ଆଜି ନୂଆ ଶିଳ୍ପନୀତି-୨୦୧୫କୁ ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶିଳ୍ପନୀତି-୨୦୧୫କୁ ଆଜି ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ଦ୍ରୁତ ଶିଳ୍ପାୟନ ନିମନ୍ତେ ପୁଞ୍ଜି ନିବେଶକମାନଙ୍କୁ ଓଡ଼ିଶାକୁ ଆକୃଷ୍ଟ କରିବା ନିମନ୍ତେ ଏହି ନୂଆ ଶିଳ୍ପନୀତି ପ୍ରଣୟନ କରାଯାଇଛି। ଏହି ଅବସରରେ ନୂଆ ମୋବାଇଲ ଆପ୍ଲିକେସନ, ଇନଭେଷ୍ଟମେଣ୍ଟ ପ୍ରମୋସନ ଓ ଶିଳ୍ପ ନିମନ୍ତେ ଜମିଜମା ସମ୍ପର୍କିତ ୱେବସାଇଟ ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି। ତା’ସହ ସିଙ୍ଗାପୁରର ନ୍ୟାସନାଲ ୟୁନିଭର୍ସିଟି ସହିତ ସିଆଇଆଇର ରାଜିନାମା ମଧ୍ୟ ସ୍ୱାକ୍ଷରିତ ହେବ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ମନ୍ତ୍ରୀ, […]

Naveen Patnaik

Naveen Patnaik

Rakesh Mallick
  • Published: Thursday, 03 September 2015
  • Updated: 03 September 2015, 03:06 AM IST

ଭୁବନେଶ୍ୱର: ଶିଳ୍ପନୀତି-୨୦୧୫କୁ ଆଜି ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ଦ୍ରୁତ ଶିଳ୍ପାୟନ ନିମନ୍ତେ ପୁଞ୍ଜି ନିବେଶକମାନଙ୍କୁ ଓଡ଼ିଶାକୁ ଆକୃଷ୍ଟ କରିବା ନିମନ୍ତେ ଏହି ନୂଆ ଶିଳ୍ପନୀତି ପ୍ରଣୟନ କରାଯାଇଛି। ଏହି ଅବସରରେ ନୂଆ ମୋବାଇଲ ଆପ୍ଲିକେସନ, ଇନଭେଷ୍ଟମେଣ୍ଟ ପ୍ରମୋସନ ଓ ଶିଳ୍ପ ନିମନ୍ତେ ଜମିଜମା ସମ୍ପର୍କିତ ୱେବସାଇଟ ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି। ତା’ସହ ସିଙ୍ଗାପୁରର ନ୍ୟାସନାଲ ୟୁନିଭର୍ସିଟି ସହିତ ସିଆଇଆଇର ରାଜିନାମା ମଧ୍ୟ ସ୍ୱାକ୍ଷରିତ ହେବ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଶିଳ୍ପ ବିଭାଗ ପ୍ରମୁଖ ସଚିବ ଏବଂ ବିଭିନ୍ନ ଶିଳ୍ପ ସଂଗଠନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos