ମାର୍ଚ୍ଚ ୨୭ରୁ ଭୁବନେଶ୍ୱରରୁ ବିଦେଶକୁ ଉଡ଼ିବ ବିମାନ

ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଆସନ୍ତା ମାର୍ଚ୍ଚ ୨୭ ତାରିଖରୁ ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ସେବା। ଭୁବନେଶ୍ୱରରୁ ବିମାନ ଉଡ଼ିବ କୁଆଲାଲମ୍ପୁର ଅଭିମୁଖେ। ଏଥିପାଇଁ ଏୟାର ଏସିଆରେ ସିଟ୍ ବୁକିଂ ହୋଇଛି। ଏୟାର ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆର ଆଞ୍ଚଳିକ କାର୍ଯ୍ୟକାରୀ ନିର୍ଦ୍ଦେଶକ ସଞ୍ଜୟ ଜୈନ ଆଜି ଏ ସଂପର୍କରେ ସୂଚନା ଦେଇ କହିଥିଲେ, ପ୍ରାରମ୍ଭିକ ପର୍ଯ୍ୟାୟରେ କୁଆଲାଲମ୍ପୁରକୁ ବିମାନ ସେବା ଆରମ୍ଭ ହେବ। ପରବର୍ତ୍ତୀ ପର୍ଯ୍ୟାୟରେ ବ୍ୟାଙ୍କକ୍‌, […]

airasia

Rakesh Mallick
  • Published: Friday, 27 January 2017
  • , Updated: 28 January 2017, 08:21 AM IST

ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଆସନ୍ତା ମାର୍ଚ୍ଚ ୨୭ ତାରିଖରୁ ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ସେବା। ଭୁବନେଶ୍ୱରରୁ ବିମାନ ଉଡ଼ିବ କୁଆଲାଲମ୍ପୁର ଅଭିମୁଖେ। ଏଥିପାଇଁ ଏୟାର ଏସିଆରେ ସିଟ୍ ବୁକିଂ ହୋଇଛି।

ଏୟାର ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆର ଆଞ୍ଚଳିକ କାର୍ଯ୍ୟକାରୀ ନିର୍ଦ୍ଦେଶକ ସଞ୍ଜୟ ଜୈନ ଆଜି ଏ ସଂପର୍କରେ ସୂଚନା ଦେଇ କହିଥିଲେ, ପ୍ରାରମ୍ଭିକ ପର୍ଯ୍ୟାୟରେ କୁଆଲାଲମ୍ପୁରକୁ ବିମାନ ସେବା ଆରମ୍ଭ ହେବ। ପରବର୍ତ୍ତୀ ପର୍ଯ୍ୟାୟରେ ବ୍ୟାଙ୍କକ୍‌, ଦୁବାଇ ତଥା ମଧ୍ୟ ପ୍ରାଚ୍ୟ ଦେଶକୁ ଏହି ସେବାକୁ ବୃଦ୍ଧି କରାଯିବ।

ଅନ୍ୟପକ୍ଷରେ ଆଜି ଠାରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆଜିଠାରୁ ଆରମ୍ଭ ହୋଇଛି ଅନ୍ତର୍ଜାତୀୟ କାର୍ଗୋ ସେବା।

Related story