ଆଫ୍ରିକାର ୫ଟି ଦେଶରେ ମୋବାଇଲ୍ ଟାୱାର ବିକ୍ରି ଶେଷ କଲା ଏୟାରଟେଲ୍

ନୂଆଦିଲ୍ଲୀ: ଆଫ୍ରିକାର ୫ଟି ଦେଶରେ ଭାରତୀ ଏୟାରଟେଲର ମୋବାଇଲ୍ ଟାୱାର ବିକ୍ରି ସଂପୂର୍ଣ୍ଣ ହୋଇଯାଇଛି। ମୋଟ୍ ୧.୩ ବିଲିୟନ ଆମେରିକୀୟ ଡଲାରରେ ଏହି ଟାୱାରଗୁଡ଼ିକୁ ବିକ୍ରି କରାଯାଇଛି ବୋଲି ଗୁରୁବାର କଂପାନୀ ପକ୍ଷରୁ କୁହାଯାଛି। ଏହି ଅର୍ଥରେ କଂପାନୀ ତା’ର ଋଣ ଶୁଝିବ। ସେହିପରି ଆଉ ୬ଟି ଦେଶରେ ମୋବାଇଲ୍ ଟାୱାର ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ବୋଲି କଂପାନୀ ପକ୍ଷରୁ କୁହାଯାଇଛି। ଭାରତୀ ଏୟାରଟେଲ୍  ପୂର୍ବରୁ ଘୋଷଣା କରିଥିଲା ଯେ ଆଫ୍ରିକାର ୧୩ଟି ଦେଶରେ ଥିବା […]

BhartiAirtel

Rakesh Mallick
  • Published: Thursday, 02 July 2015
  • , Updated: 02 July 2015, 07:30 AM IST

ନୂଆଦିଲ୍ଲୀ: ଆଫ୍ରିକାର ୫ଟି ଦେଶରେ ଭାରତୀ ଏୟାରଟେଲର ମୋବାଇଲ୍ ଟାୱାର ବିକ୍ରି ସଂପୂର୍ଣ୍ଣ ହୋଇଯାଇଛି। ମୋଟ୍ ୧.୩ ବିଲିୟନ ଆମେରିକୀୟ ଡଲାରରେ ଏହି ଟାୱାରଗୁଡ଼ିକୁ ବିକ୍ରି କରାଯାଇଛି ବୋଲି ଗୁରୁବାର କଂପାନୀ ପକ୍ଷରୁ କୁହାଯାଛି। ଏହି ଅର୍ଥରେ କଂପାନୀ ତା’ର ଋଣ ଶୁଝିବ।

ସେହିପରି ଆଉ ୬ଟି ଦେଶରେ ମୋବାଇଲ୍ ଟାୱାର ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ବୋଲି କଂପାନୀ ପକ୍ଷରୁ କୁହାଯାଇଛି।

ଭାରତୀ ଏୟାରଟେଲ୍  ପୂର୍ବରୁ ଘୋଷଣା କରିଥିଲା ଯେ ଆଫ୍ରିକାର ୧୩ଟି ଦେଶରେ ଥିବା ଏହାର ମୋବାଇଲ୍ ଟାୱାରଗୁଡ଼ିକୁ ବିକ୍ରି କରିବ।

ପୂରା ଆଫ୍ରିକାର ୧୭ଟି ଦେଶରେ ଏୟାରଟେଲର ପାଖାପାଖି ୧୫,୦୦୦ ମୋବାଇଲ ଟାୱାର ରହିଛି।

Related story