ନୂଆଦିଲ୍ଲୀ: ଚଳିତବର୍ଷ ଏପ୍ରିଲ ମାସ ଶେଷ ସୁଦ୍ଧା ସୁପରବାଇକ୍ ନିର୍ମାତା କାୱାସାକି କମ୍ପାନୀ ଭାରତରେ ୨ଟି ସୁପର ବାଇକ୍ ବଜାର ପ୍ରବେଶ କରାଇବ। ଏହି ବାଇକ୍ର ନାମ Ninja ZX-10R ଓ ZX-14R। ପ୍ରଥମଟିର ବଜାର ଦର ରହିଛି ୧୬.୪ ଲକ୍ଷ ଓ ଦ୍ୱିତୀୟଟିର ବଜାର ଦର ୧୭.୯ ଲକ୍ଷ।
Ninja ZX-10R ସୁପର ବାଇକ୍ରେ କମ୍ପାନୀ କିଛି ସୁପର ଫିଚର ସହ ବଜାରକୁ ଛାଡିଥିବା ବେଳେ ZX-14Rରେ ବହୁ ଅତ୍ୟାଧୁନିକ ସୁବିଧା ରହିଛି। ୨ ବାଇକ୍ର ଷ୍ଟାଇଲ୍ ବେଶ୍ ଆକର୍ଷଣୀୟ ହୋଇଛି। ଏହାର ଫ୍ରଣ୍ଟ ଫେସ୍ ଅତି ଉତ୍ତମ ଫାଇବରରେ ତିଆରି ହୋଇଛି।
Ninja ZX-10Rରେ ଅତ୍ୟାଧୁନିକ ଫିଚର ମଧ୍ୟରେ 4-stroke, 4-valve, Liquid-cooled Engine, 988cc inline, DFI with four 47mm Keihin throttle bodies with oval sub-throttles, two injectors per cylinder Fuel system, 6-Speed Transmission ଓ Four-cylinder engine ରହିଛି ।
ଏହାସହ ଏହି ସୁପରବାଇକ୍ରେ Kawasaki Launch Control (KLCS), Kawasaki Intelligent Braking (KIBS), Kawasaki Sport Traction Control (S-KTRC), Kawasaki Engine Braking Control (KEBC) ଓ Quick Shifter (KQS) ପରି ଅତ୍ୟାଧୁନିକ ସୁବିଧା ରହିଛି।
ZX-14Rରେ ଅତ୍ୟାଧୁନିକ ଫିଚର ମଧ୍ୟରେ ରହିଛି 4-stroke, 4 cylinder, DOHC, 4-valve, Liquid-cooled Engine, 1,441 cc inline, DFI with four 44mm Mikuni throttle bodies, Kawasaki Sport Control (KTRC), Pawer Mode ଓ ABS ପରି ସୁବିଧା।