୬.୫୦% ଅପରିବର୍ତ୍ତିତ ରହିଲା ଆରବିଆଇର ସୁଧ ହାର

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆରବିଆଇ) ୬.୫୦ ପ୍ରତିଶତରେ ଅପରିବର୍ତ୍ତିତ ରଖିଛନ୍ତି ସୁଧ ହାର। ନିଜ କାର୍ଯ୍ୟକାଳର ଶେଷ ଆର୍ଥିକ ବର୍ଷର ସମୀକ୍ଷା ବୈଠକରେ ଆରବିଆଇ ଗଭର୍ଣ୍ଣର ରଘୁରାମ ରାଜନ ଏପରି ଘୋଷଣା କରିଛନ୍ତି। ଚଳିତ ଆର୍ଥିକ ବର୍ଷ ସୁଦ୍ଧା ମୁଦ୍ରାସ୍ପିତୀ ହାର ୫ ପ୍ରତିଶତରେ ସୀମୀତ ରଖିବାକୁ ଯୋଜନା ରଖାଯାଇଛି। ସେଥିପାଇଁ ସୁଧ ହାର ଅପରିବର୍ତ୍ତିତ ରହିଛି। ତେବେ ୨୦୧୬-୧୭ ଆର୍ଥିକ ବର୍ଷରେ ମୋଟ୍‌ ଅଭିବୃଦ୍ଧି ହାର ବା ଜିଡିପି ୭.୬ ପ୍ରତିଶତରେ ରଖାଯିବା […]

arbi

Rakesh Mallick
  • Published: Tuesday, 09 August 2016
  • , Updated: 09 August 2016, 02:09 PM IST

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆରବିଆଇ) ୬.୫୦ ପ୍ରତିଶତରେ ଅପରିବର୍ତ୍ତିତ ରଖିଛନ୍ତି ସୁଧ ହାର। ନିଜ କାର୍ଯ୍ୟକାଳର ଶେଷ ଆର୍ଥିକ ବର୍ଷର ସମୀକ୍ଷା ବୈଠକରେ ଆରବିଆଇ ଗଭର୍ଣ୍ଣର ରଘୁରାମ ରାଜନ ଏପରି ଘୋଷଣା କରିଛନ୍ତି।

ଚଳିତ ଆର୍ଥିକ ବର୍ଷ ସୁଦ୍ଧା ମୁଦ୍ରାସ୍ପିତୀ ହାର ୫ ପ୍ରତିଶତରେ ସୀମୀତ ରଖିବାକୁ ଯୋଜନା ରଖାଯାଇଛି। ସେଥିପାଇଁ ସୁଧ ହାର ଅପରିବର୍ତ୍ତିତ ରହିଛି। ତେବେ ୨୦୧୬-୧୭ ଆର୍ଥିକ ବର୍ଷରେ ମୋଟ୍‌ ଅଭିବୃଦ୍ଧି ହାର ବା ଜିଡିପି ୭.୬ ପ୍ରତିଶତରେ ରଖାଯିବା ନେଇ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ତାହା ମଧ୍ୟ ବଜାୟ ରହିଥିବା ନେଇ ସୂଚନା ଦେଇଛନ୍ତି ରଘୁରାମ ରାଜନ।

ଆର୍‌ବିଆଇ ସୁଧହାର ଅପରିବର୍ତ୍ତିତ ରହିଲେ ସାଧାରଣ ଲୋକେ ଉପକୃତ ହେବାର ସୂଚନା ନାହିଁ ବୋଲି ଅର୍ଥନୀତିଜ୍ଞମାନେ ମତ ଦେଇଛନ୍ତି।

ଜଣେ ବିଚକ୍ଷଣ ଅର୍ଥନୀତି ବିଷାରଦ ଭାବେ ପରିଚିତ ରାଜନଙ୍କ ୩ ବର୍ଷିଆ କାର୍ଯ୍ୟକାଳ ଆସନ୍ତା ସେପ୍ଟମ୍ବର ୪ ତାରିଖରେ ଶେଷ ହେଉଛି। ତାଙ୍କର ଏହି କାର୍ଯ୍ୟକାଳ ମଧ୍ୟରେ ଆର୍‌ବିଆଇରେ ବହୁ ସଂସ୍କାର ଆସିଛି।

Related story