ବର୍ଷ ଶେଷ ସୁଦ୍ଧା ଭାରତକୁ ଫେରିବ ମ୍ୟାଗି

ନୂଆଦିଲ୍ଲୀ: ଭାରତୀୟ ବଜାରକୁ ପୁଣି ଫେରିବ ଦୁଇ ମିନିଟରେ ଭୋକ ମେଣ୍ଟାଉଥିବା ନୁଡୁଲ୍ସ ‘ମ୍ୟାଗି଼’। ମ୍ୟାଗି ଉପରେ ବମ୍ବେ ହାଇକୋର୍ଟ ଲାଗାଇଥିବା କଟକଣା ଉଠିବା ଦେବା ପରେ ଚଳିତବର୍ଷ ଶେଷ ସୁଦ୍ଧା ଭାରତୀୟ ବଜାରକୁ ଫେରିବାର ଯୋଜନା କରୁଛି ନେସଲେ ଇଣ୍ଡିଆର ଏହି ନୁଡୁଲ୍ସ।  ଗତ ଜୁନରୁ ଏହି କମ୍ପାନୀ ୪୫୦ କୋଟି ଟଙ୍କାର କ୍ଷତି ସହିଥିବାବେଳେ ପ୍ରାୟ ୩୦ହଜାର ଟନ୍ ଇଷ୍ଟାଣ୍ଡ ନୁଡୁଲ୍ସକୁ ନଷ୍ଟ କରିସାରିଛି। ଏହି ଉତ୍ପାଦଗୁଡିକରେ ମାତ୍ରାଧିକ ସୀସ ଥିବା କାରଣରୁ ଏହାକୁ […]

maggi

maggi

Rakesh Mallick
  • Published: Sunday, 23 August 2015
  • Updated: 23 August 2015, 03:29 PM IST

Sports

Latest News

maggiନୂଆଦିଲ୍ଲୀ: ଭାରତୀୟ ବଜାରକୁ ପୁଣି ଫେରିବ ଦୁଇ ମିନିଟରେ ଭୋକ ମେଣ୍ଟାଉଥିବା ନୁଡୁଲ୍ସ ‘ମ୍ୟାଗି଼’। ମ୍ୟାଗି ଉପରେ ବମ୍ବେ ହାଇକୋର୍ଟ ଲାଗାଇଥିବା କଟକଣା ଉଠିବା ଦେବା ପରେ ଚଳିତବର୍ଷ ଶେଷ ସୁଦ୍ଧା ଭାରତୀୟ ବଜାରକୁ ଫେରିବାର ଯୋଜନା କରୁଛି ନେସଲେ ଇଣ୍ଡିଆର ଏହି ନୁଡୁଲ୍ସ।  ଗତ ଜୁନରୁ ଏହି କମ୍ପାନୀ ୪୫୦ କୋଟି ଟଙ୍କାର କ୍ଷତି ସହିଥିବାବେଳେ ପ୍ରାୟ ୩୦ହଜାର ଟନ୍ ଇଷ୍ଟାଣ୍ଡ ନୁଡୁଲ୍ସକୁ ନଷ୍ଟ କରିସାରିଛି। ଏହି ଉତ୍ପାଦଗୁଡିକରେ ମାତ୍ରାଧିକ ସୀସ ଥିବା କାରଣରୁ ଏହାକୁ ଭାରତୀୟ ବଜାରରେ ବିକ୍ରି ଉପରେ ରୋକ ଲଗାଯାଇଥିଲା। ଏ ନେଇ ନେସଲେ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ସୁରେଶ ନାରାୟଣ କହିଛନ୍ତି ଯେ, ପୂର୍ବରୁ ଭାରତୀୟ ବଜାରରେ ଯେଉଁ ଉତ୍ପାଦ ବିକ୍ରି ପାଇଁ ଆସିଥିଲା ଏହାକୁ ନଷ୍ଟ କରାଯାଇଛି। ଆସନ୍ତା ଦିନରେ ଏହାଠାରୁ ଭଲ ଉତ୍ପାଦ ବଜାରକୁ ଆସିବ ବୋଲି ସେ କହିଛନ୍ତି। ସେ କହିଛନ୍ତି, ବମ୍ବେ ହାଇକୋର୍ଟର ନିର୍ଦ୍ଦେଶ ମୁତାବକ ମ୍ୟାଗିର ଗୁଣବତ୍ତା ଯାଞ୍ଚ ପାଇଁ ଦେଶର ତିନିଟି ପ୍ରମୁଖ ସ୍ୱାଧୀନ ଲାବୋରେଟାରୀକୁ ସାମ୍ପୁଲ ପଠା ଯାଇଛି। ପଞ୍ଜାବ, ହାଇଦ୍ରାବାଦ ଓ ଜୟପୁରରେ ଏହାର ଗୁଣବତ୍ତା ଯାଞ୍ଚ କରାଯାଉଛି। ଏ ନେଇ ନିର୍ଦ୍ଧାରିତ ସମୟରେ ସବୁଜ ସଙ୍କେତ ମିଳିବ ବୋଲି ନେସଲେ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ସୁରେଶ ନାରାୟଣ ଆଶା ବ୍ୟକ୍ତ କରିଛନ୍ତି। ଏହାସହ ସେ କହିଛନ୍ତି ଯେ, ଯେତେବେଳେ ଏହି ଉତ୍ପାଦଗୁଡିକ କମ୍ପାନୀରେ ଉତ୍ପାଦିତ ହେଉଥିଲା ଏହାର ଏକମାସ ପୂର୍ବରୁ ଏହାକୁ ବୈଜ୍ଞାନିକମାନେ ଦୀର୍ଘଦିନ ଧରି ଟେଷ୍ଟ କରିଥିଲେ। ଏହାପରେ ଏଥିରେ ଆବଶ୍ୟକତାଠାରୁ ଅଧିକ ପରିମାଣରେ ସୀସା ରହିବା ଅଭିଯୋଗ ହୋଇଥିଲା। ଏହାପରେ କମ୍ପାନୀ ପକ୍ଷରୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos