ଆଜି ଅକ୍ଷୟ ତୃତୀୟା, ସୁନା ଦୋକାନରେ ଗ୍ରାହକଙ୍କ ଭିଡ଼

ଭୁବନେଶ୍ୱର: ଆଜି ଅକ୍ଷୟ ତୃତୀୟା ଲାଗି ସୁନା ଦୋକାନରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଛି। ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ସମସ୍ତଙ୍କର ଧାରଣା ରହିଛି। ତେଣୁ ରାଜଧାନୀର ବିଭିନ୍ନ ସୁନା ଦୋକାନରେ ଗତକାଲି ଭିଡ଼ ଜମିଥିଲା ବେଳେ ଆଜି ମଧ୍ୟ ସମାନ ଭିଡ଼ ଦେଖିବାକୁ ମିଳିଛି। ସୁନା ଦର ଅଧିକ ଥିଲେ ମଧ୍ୟ ଲୋକେ ନିଜ ସମ୍ବଳ ଅନୁଯାୟୀ ସୁନା କିଣୁଛନ୍ତି। ଗ୍ରାହକଙ୍କ ପସନ୍ଦକୁ ଆଖିଆଗରେ ରଖି ଦୋକାନୀ ବିଭିନ୍ନ ଡିଜାଇନର ଗହଣା ରଖିବା […]

gold-jewellery 2

Rakesh Mallick
  • Published: Monday, 09 May 2016
  • , Updated: 09 May 2016, 05:51 AM IST

ଭୁବନେଶ୍ୱର: ଆଜି ଅକ୍ଷୟ ତୃତୀୟା ଲାଗି ସୁନା ଦୋକାନରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଛି। ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ସମସ୍ତଙ୍କର ଧାରଣା ରହିଛି। ତେଣୁ ରାଜଧାନୀର ବିଭିନ୍ନ ସୁନା ଦୋକାନରେ ଗତକାଲି ଭିଡ଼ ଜମିଥିଲା ବେଳେ ଆଜି ମଧ୍ୟ ସମାନ ଭିଡ଼ ଦେଖିବାକୁ ମିଳିଛି। ସୁନା ଦର ଅଧିକ ଥିଲେ ମଧ୍ୟ ଲୋକେ ନିଜ ସମ୍ବଳ ଅନୁଯାୟୀ ସୁନା କିଣୁଛନ୍ତି।

ଗ୍ରାହକଙ୍କ ପସନ୍ଦକୁ ଆଖିଆଗରେ ରଖି ଦୋକାନୀ ବିଭିନ୍ନ ଡିଜାଇନର ଗହଣା ରଖିବା ସହ ଅଫର ମଧ୍ୟ ଦେଉଛନ୍ତି। ଚଳିତବର୍ଷ ଭଲ କାରବାର ହେବ ବୋଲି ବ୍ୟବସାୟୀ ଆଶା ରଖିଛନ୍ତି।

Related story