ଅନୁଗୋଳ: ସ୍କିଲ ଡେଭଲପମେଣ୍ଟ ସେଣ୍ଟର ଉଦଘାଟନ କଲେ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ପୀୟୂଷ ଗୋୟଲ

ଅନୁଗୋଳ: କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ପୀୟୂଷ ଗୋୟଲ ଅନୁଗୋଳ ଜିଲ୍ଲା କଣିହାଁରେ ଏକ ସ୍କିଲ ଡେଭଲପମେଣ୍ଟ ସେଣ୍ଟରକୁ ଉଦଘାଟନ କରିଛନ୍ତି।ଏହାଦ୍ୱାରା ଓଡ଼ିଶାର ବେକାର ଯୁବକଯୁବତୀମାନଙ୍କୁ ରୋଜଗାର ସହ ଯୋଡ଼ି ହେବ ବୋଲି ମନ୍ତ୍ରୀ କହିଥିଲେ। ଏହାସହ ଓଡ଼ିଶାରେ ଗତକିଛି ମାସ ଭିତରେ କୋଇଲା ଉତ୍ପାଦନ କ୍ଷେତ୍ରରେ ଯେଉଁଭଳି ଦ୍ରୁତ ଅଭିବୃଦ୍ଧି ଘଟିଛି ତାକୁ ଆଗକୁ ନେବାକୁ ଉଦ୍ୟମ ଆରମ୍ଭ ହୋଇଥିବା ସେ କହିଥିଲେ। ଉତ୍ସବରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବୈଷୟିକ ଶିକ୍ଷା ତାଲିମ […]

goyal

Rakesh Mallick
  • Published: Thursday, 03 September 2015
  • , Updated: 03 September 2015, 12:57 PM IST

ଅନୁଗୋଳ: କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ପୀୟୂଷ ଗୋୟଲ ଅନୁଗୋଳ ଜିଲ୍ଲା କଣିହାଁରେ ଏକ ସ୍କିଲ ଡେଭଲପମେଣ୍ଟ ସେଣ୍ଟରକୁ ଉଦଘାଟନ କରିଛନ୍ତି।ଏହାଦ୍ୱାରା ଓଡ଼ିଶାର ବେକାର ଯୁବକଯୁବତୀମାନଙ୍କୁ ରୋଜଗାର ସହ ଯୋଡ଼ି ହେବ ବୋଲି ମନ୍ତ୍ରୀ କହିଥିଲେ। ଏହାସହ ଓଡ଼ିଶାରେ ଗତକିଛି ମାସ ଭିତରେ କୋଇଲା ଉତ୍ପାଦନ କ୍ଷେତ୍ରରେ ଯେଉଁଭଳି ଦ୍ରୁତ ଅଭିବୃଦ୍ଧି ଘଟିଛି ତାକୁ ଆଗକୁ ନେବାକୁ ଉଦ୍ୟମ ଆରମ୍ଭ ହୋଇଥିବା ସେ କହିଥିଲେ। ଉତ୍ସବରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବୈଷୟିକ ଶିକ୍ଷା ତାଲିମ ମନ୍ତ୍ରୀ ସଞ୍ଜୟ ଦାସବର୍ମା ପ୍ରମୁଖ ଉପସ୍ଥିତ ଥିଲେ । ଦୁଇଦିନିଆ ଗସ୍ତରେ ଆସିଥିବା ମନ୍ତ୍ରୀ ଗୋୟଲ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଫେରି ଏଠାରେ ରାଜ୍ୟ ଶକ୍ତିମନ୍ତ୍ରୀଙ୍କ ସହ କୋଇଲା, ଶକ୍ତି, ଅକ୍ଷୟ ଶକ୍ତି ଆଦି ପ୍ରସଙ୍ଗରେ ଆଲୋଚନା କରିବେ। ଆସନ୍ତାକାଲି ଏକ ସାମ୍ୱାଦିକ ସମ୍ମିଳନୀ କରିବା ପରେ ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି।

Related story