୨ଟି ପ୍ରକଳ୍ପକୁ ଅନୁମୋଦନ; ନିବେଶ ହେବ ୨୨୪ କୋଟି ଟଙ୍କା

ଭୁବନେଶ୍ୱର: ଓଡ଼ିଶାରେ ୨୨୪ କୋଟି ଟଙ୍କା ପୁଞ୍ଚି ନିବେଶରେ ୨ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏଥିରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ୧୦୪୨ଜଣଙ୍କୁ ନିଯୁକ୍ତି ମିଳିବ। ଗତକାଲି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିବା ସିଙ୍ଗଲ ୱିଣ୍ଡୋ କମିଟି ବୈଠକରେ ଏହି ଦୁଇଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଇଫ୍‌କୋକୁ ପାରାଦୀପ ନୂଆ ଷ୍ଟେସନ୍‌ ନିକଟରେ ୬୩.୫୫ କୋଟି ଟଙ୍କା ବ୍ୟୟରେ ରେଲୱେ ସାଇଡିଂ କରିବାକୁ ଅନୁମୋଦନ ମିଳିଛି। ଏଥିରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ […]

assembly

Rakesh Mallick
  • Published: Friday, 30 September 2016
  • , Updated: 30 September 2016, 09:32 PM IST

ଭୁବନେଶ୍ୱର: ଓଡ଼ିଶାରେ ୨୨୪ କୋଟି ଟଙ୍କା ପୁଞ୍ଚି ନିବେଶରେ ୨ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏଥିରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ୧୦୪୨ଜଣଙ୍କୁ ନିଯୁକ୍ତି ମିଳିବ। ଗତକାଲି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିବା ସିଙ୍ଗଲ ୱିଣ୍ଡୋ କମିଟି ବୈଠକରେ ଏହି ଦୁଇଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି।

ଇଫ୍‌କୋକୁ ପାରାଦୀପ ନୂଆ ଷ୍ଟେସନ୍‌ ନିକଟରେ ୬୩.୫୫ କୋଟି ଟଙ୍କା ବ୍ୟୟରେ ରେଲୱେ ସାଇଡିଂ କରିବାକୁ ଅନୁମୋଦନ ମିଳିଛି। ଏଥିରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଭାବେ ୯୭ ଜଣ ନିଯୁକ୍ତି ପାଇବେ। ପ୍ରକଳ୍ପ ନିର୍ମାଣ ୧୪ ମାସ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି।

ସେହିପରି ଧାମରା ବନ୍ଦର ନିକଟସ୍ଥ ଦୋସିଙ୍ଗାଠାରେ ୱେଲସ୍ପନ୍‌ ଓଡ଼ିଶା ପ୍ରାଇଭେଟ୍‌ ଲିମିଟେଡ୍‌କୁ ଷ୍ଟିଲ ଦଣ୍ଡ ତିଆରି ପ୍ରକଳ୍ପ ପାଇଁ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପରେ ବାର୍ଷିକ ୦.୨୭ ନିୟୁତ ଟନ୍‌ ଷ୍ଟିଲ୍‌ ଦଣ୍ଡ ଉତ୍ପାଦନ ହେବ। ଏଥିପାଇଁ ୧୬୦.୧୫ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ। ଏଥିରେ ୯୪୫ ଜଣ ନିଯୁକ୍ତି ପାଇବେ।

ସୂଚନାଯୋଗ୍ୟ, ଚଳିତବର୍ଷ ଫେବୃୟାରୀ ଓ ଅଗଷ୍ଟରେ ଓଡ଼ିଶା ପୁଞ୍ଜିନିବେଶ ପାଇଁ ହୋଇଥିବା ସମାବେଶରେ ବହୁ କମ୍ପାନୀ ଓଡ଼ିଶାରେ ସେମାନଙ୍କ ଶିଳ୍ପ ପ୍ରତିଷ୍ଠା ଲାଗି ଆଗ୍ରହ ପ୍ରକାଶ କରିଥିଲେ। ଫେବୃୟାରୀ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ହୋଇଥିବା ସମାବେଶରେ ବିଭିନ୍ନ ଶିଳ୍ପ ସଂସ୍ଥାଠାରୁ ୭୦,୯୫୯ କୋଟି ଟଙ୍କା ବିନିଯୋଗରେ ୧୪ଟି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ମିଳିଥିଲା। ବର୍ତ୍ତମାନ ସୁଦ୍ଧା ଗୀତାଞ୍ଜଳୀ ଏକ୍ସପ୍ରେସ୍‌ ଓ ଦୀପକ ଫର୍ଟିଲାଇଜର ସେମାନଙ୍କ ପ୍ରକଳ୍ପ ପ୍ରତିଷ୍ଠା କାମ ଆରମ୍ଭ କରିସାରିଛନ୍ତି। ସେହିପରି ଅଗଷ୍ଟ ୨୫ ଓ ୨୬ ବେଙ୍ଗାଲୁରରେ ଅନୁଷ୍ଠିତ ସମାବେଶରେ ୯୦,୬୭୦ କୋଟି ଟଙ୍କା ପୁଞ୍ଜି ବିନିଯୋଗରେ ୨୬ଟି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ମିଳିଥିଲା। ଏଥିମଧ୍ୟରୁ ଏପି ଫ୍ୟାସନ ଓ ଭାରତ କୋଲ କେମିକାଲସ୍‌ ସେମାନଙ୍କ ପ୍ରକଳ୍ପ ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ କରିସାରିଛନ୍ତି ବୋଲି ବୈଠକରେ ସୂଚନା ଦିଆଯାଇଥିଲା।

Related story