ନୂଆ ଏସି ଥ୍ରୀ ଟାୟର କୋଚରେ କଫି ମେସିନ ସହ ଜିପିଏସର ସୁବିଧା

ନୂଆଦିଲ୍ଲୀ: ନଭେମ୍ବରର ମଧ୍ୟ ଭାଗରେ ରେଳ ବିଭାଗ ନୂଆ ଥ୍ରୀ-ଟାୟର ଏସି ବଗିରେ ଅନେକ ପରିବର୍ତ୍ତନ ଆଣିବାକୁ ଯାଉଛି। ଏହି ନୂଆ ବଗିରେ ସିସି କ୍ୟାମେରା ସହ ଚା’ ଓ କଫିର ଭେଣ୍ଡିଂ ମେସିନ୍ ରହିବ। କେବଳ ଏତିକି ନୁହେଁ, କବାଟର ଉପରକୁ ଜିପିଏସ ଆଧାରିତ ପାସେଞ୍ଜର ଇନଫରମେସନ ସିଷ୍ଟମ ଓ ଅଗ୍ନି ନିର୍ବାପକ ଯନ୍ତ୍ର ସହ ସ୍ୱୟଂ ଚାଳିତ ରୁମ ଫ୍ରେସନର ମଧ୍ୟ ଏହି ବଗିରେ ଉପଲବ୍ଧ ହେବ। ଏହି ନୂଆ ବଗି ‘ହମସଫର ଏକ୍ସପ୍ରେସ’ରେ […]

railway

Rakesh Mallick
  • Published: Wednesday, 02 November 2016
  • , Updated: 02 November 2016, 02:22 PM IST

ନୂଆଦିଲ୍ଲୀ: ନଭେମ୍ବରର ମଧ୍ୟ ଭାଗରେ ରେଳ ବିଭାଗ ନୂଆ ଥ୍ରୀ-ଟାୟର ଏସି ବଗିରେ ଅନେକ ପରିବର୍ତ୍ତନ ଆଣିବାକୁ ଯାଉଛି। ଏହି ନୂଆ ବଗିରେ ସିସି କ୍ୟାମେରା ସହ ଚା’ ଓ କଫିର ଭେଣ୍ଡିଂ ମେସିନ୍ ରହିବ। କେବଳ ଏତିକି ନୁହେଁ, କବାଟର ଉପରକୁ ଜିପିଏସ ଆଧାରିତ ପାସେଞ୍ଜର ଇନଫରମେସନ ସିଷ୍ଟମ ଓ ଅଗ୍ନି ନିର୍ବାପକ ଯନ୍ତ୍ର ସହ ସ୍ୱୟଂ ଚାଳିତ ରୁମ ଫ୍ରେସନର ମଧ୍ୟ ଏହି ବଗିରେ ଉପଲବ୍ଧ ହେବ।

ଏହି ନୂଆ ବଗି ‘ହମସଫର ଏକ୍ସପ୍ରେସ’ରେ ଯୋଡ଼ି ହେବ। ଏହି ଟ୍ରେନର ସେବା ଦିଲ୍ଲୀରୁ ଗୋରଖପୁର ମଧ୍ୟରେ ହେବାକୁ ଯାଉଛି। ଏହି ବଗି ଗୁଡ଼ିକୁ ରାଏବରେଲିର ଫ୍ୟାକ୍ଟ୍ରିରେ ଡିଜାଇନ କରାଯାଇଛି। ରେଳ ବିଭାଗ ଅନୁଯାୟୀ, ଏହି ଟ୍ରେନକୁ ରାତ୍ରିକାଳୀନ  ଯାତ୍ରା କରିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଉଛି।

Related story