ବ୍ୟାଙ୍କିଂ ବ୍ୟବସ୍ଥାରେ ସଂସ୍କାରକୁ ବିରୋଧ କରି ୟୁଏଫ୍‌ବିୟୁର ଧର୍ମଘଟ

ଭୁବନେଶ୍ୱର: ବ୍ୟାଙ୍କିଂ ବ୍ୟବସ୍ଥାରେ ସଂସ୍କାରକୁ ବିରୋଧ କରି ବ୍ୟାଙ୍କ ସଂଘ ମିଳିତ ଫୋରମ୍ (ୟୁଏଫ୍‌ବିୟୁ) ପକ୍ଷରୁ ଆଜି ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ଏଥିରେ ସାରା ଦେଶରେ ୮୦,୦୦୦ରୁ ଅଧିକ ବ୍ୟାଙ୍କରେ କାର୍ଯ୍ୟରତ ପ୍ରାୟ ୧୦ ଲକ୍ଷ କର୍ମଚାରୀ ଓ ଅଫିସର ସାମିଲ ହୋଇଛନ୍ତି। ଫଳରେ ବ୍ୟାଙ୍କ ସେବା ବାଧାପ୍ରାପ୍ତ ହୋଇଛି। ଏହି ଧର୍ମଘଟକୁ ଏଡ଼ାଇବାକୁ ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ ହେଁ ତାହା ବିଫଳ ହୋଇଥିଲା। ବ୍ୟାଙ୍କିଂ […]

bank

Rakesh Mallick
  • Published: Friday, 29 July 2016
  • , Updated: 29 July 2016, 02:39 PM IST

ଭୁବନେଶ୍ୱର: ବ୍ୟାଙ୍କିଂ ବ୍ୟବସ୍ଥାରେ ସଂସ୍କାରକୁ ବିରୋଧ କରି ବ୍ୟାଙ୍କ ସଂଘ ମିଳିତ ଫୋରମ୍ (ୟୁଏଫ୍‌ବିୟୁ) ପକ୍ଷରୁ ଆଜି ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ଏଥିରେ ସାରା ଦେଶରେ ୮୦,୦୦୦ରୁ ଅଧିକ ବ୍ୟାଙ୍କରେ କାର୍ଯ୍ୟରତ ପ୍ରାୟ ୧୦ ଲକ୍ଷ କର୍ମଚାରୀ ଓ ଅଫିସର ସାମିଲ ହୋଇଛନ୍ତି। ଫଳରେ ବ୍ୟାଙ୍କ ସେବା ବାଧାପ୍ରାପ୍ତ ହୋଇଛି।

ଏହି ଧର୍ମଘଟକୁ ଏଡ଼ାଇବାକୁ ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ ହେଁ ତାହା ବିଫଳ ହୋଇଥିଲା। ବ୍ୟାଙ୍କିଂ ବ୍ୟବସ୍ଥାରେ ଅଣାଯାଇଥିବା ନୂଆ ନୀତିର ପରିବର୍ତ୍ତନ ପାଇଁ ଦାବି ହୋଇଥିଲେ ମଧ୍ୟ ତାହା ପୂରଣ କରାଯାଇ ନ ଥିଲା।

Related story