୨୦୧୬ରେ ଅଭିବୃଦ୍ଧି ହାରରେ ଚୀନକୁ ପଛରେ ପକାଇ ଦେବ ଭାରତ: ବିଶ୍ୱବ୍ୟାଙ୍କ

ନୂଆଦିଲ୍ଲୀ: ୨୦୧୬ରେ ଭାରତର ଅଭିବୃଦ୍ଧି ହାର ୭.୮ ପ୍ରତିଶତ ରହିବ। ଚୀନର ଅଭିବୃଦ୍ଧି ହାର ଭାରତଠାରୁ କମ୍ ରହିବ। ଚୀନର ଅଭିବୃଦ୍ଧି ହାର ଚଳିତ ବର୍ଷ ୬.୭ ପ୍ରତିଶତ ରହିବ। ବିଶ୍ୱବ୍ୟାଙ୍କ ତରଫରୁ ଏକ ରିପୋର୍ଟରେ ଏହା କୁହାଯାଇଛି। ଏଥିରେ କୁହାଯାଇଛି, ୨୦୧୬ରେ ଭାରତର ଅର୍ଥ ବ୍ୟବସ୍ଥା ଦ୍ରୁତ ଗତିରେ ବିକାଶ କରିବ। ଭାରତର ଅଭିବୃଦ୍ଧି ହାର ଚୀନକୁ ବି ପଛରେ ପକାଇ ଦେବ। ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ସାରା ବିଶ୍ୱରେ ଚଳିତ […]

india-graph

Rakesh Mallick
  • Published: Thursday, 07 January 2016
  • , Updated: 07 January 2016, 11:54 AM IST

ନୂଆଦିଲ୍ଲୀ: ୨୦୧୬ରେ ଭାରତର ଅଭିବୃଦ୍ଧି ହାର ୭.୮ ପ୍ରତିଶତ ରହିବ। ଚୀନର ଅଭିବୃଦ୍ଧି ହାର ଭାରତଠାରୁ କମ୍ ରହିବ। ଚୀନର ଅଭିବୃଦ୍ଧି ହାର ଚଳିତ ବର୍ଷ ୬.୭ ପ୍ରତିଶତ ରହିବ। ବିଶ୍ୱବ୍ୟାଙ୍କ ତରଫରୁ ଏକ ରିପୋର୍ଟରେ ଏହା କୁହାଯାଇଛି।

ଏଥିରେ କୁହାଯାଇଛି, ୨୦୧୬ରେ ଭାରତର ଅର୍ଥ ବ୍ୟବସ୍ଥା ଦ୍ରୁତ ଗତିରେ ବିକାଶ କରିବ। ଭାରତର ଅଭିବୃଦ୍ଧି ହାର ଚୀନକୁ ବି ପଛରେ ପକାଇ ଦେବ।

ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ସାରା ବିଶ୍ୱରେ ଚଳିତ ବର୍ଷ ସାମଗ୍ରିକ ଭାବେ ଅଭିବୃଦ୍ଧି ହାର ୨.୯ ପ୍ରତିଶତ ହାରରେ ଆଗେଇବ। ୨୦୧୫ରେ ସାରା ବିଶ୍ୱର ଅଭିବୃଦ୍ଧି ହାର ୨.୫ ପ୍ରତିଶତ ରହିଥିଲା।

ସେହିଭଳି ଦକ୍ଷିଣ ଏସିଆର ବିକାଶ ସବୁଠୁ ଦ୍ରୁତ ରହିବ ବୋଲି ବିଶ୍ୱବ୍ୟାଙ୍କ ତା’ର ରିପୋର୍ଟରେ କହିଛି।

Related story