୭୪୪୬.୭୩ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇପାରିନାହିଁ

ଭୁବନେଶ୍ୱର: ରାଜ୍ୟରେ ୭୪୪୬ କୋଟି ୭୩ ଲକ୍ଷ ଟଙ୍କାର ରାଜସ୍ୱ ଆଦାୟ ହୋଇପାରିନାହିଁ। ବିଧାନସଭାରେ ଆଜି ଶୂନ୍ୟକାଳରେ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି। ଜଳ କର, ବାଣିଜ୍ୟ କର, ପ୍ରବେଶ କର ଓ ଅବକାରୀ କର ବାବଦକୁ ଏହି ଅର୍ଥ ପଡ଼ି ରହିଥିବା ସେ କହିଛନ୍ତି। ଅମାତଙ୍କ ତଥ୍ୟ ଅନୁସାରେ ଶକ୍ତି ବିଭାଗର ୩୯ଟି ସଂସ୍ଥା ଉପରେ ୧୨୭୯ କୋଟି ୭୭ ଲକ୍ଷ ଟଙ୍କା ରାଜସ୍ୱ ବାକି ରହିଛି। ବାଣିଜ୍ୟ ବିଭାଗର ୧୦୯ଟି […]

pradeep

pradeep

Rakesh Mallick
  • Published: Monday, 27 February 2017
  • Updated: 27 February 2017, 03:50 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ୭୪୪୬ କୋଟି ୭୩ ଲକ୍ଷ ଟଙ୍କାର ରାଜସ୍ୱ ଆଦାୟ ହୋଇପାରିନାହିଁ। ବିଧାନସଭାରେ ଆଜି ଶୂନ୍ୟକାଳରେ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି। ଜଳ କର, ବାଣିଜ୍ୟ କର, ପ୍ରବେଶ କର ଓ ଅବକାରୀ କର ବାବଦକୁ ଏହି ଅର୍ଥ ପଡ଼ି ରହିଥିବା ସେ କହିଛନ୍ତି।

ଅମାତଙ୍କ ତଥ୍ୟ ଅନୁସାରେ ଶକ୍ତି ବିଭାଗର ୩୯ଟି ସଂସ୍ଥା ଉପରେ ୧୨୭୯ କୋଟି ୭୭ ଲକ୍ଷ ଟଙ୍କା ରାଜସ୍ୱ ବାକି ରହିଛି। ବାଣିଜ୍ୟ ବିଭାଗର ୧୦୯ଟି ସଂସ୍ଥା ଉପରେ ୨୦୮୫ କୋଟି ୯୬ ଲକ୍ଷ ଟଙ୍କା ବାକି ରହିଛି। ଜଳସମ୍ପଦ ବିଭାଗର ୫୭ଟି ସଂସ୍ଥା ଉପରେ ୨୧୨୧ କୋଟି ୩୧ ଲକ୍ଷ ଟଙ୍କା ବାକି ପଡ଼ିଛି।

ସେହିପରି ଖଣି ବିଭାଗର ବିଭିନ୍ନ ସଂସ୍ଥା ଠାରୁ ୧୮୪୬ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇପାରିନାହିଁ। ରାଜ୍ୟ ଓ କେନ୍ଦ୍ରର ବିଭିନ୍ନ ସରକାରୀ ସଂସ୍ଥା ଉପରେ ୩୨୫୫ କୋଟି ୧୪ ଲକ୍ଷ ଟଙ୍କା ବାକି ପଡ଼ିଛି। ଅବକାରୀ ବିଭାଗ ଉପରେ ୬୦ କୋଟି ଟଙ୍କାର ରାଜସ୍ୱ ବାକି ରହିଛି।

ଅମାତ କହିଛନ୍ତି,“ବକେୟା ରାଜସ୍ୱ ଆଦାୟ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଛି। ଆପୋଷ ଆଲୋଚନା ସହ ବିଭିନ୍ନ କୋର୍ଟରେ ପଡି ରହିଥିବା ମାମଲାର ତ୍ୱରିତ ସମାଧାନ ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଛି। ପ୍ରତିମାସ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ହେଉଛି। ରାଜସ୍ୱ ଆଦାୟ ପାଇଁ ଫୋକସ୍‌ ଏରିଆ ରିକଭରୀ ମନିଟରିଂ ସିଷ୍ଟମ୍‌ ପ୍ରଚଳନ କରାଯାଇଛି।”

ସେ ଆହୁରି କହିଛନ୍ତି,“୨୦୧୫ ଡିସେମ୍ବରରୁ ୨୦୧୬ ଡିସେମ୍ବର ମଧ୍ୟରେ ଆଇଓସିଏଲ୍‌ ଉପରେ ୧୪୮୫ କୋଟି ଟଙ୍କା ଭାଟ୍‌ ବାକି ରହିଛି। ଏହି ବକେୟା ଅର୍ଥ ପୈଠ ପାଇଁ ଆଇଓସିଏଲ୍‌କୁ ନୋଟିସ୍‌ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos