ଆଜିଠାରୁ ଲାଗୁ ହେଲା ୦.୫% ବର୍ଦ୍ଧିତ ସେବାକର

ଭୁବନେଶ୍ୱର: ଗତକାଲି ପେଟ୍ରୋଲ ଓ ଡିଜେଲ ଦର ବଢିଥିବା ବେଳେ ଆଜିଠାରୁ ୦.୫% ବର୍ଦ୍ଧିତ ସେବାକର ଲାଗୁ ହୋଇଛି। ଏହାର ପ୍ରଭାବରେ ଟେଲିକମ୍‌, ଡିଟିଏଚ୍‌, ରେସ୍ତୋରାଁରେ ଖାଇବାଠାରୁ ଆରମ୍ଭ କରି ଫିଲ୍ମ ଟିକେଟ ଓ ବିମାନ ସେବା ମହଙ୍ଗା ହୋଇଛି। ପୂର୍ବରୁ ସେବାକର ୧୪.୫% ଥିବା ବେଳେ ଏବେ ଏହା ବଢି ୧୫ ପ୍ରତିଶତ ହୋଇଛି। ଚଳିତବର୍ଷ ବଜେଟ୍‌ରେ ୦.୫% କୃଷି କଲ୍ୟାଣ ସେସ୍‌ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ କେନ୍ଦ୍ର ସରକାର। ଏହି ୦.୫% ସେବାକର ମାଧ୍ୟମରେ […]

big-bazar

Rakesh Mallick
  • Published: Wednesday, 01 June 2016
  • , Updated: 01 June 2016, 03:08 PM IST

ଭୁବନେଶ୍ୱର: ଗତକାଲି ପେଟ୍ରୋଲ ଓ ଡିଜେଲ ଦର ବଢିଥିବା ବେଳେ ଆଜିଠାରୁ ୦.୫% ବର୍ଦ୍ଧିତ ସେବାକର ଲାଗୁ ହୋଇଛି। ଏହାର ପ୍ରଭାବରେ ଟେଲିକମ୍‌, ଡିଟିଏଚ୍‌, ରେସ୍ତୋରାଁରେ ଖାଇବାଠାରୁ ଆରମ୍ଭ କରି ଫିଲ୍ମ ଟିକେଟ ଓ ବିମାନ ସେବା ମହଙ୍ଗା ହୋଇଛି।

ପୂର୍ବରୁ ସେବାକର ୧୪.୫% ଥିବା ବେଳେ ଏବେ ଏହା ବଢି ୧୫ ପ୍ରତିଶତ ହୋଇଛି। ଚଳିତବର୍ଷ ବଜେଟ୍‌ରେ ୦.୫% କୃଷି କଲ୍ୟାଣ ସେସ୍‌ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ କେନ୍ଦ୍ର ସରକାର। ଏହି ୦.୫% ସେବାକର ମାଧ୍ୟମରେ ଆଦାୟ ହେବାକୁ ଥିବା ୧୫% ସେବା କରରୁ ସରକାରଙ୍କୁ ପ୍ରାୟ ୫୦୦୦ କୋଟି ଟଙ୍କାର ଅତିରିକ୍ତ ରାଜସ୍ୱ ମିଳିବ। ଅତିରିକ୍ତ ରାଜସ୍ୱକୁ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କୃଷି ଜଳସେଚନ ଯୋଜନା ଓ କିସାନ ବୀମା ଯୋଜନା ଭଳି କାର୍ଯ୍ୟକ୍ରମରେ ଖର୍ଚ୍ଚ କରାଯିବ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି କହିଛନ୍ତି।

ଗତ ଏକ ବର୍ଷରେ ସର୍ଭିସ୍‌ ଟ୍ୟାକ୍ସ ପ୍ରାୟ ୨.୬୪ ପ୍ରତିଶତ ବୃଦ୍ଧି ପାଇଛି। ଏହା ବ୍ୟତୀତ ୧୦ ଲକ୍ଷ ବା ତା’ଠାରୁ ଅଧିକ ମୂଲ୍ୟର କାର ଉପରେ ୧ ପ୍ରତିଶତ ଲଗଜୁରୀ ଟ୍ୟାକ୍ସ ମଧ୍ୟ ଆଜିଠାରୁ ଲାଗୁ ହୋଇଛି।

ବର୍ଦ୍ଧିତ ସେବାକର ଲାଗୁ ହେବା ପରେ ରେସ୍ତୋରାଁରେ ଖାଇବା ଓ ଫିଲ୍ମ ଦେଖିବା ମହଙ୍ଗା ହୋଇଛି। ସେହିପରି ବିୟୁଟି ପାର୍ଲରରେ ଏବେ ଅଧିକ ଖର୍ଚ୍ଚ କରିବାକୁ ପଡିବ। ରେଳ ଓ ବିମାନ ଯାତ୍ରାରେ ଆଗଠାରୁ ଅଧିକ ଅର୍ଥ ଲାଗିବ। ମୋବାଇଲ୍‌, ଡିଟିଏଚ୍‌ ସେବା, ବିଜୁଳି ଓ ପାଣି ବିଲ୍‌ ବି ମହଙ୍ଗା ହୋଇଛି। ବୀମା ସେବା ଓ ନବୀକରଣ, ତଥ୍ୟା ଘର କିଣିବାକୁ ଅଧିକ ଖର୍ଚ୍ଚ କରିବାକୁ ପଡିବ। ବ୍ୟାଙ୍କ ଡ୍ରାଫ୍ଟ, ମନି ଟ୍ରାନ୍ସଫର, ଏସଏମଏସ ଆଲର୍ଟ ଉପରେ ମଧ୍ୟ ଅଧିକ ଟଙ୍କା ଦେବାକୁ ପଡିବ। ମାଲ ପରିବହନ ଓ କ୍ୟାଟରିଂ ସେବା ବି ମହଙ୍ଗା ହୋଇଛି।

Related story