ବାହାଘର ପାଇଁ ଟଙ୍କା ଉଠାଇବାକୁ ନୂଆ ଗାଇଡଲାଇନ

ଭୁବନେଶ୍ୱର: ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ବନ୍ଦ ପରେ ଏହାର ପ୍ରଭାବ ବିଭିନ୍ନ କ୍ଷେତ୍ରରେ ଦେଖିବାକୁ ମିଳୁଛି। ବିଶେଷ କରି ବିବାହ ଉତ୍ସବ ଆୟୋଜନ ହେଉଥିବା ଘରେ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରିସ୍ଥିତିକୁ ଦେଖି ଆରବିଆଇ ପକ୍ଷରୁ ବିବାହ ପାଇଁ ଟଙ୍କା ଉଠାଇବା କ୍ଷେତ୍ରରେ ନୂଆ ଗାଇଡଲାଇନ କରାଯାଇଛି। ଏହି ଗାଇଡଲାଇନ ଅନୁସାରେ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ଆକାଉଣ୍ଟରେ ଜମା ଟଙ୍କାରୁ ଅଢ଼େଇ ଲକ୍ଷ ଟଙ୍କା ବିବାହ ପାଇଁ […]

marrage

Rakesh Mallick
  • Published: Tuesday, 22 November 2016
  • , Updated: 22 November 2016, 03:43 PM IST

ଭୁବନେଶ୍ୱର: ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ବନ୍ଦ ପରେ ଏହାର ପ୍ରଭାବ ବିଭିନ୍ନ କ୍ଷେତ୍ରରେ ଦେଖିବାକୁ ମିଳୁଛି। ବିଶେଷ କରି ବିବାହ ଉତ୍ସବ ଆୟୋଜନ ହେଉଥିବା ଘରେ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରିସ୍ଥିତିକୁ ଦେଖି ଆରବିଆଇ ପକ୍ଷରୁ ବିବାହ ପାଇଁ ଟଙ୍କା ଉଠାଇବା କ୍ଷେତ୍ରରେ ନୂଆ ଗାଇଡଲାଇନ କରାଯାଇଛି। ଏହି ଗାଇଡଲାଇନ ଅନୁସାରେ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ଆକାଉଣ୍ଟରେ ଜମା ଟଙ୍କାରୁ ଅଢ଼େଇ ଲକ୍ଷ ଟଙ୍କା ବିବାହ ପାଇଁ ଉଠାଯାଇପାରିବ।

ନଭେମ୍ବର ୮ ତାରିଖ ପରେ ଜମା କରାଯାଇଥିବା ଟଙ୍କାକୁ ବିବାହ ଖର୍ଚ୍ଚ ଲାଗି ଉଠାଯାଇ ପାରିବ ନାହିଁ। କେବଳ କେୱାଇସି ଅନୁମୋଦିତ ଆକାଉଣ୍ଟରୁ ଏହି ଟଙ୍କା ଉଠାଯାଇପାରିବ। ସେହିପରି ଡିସେମ୍ବର ୩୦ ତାରିଖ କିମ୍ବା ତା’ ପୂର୍ବରୁ ହେଉଥିବା ବିବାହ ପାଇଁ ଏହି ଟଙ୍କା ଉଠାଯାଇପାରିବ। ବିବାହ କରିବାକୁ ଯାଉଥିବା ଯୁବକ, ଯୁବତୀ କିମ୍ବା ତାଙ୍କ ମାତାପିତାଙ୍କ ମଧ୍ୟରୁ କେବଳ ଜଣେ ଏହି ଟଙ୍କା ଉଠାଇ ପାରିବେ। ଏହି ଟଙ୍କା ଉକ୍ତ ବ୍ୟକ୍ତିଙ୍କୁ ପୈଠ କରାଯିବ ଯେଉଁମାନଙ୍କ ବ୍ୟାଙ୍କ ଆକାଉଣ୍ଟ ନ ଥିବ। ଏଥିପାଇଁ ବିବାହ ଉଦ୍ଦେଶ୍ୟରେ ଟଙ୍କା ଉଠାଉଥିବା ବ୍ୟକ୍ତିଙ୍କୁ ଏକ ଘୋଷଣାନାମା ଦେବାକୁ ପଡ଼ିବ।

ସେହିପରି ବାହାଘରର ପ୍ରମାଣ ପାଇଁ ନିମନ୍ତ୍ରଣପତ୍ର ତଥା ମଣ୍ଡପ ଓ କ୍ୟାଟେରିଂ ବୁକିଂର ରସିଦ୍ ମଧ୍ୟ ଦେବାକୁ ପଡିବ।

Related story