ସମସ୍ତ ବ୍ୟାଙ୍କ ବନ୍ଦ, ଆସନ୍ତାକାଲି ବି ଏଟିଏମ୍ ବନ୍ଦ

ଭୁବନେଶ୍ୱର: ଗତକାଲି ମଧ୍ୟରାତ୍ରରୁ ଅଚଳ ହୋଇଛି ପାଞ୍ଚ ଶହ ଓ ହଜାରେ ଟଙ୍କିଆ ନୋଟ୍‌। ତା’ସହିତ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଆଜି ଦେଶରେ ସମସ୍ତ ବ୍ୟାଙ୍କ ବନ୍ଦ ରହିଛି। ସମସ୍ତ ଏଟିଏମ୍‌ ଆଜି ବନ୍ଦ ରହିଛି। ଏଟିଏମ୍‌ଗୁଡ଼ିକ ଆସନ୍ତାକାଲି ବି ବନ୍ଦ ରହିବ। ପାଞ୍ଚ ଶହ ଓ ହଜାରେ ଟଙ୍କିଆ ନୋଟ୍ ଅଚଳ ହେବା ନେଇ ସରକାରଙ୍କ ଅଚାନକ ଘୋଷଣା ପରେ ସାମାନ୍ୟ ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି ସାଧାରଣ ଲୋକେ। ଗତକାଲି ବିଳମ୍ବିତ ରାତି ଯାଏଁ ଏଟିଏମ୍ […]

bank

Rakesh Mallick
  • Published: Wednesday, 09 November 2016
  • , Updated: 09 November 2016, 02:36 PM IST

ଭୁବନେଶ୍ୱର: ଗତକାଲି ମଧ୍ୟରାତ୍ରରୁ ଅଚଳ ହୋଇଛି ପାଞ୍ଚ ଶହ ଓ ହଜାରେ ଟଙ୍କିଆ ନୋଟ୍‌। ତା’ସହିତ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଆଜି ଦେଶରେ ସମସ୍ତ ବ୍ୟାଙ୍କ ବନ୍ଦ ରହିଛି। ସମସ୍ତ ଏଟିଏମ୍‌ ଆଜି ବନ୍ଦ ରହିଛି। ଏଟିଏମ୍‌ଗୁଡ଼ିକ ଆସନ୍ତାକାଲି ବି ବନ୍ଦ ରହିବ।

ପାଞ୍ଚ ଶହ ଓ ହଜାରେ ଟଙ୍କିଆ ନୋଟ୍ ଅଚଳ ହେବା ନେଇ ସରକାରଙ୍କ ଅଚାନକ ଘୋଷଣା ପରେ ସାମାନ୍ୟ ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି ସାଧାରଣ ଲୋକେ। ଗତକାଲି ବିଳମ୍ବିତ ରାତି ଯାଏଁ ଏଟିଏମ୍ କାଉଣ୍ଟର ଏବଂ ପେଟ୍ରୋଲ୍ ପମ୍ପରେ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ଆଜି ମଧ୍ୟ ପେଟ୍ରୋଲ୍ ପମ୍ପଗୁଡ଼ିକରେ ଲୋକଙ୍କ ଗହଳି ଲାଗି ରହିଛି।  ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଦେଇ ଲୋକେ ଖୁଚୁରା ମାଗୁଥିବାରୁ ପେଟ୍ରୋଲ୍ ପମ୍ପ୍‌ କର୍ତ୍ତୃପକ୍ଷ ମଧ୍ୟ ଅଡୁଆରେ ପଡ଼ିଯାଇଛନ୍ତି। କଟକ ଓ ଭୁବନେଶ୍ୱରରେ ବିଭିନ୍ନ ସରକାରୀ ମେଡିକାଲ ପରିସରେ ଥିବା ଔଷଧ ଦୋକାନଗୁଡ଼ିକରେ ମଧ୍ୟ ଲୋକଙ୍କ ଗହଳି ଲାଗିଛି।

ଆସନ୍ତାକାଲିଠାରୁ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଲୋକେ ବ୍ୟାଙ୍କ ଓ ପୋଷ୍ଟ ଅଫିସ୍‌ରେ  ପରିଚୟପତ୍ର ଦେଖାଇ ବ୍ୟାଙ୍କ ଓ ପୋଷ୍ଟ ଅଫିସ୍‌ରେ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ବଦଳାଇ ପାରିବେ। ସେହିପରି ୨୦୧୭ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କରେ ସିଧାସଳଖ ଟଙ୍କା ଜମା କରାଯାପାରିବ। ଆସନ୍ତା ୧୧ ତାରିଖରେ ଏଟିଏମ୍‌ ଖୋଲିବା ପରେ କିଛି ଦିନ ପାଇଁ ଦିନକୁ ୨୦୦୦ ଟଙ୍କା ଓ ପରେ ଦିନକୁ ୪୦୦୦ ଟଙ୍କା ପର୍ଯ୍ୟନ୍ତ ଉଠାଇ ହେବ। ପରେ ଟଙ୍କା ଉଠାଇବା ପରିମାଣ ବଢ଼ିବ।

 

 

Related story