‘୨୦ କୋଟି ଟଙ୍କାର ଅବକାରୀ ରାଜସ୍ୱ ହ୍ରାସ ପାଇଛି’

ଭୁବନେଶ୍ୱର: ବିମୁଦ୍ରାକରଣ ପ୍ରଭାବରେ ରାଜ୍ୟରେ ଚଳିତ‍ବର୍ଷ ୨୦ କୋଟି ଟଙ୍କାର ଅବକାରୀ ରାଜସ୍ୱ ହ୍ରାସ ହୋଇଛି। ଏ ନେଇ ଆଜି ସୂଚନା ଦେଇଛନ୍ତି ଅବକାରୀ ସଚିବ ବିଷ୍ଣୁପଦ ସେଠୀ। ସେ କହିଛନ୍ତି,“ବିମୁଦ୍ରାକରଣ ଯୋଗୁଁ ଖୁଚୁରା ବେପାର ୪୦ରୁ ୫୦ ପ୍ରତିଶତ କମିଛି। ଏପ୍ରିଲ ପହିଲାରୁ ଅନଲାଇନ୍‌ରେ କାରବାର ପାଇଁ ନିଷ୍ପତ୍ତି ହୋଇଛି। ଏହି ମାଧ୍ୟମରେ ରିଟେଲରମାନେ ଅନ୍‌ ଲାଇନ୍‌ରେ ଡିପୋରୁ ମଦ କିଣି ପାରିବେ। ଆଜି ଚଣ୍ଡିଖୋଲ ଡିପୋରୁ ଅନ୍‌ଲାଇନ୍‌ ବ୍ୟବସ୍ଥା ଆରମ୍ଭ ହୋଇଛି।” କେବଳ ଅବକାରୀ ନୁହେଁ […]

excise

Rakesh Mallick
  • Published: Friday, 30 December 2016
  • , Updated: 31 December 2016, 07:22 AM IST

ଭୁବନେଶ୍ୱର: ବିମୁଦ୍ରାକରଣ ପ୍ରଭାବରେ ରାଜ୍ୟରେ ଚଳିତ‍ବର୍ଷ ୨୦ କୋଟି ଟଙ୍କାର ଅବକାରୀ ରାଜସ୍ୱ ହ୍ରାସ ହୋଇଛି। ଏ ନେଇ ଆଜି ସୂଚନା ଦେଇଛନ୍ତି ଅବକାରୀ ସଚିବ ବିଷ୍ଣୁପଦ ସେଠୀ।

ସେ କହିଛନ୍ତି,“ବିମୁଦ୍ରାକରଣ ଯୋଗୁଁ ଖୁଚୁରା ବେପାର ୪୦ରୁ ୫୦ ପ୍ରତିଶତ କମିଛି। ଏପ୍ରିଲ ପହିଲାରୁ ଅନଲାଇନ୍‌ରେ କାରବାର ପାଇଁ ନିଷ୍ପତ୍ତି ହୋଇଛି। ଏହି ମାଧ୍ୟମରେ ରିଟେଲରମାନେ ଅନ୍‌ ଲାଇନ୍‌ରେ ଡିପୋରୁ ମଦ କିଣି ପାରିବେ। ଆଜି ଚଣ୍ଡିଖୋଲ ଡିପୋରୁ ଅନ୍‌ଲାଇନ୍‌ ବ୍ୟବସ୍ଥା ଆରମ୍ଭ ହୋଇଛି।”

କେବଳ ଅବକାରୀ ନୁହେଁ ରାଜ୍ୟର ନିଜସ୍ୱ ଆଦାୟ ମଧ୍ୟ ପ୍ରଭାବିତ ହୋଇଛି। ଜମିଜମା ରାଜସ୍ୱ କ୍ଷେତ୍ରରେ ପୂର୍ବବର୍ଷ ନଭେମ୍ବର ସୁଦ୍ଧା ୨୯୮.୫୪ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ଚଳିତବର୍ଷ ଏହା ୨୨୨.୬୬ କୋଟି ଟଙ୍କାକୁ ଖସି ଆସିଛି। ଅର୍ଥାତ ଚଳିତବର୍ଷ ଏ କ୍ଷେତ୍ରରେ ରାଜସ୍ୱ ଆଦାୟ ହାର ୨୩.୭୪ ପ୍ରତିଶତ ହ୍ରାସ ପାଇଛି। ଷ୍ଟାମ୍ପ ଓ ରେଜିଷ୍ଟ୍ରେସନ କ୍ଷେତ୍ରର ପୂର୍ବବର୍ଷ ୧୭୩୧.୪ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ଚଳିତବର୍ଷ ଏହା ୧୦୦୯.୬୪ କୋଟିକୁ ଖସି ଆସିଛି।

ସେହିପରି ଖଣି ରୟାଲିଟି କ୍ଷେତ୍ରରେ ପୂର୍ବବର୍ଷ ୩୩୮୭.୬୬ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ଚଳିତବର୍ଷ ୨୫୯୦.୧୬ କୋଟି ଟଙ୍କା ଆଦାୟ ହୋଇଛି। ଜଙ୍ଗଲ ଓ ବନ୍ୟପ୍ରାଣୀ କ୍ଷେତ୍ରରେ ମଧ୍ୟ ଚଳିତବର୍ଷ ରାଜସ୍ୱ ଆଦାୟ କମିଛି।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗ ମୁଖ୍ୟ ପ୍ରଫେସର ଭାଗବତ ପାତ୍ର କହିଛନ୍ତି,“ନୋଟ୍‌ବନ୍ଦୀ ପ୍ରଭାବରୁ ମୁକ୍ତି ଲାଗି ଆହୁରି ୪ ମାସ ସମୟ ଲାଗିପାରେ। ନଗଦ ଅର୍ଥର ଉପଲବ୍ଧି ବଢିଲେ ରାଜସ୍ୱ ଆଦାୟ ସ୍ୱାଭାବିକ ହୋଇପାରେ।”

Related story