ବାହାଘର ପାଇଁ ଉଠାଇପାରିବେ ଅଢ଼େଇ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ସରକାର ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଅଚଳ କରି ଦେବା ପରେ ନିକଟ ଭବିଷ୍ୟତରେ ପୁଅ ଓ ଝିଅ ବାହାଘର କରିବାକୁ ଥିବା ବାପାମା’ମାନେ ଅଧିକ ଚିନ୍ତିତ ହୋଇପଡ଼ିଥିଲେ। କାରଣ ଟଙ୍କା ଉଠାଇବା ପରିମାଣ ଉପରେ ସରକାର କଟକଣା ଜାରି କରିଛନ୍ତି। ତେବେ ଆଜି କେନ୍ଦ୍ର ସରକାର ସେମାନଙ୍କ ଚିନ୍ତା ହ୍ରାସ କରିଛନ୍ତି। ପୁଅ ଅବା ଝିଅ ବାହାଘର କରିବାକୁ ଥିବା ବାପାମା’ମାନେ ବ୍ୟାଙ୍କରୁ ଏକା ଥରକେ ଅଢ଼େଇ ଲକ୍ଷ ଟଙ୍କା ଉଠାଇ […]

marraige

Rakesh Mallick
  • Published: Thursday, 17 November 2016
  • , Updated: 17 November 2016, 01:59 PM IST

ନୂଆଦିଲ୍ଲୀ: ସରକାର ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଅଚଳ କରି ଦେବା ପରେ ନିକଟ ଭବିଷ୍ୟତରେ ପୁଅ ଓ ଝିଅ ବାହାଘର କରିବାକୁ ଥିବା ବାପାମା’ମାନେ ଅଧିକ ଚିନ୍ତିତ ହୋଇପଡ଼ିଥିଲେ। କାରଣ ଟଙ୍କା ଉଠାଇବା ପରିମାଣ ଉପରେ ସରକାର କଟକଣା ଜାରି କରିଛନ୍ତି। ତେବେ ଆଜି କେନ୍ଦ୍ର ସରକାର ସେମାନଙ୍କ ଚିନ୍ତା ହ୍ରାସ କରିଛନ୍ତି। ପୁଅ ଅବା ଝିଅ ବାହାଘର କରିବାକୁ ଥିବା ବାପାମା’ମାନେ ବ୍ୟାଙ୍କରୁ ଏକା ଥରକେ ଅଢ଼େଇ ଲକ୍ଷ ଟଙ୍କା ଉଠାଇ ପାରିବେ। ବାପା,ମାଆ, ବର ଅବା କନ୍ୟା ସେମାନଙ୍କ ଆକାଉଣ୍ଟରୁ ଏହି ପରିମାଣର ଅର୍ଥ ଉଠାଇପାରିବେ। ଅଢ଼େଇ ଲକ୍ଷ ଟଙ୍କା କେବଳ ଗୋଟିଏ ଆକାଉଣ୍ଟରୁ ଉଠା ଯାଇପାରିବ। ନଗଦ ଅର୍ଥ ନେବା ପାଇଁ କେୱାଇସି ବାଧ୍ୟତାମୂଳକ। ଏତେ ପରିମାଣରେ ଅର୍ଥ ଉଠାଇବା ପାଇଁ ପ୍ୟାନ୍ କାର୍ଡ ମଧ୍ୟ ଜରୁରୀ। ଏହାଛଡ଼ା ବର ଅବା କନ୍ୟାଙ୍କ ବାପାମା’ଙ୍କ ମଧ୍ୟରୁ ଜଣଙ୍କୁ ବ୍ୟାଙ୍କ ଯାଇ ବାହାଘର ନିମନ୍ତ୍ରଣ କାର୍ଡ ଦେଖାଇବାକୁ ପଡ଼ିବ।

Related story