୨୦୧୪-୧୫ରେ ନାଲକୋର ନିଟ୍ ଲାଭ ୧୩୨୨ କୋଟି

ଭୁବନେଶ୍ୱର: ୨୦୧୪-୧୫ ଆର୍ଥିକ ବର୍ଷରେ ନାଲକୋ ୧୩ ଶହ ୨୨ କୋଟି ଟଙ୍କା ନିଟ୍ ଲାଭ କରିଛି। ଭୁବନେଶ୍ୱରରେ ଏକ ସାମ୍ୱାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ନାଲକୋର ସିଏମଡି ତପନ କୁମାର ଚାନ୍ଦ। ଚଳିତବର୍ଷ କମ୍ପାନୀ ଲାଭର ୩୫ ପ୍ରତିଶତ ଅର୍ଥାତ୍ ୪ ଶହ ୫୧କୋଟି ଟଙ୍କାର ଡିଭିଡେଣ୍ଟ ଘୋଷଣା କରିଥିବା ସେ ସୂଚନା ଦେଇଛନ୍ତି। ବର୍ତ୍ତମାନ ନାଲକୋ ଉତ୍କଳ ଡି ଏବଂ ଇ କୋଇଲା ବ୍ଲକ ହାସଲ କରିସାରିଥିବା ବେଳେ କୋରାପୁଟର ପଟ୍ଟାଙ୍ଗୀର ବକ୍ସସାଇଟ୍ […]

nalco

Rakesh Mallick
  • Published: Saturday, 26 September 2015
  • , Updated: 26 September 2015, 05:53 PM IST

ଭୁବନେଶ୍ୱର: ୨୦୧୪-୧୫ ଆର୍ଥିକ ବର୍ଷରେ ନାଲକୋ ୧୩ ଶହ ୨୨ କୋଟି ଟଙ୍କା ନିଟ୍ ଲାଭ କରିଛି। ଭୁବନେଶ୍ୱରରେ ଏକ ସାମ୍ୱାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ନାଲକୋର ସିଏମଡି ତପନ କୁମାର ଚାନ୍ଦ। ଚଳିତବର୍ଷ କମ୍ପାନୀ ଲାଭର ୩୫ ପ୍ରତିଶତ ଅର୍ଥାତ୍ ୪ ଶହ ୫୧କୋଟି ଟଙ୍କାର ଡିଭିଡେଣ୍ଟ ଘୋଷଣା କରିଥିବା ସେ ସୂଚନା ଦେଇଛନ୍ତି। ବର୍ତ୍ତମାନ ନାଲକୋ ଉତ୍କଳ ଡି ଏବଂ ଇ କୋଇଲା ବ୍ଲକ ହାସଲ କରିସାରିଥିବା ବେଳେ କୋରାପୁଟର ପଟ୍ଟାଙ୍ଗୀର ବକ୍ସସାଇଟ୍ ଖଣିର ଅନୁମତି ନିମନ୍ତେ ଅପେକ୍ଷା କରିଛି। ଏହି ବକ୍ସ ସାଇଟ୍ ଖଣି ପାଇଲା ପରେ କମ୍ପାନୀ ୫ ହଜାର ୫ ଶହ କୋଟି ଟଙ୍କା ନିବେଶ କରିବ ବୋଲି ସେ ସୂଚନା ଦେଇଛନ୍ତି।

Related story