେ ଦେଶୀ ଘିଅ ଖାଆନ୍ତୁ।

ମିଥୁନ: ଆଜିର ଦିନଟି ଆପଣଙ୍କ ମାନ୍ଦାରେ କଟିବ। ଧନର ସ୍ଥିତି ଭଲ ରହିବ। ଯଦି ଆଣ୍ଡୁଗଣ୍ଠି ସମସ୍ୟାରେ ପଡିଛନ୍ତି, ତେବେ ଆଜି ଏହା ଦୂର ହେବାର ଆଶା ରହିଛି।

କର୍କଟ: ଆଜି ଆପଣଙ୍କୁ ମିଶ୍ର ପ୍ରତିକ୍ରିୟା ମିଳିବ। ଧାଁ ଦୌଡରେ ଦିନଟି କଟିବ। ରୋଜଗାର ପାଇଁ କରିଥିବା ଉଦ୍ୟମରେ ସଫଳ ହେବେ। ଧନ ଓ ମାନସମ୍ମାନ ବୃଦ୍ଧି ପାଇବ।

ସିଂହ: ଆଜିର ଦିନଟି ଆପଣଙ୍କର ଭଲରେ କଟିବ। ସ୍ୱାସ୍ଥ୍ୟ ଭଲ ରହିବ। ଚାକିରି କ୍ଷେତ୍ରରେ ବିବାଦ ଥିଲେ ଦୂର ହେବ। ସ୍ଥାନ ପରିବର୍ତ୍ତନରେ ଲାଭ ପାଇବେ।

କନ୍ୟା: ବାବାଦୀୟ ସ୍ଥିତିରୁ ନିଜକୁ ଦୂରେଇ ରଖନ୍ତୁ। ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। ଅଳ୍ପ ବାସ୍ନାଯୁକ୍ତ ପରଫ୍ୟୁମ୍‌ ବ୍ୟବହାର କରନ୍ତୁ।

ତୁଳା: ଚାକିରି ପରିବର୍ତ୍ତର ଯୋଗ ରହିଛି। ସ୍ୱାସ୍ଥ୍ୟ ଠିକ ରହିବ। ପାରିବାରିକ ସମସ୍ୟା ଥିଲେ ଦୂର ହେବାର ଆଶା ରହିଛି।

ବିଚ୍ଛା: ପୁରୁଣା ସମସ୍ୟା ଦୂର ହୋଇଯିବ। ଅଶାନ୍ତି ଦୂର ହେବ। ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ।

ଧନୁ: ଧନଲାଭର ଯୋଗ ରହିଛି। ଉଚ୍ଚ ଅଧିକାରୀଙ୍କ ସହଯୋଗ ପାଇବେ। ଦାୟିତ୍ୱ ବଢ଼ିବ।

ମକର: ପ୍ରେମ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ଧନହାନୀରୁ ଦୂରେଇ ରୁହନ୍ତୁ। କଳା ବସ୍ତୁ ଦାନ କରନ୍ତୁ, ସମସ୍ୟାରେ ସୁଧାର ଆସିବ।

କୁମ୍ଭ: ଧାଁ ଦୌଡ ବଢିବ। ଜୀବନସାଥୀଙ୍କ ସହ ବାଦ ବିବାଦ କରନ୍ତୁ ନାହିଁ। କିଛି ସମୟ ପୂଜାପାଠରେ କଟାନ୍ତୁ, ମନକୁ ଶାନ୍ତି ମିଳିବ।

ମୀନ: ଆଜି ବହୁତ ପରିଶ୍ରମ କରିବାକୁ ପଡିବ। ପାରିବାରିକ ଜୀବନ ସୁଖମୟ ହେବ। ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ।