ଅଶୋଧିତ ତୈଳ ଦର ଖସିଲା ୩୦ଡଲାର ନିମ୍ନକୁ

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦରରେ ହ୍ରାସ ଘଟିଛି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ପେଟ୍ରୋଲିୟମ ପ୍ଲାନିଂ ଏବଂ ବିଶ୍ଲେଷଣ ସେଲ୍ (ପିପିସିଏ) ଦ୍ୱାରା ସଦ୍ୟ ପ୍ରକାଶିତ ରିପୋର୍ଟରୁ ଜଣାପଡିଛି। ରିପୋର୍ଟ ଅନୁସାରେ ଅଶୋଧିତ ତୈଳ ବ୍ୟାରେଲ ପିଛା ୨୯.୨୪ ଡଲାରକୁ ହ୍ରାସ ପାଇଛି। ଗତ ୭ତାରିଖରେ ଏହା ୩୧.୩୩ ଡଲାର ରହିଥିଲା। ଭାରତୀୟ ମୁଦ୍ରା ଅନୁସାରେ ଏବେ ବ୍ୟାରେଲ ପିଛା ଟଙ୍କା ୧୯୫୬.୬୫ ରହିଛି। ଗତ ୬ତାରିଖରେ ଏହା ୨୦୯୦.୨୨ ଟଙ୍କା ରହିଥିଲା। […]

rubbermarketnews_RMN_brent_crude_oil_050

Rakesh Mallick
  • Published: Friday, 08 January 2016
  • , Updated: 08 January 2016, 05:47 PM IST

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦରରେ ହ୍ରାସ ଘଟିଛି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ପେଟ୍ରୋଲିୟମ ପ୍ଲାନିଂ ଏବଂ ବିଶ୍ଲେଷଣ ସେଲ୍ (ପିପିସିଏ) ଦ୍ୱାରା ସଦ୍ୟ ପ୍ରକାଶିତ ରିପୋର୍ଟରୁ ଜଣାପଡିଛି। ରିପୋର୍ଟ ଅନୁସାରେ ଅଶୋଧିତ ତୈଳ ବ୍ୟାରେଲ ପିଛା ୨୯.୨୪ ଡଲାରକୁ ହ୍ରାସ ପାଇଛି। ଗତ ୭ତାରିଖରେ ଏହା ୩୧.୩୩ ଡଲାର ରହିଥିଲା। ଭାରତୀୟ ମୁଦ୍ରା ଅନୁସାରେ ଏବେ ବ୍ୟାରେଲ ପିଛା ଟଙ୍କା ୧୯୫୬.୬୫ ରହିଛି। ଗତ ୬ତାରିଖରେ ଏହା ୨୦୯୦.୨୨ ଟଙ୍କା ରହିଥିଲା। ଏବେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟରେ ଅବମୂଲ୍ୟାୟନ ଘଟି ୬୬.୯୧ଟଙ୍କା ରହିଛି।

Related story