ବେଙ୍ଗାଲୁରୁ ପୁଞ୍ଜି ନିବେଶ ସମ୍ମିଳନୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାକୁ ପୁଞ୍ଜି ନିବେଶକାରୀଙ୍କୁ ଆକୃଷ୍ଟ କରିବା ପାଇଁ ଆସନ୍ତା ୨୫ ଓ ୨୬ ତାରିଖ ଦୁଇଦିନ ବେଙ୍ଗାଲୁରୁରେ ପୁଞ୍ଜି ନିବେଶ ସମ୍ମିଳନୀ ଅନୁଷ୍ଠିତ ହେବ। ଏ ନେଇ ଗତକାଲି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ୨୬ ତାରିଖରେ ସମ୍ମିଳନୀରେ ଭାଗ ନେବେ। ରାଜ୍ୟ ଶିଳ୍ପ ବିଭାଗ ଓ କର୍ଣ୍ଣାଟକ ଏବଂ ଓଡ଼ିଶା ସିଆଇଆଇ ସହଯୋଗରେ ଏହି ସମ୍ମିଳନୀ ଆୟୋଜନ କରାଯିବ। ଏଥିରେ ଦେଶର ପ୍ରମୁଖ ଶିଳ୍ପ ସଂସ୍ଥା ଭାବ ନେବେ। ୨୬ […]

cm

Rakesh Mallick
  • Published: Wednesday, 17 August 2016
  • , Updated: 17 August 2016, 09:57 AM IST

ଭୁବନେଶ୍ୱର: ଓଡ଼ିଶାକୁ ପୁଞ୍ଜି ନିବେଶକାରୀଙ୍କୁ ଆକୃଷ୍ଟ କରିବା ପାଇଁ ଆସନ୍ତା ୨୫ ଓ ୨୬ ତାରିଖ ଦୁଇଦିନ ବେଙ୍ଗାଲୁରୁରେ ପୁଞ୍ଜି ନିବେଶ ସମ୍ମିଳନୀ ଅନୁଷ୍ଠିତ ହେବ। ଏ ନେଇ ଗତକାଲି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ୨୬ ତାରିଖରେ ସମ୍ମିଳନୀରେ ଭାଗ ନେବେ।

ରାଜ୍ୟ ଶିଳ୍ପ ବିଭାଗ ଓ କର୍ଣ୍ଣାଟକ ଏବଂ ଓଡ଼ିଶା ସିଆଇଆଇ ସହଯୋଗରେ ଏହି ସମ୍ମିଳନୀ ଆୟୋଜନ କରାଯିବ। ଏଥିରେ ଦେଶର ପ୍ରମୁଖ ଶିଳ୍ପ ସଂସ୍ଥା ଭାବ ନେବେ।

୨୬ ତାରିଖରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଷ୍ଟାର୍ଟ ଅପ୍‌ ପଲିସିର ଶୁଭାରମ୍ଭ କରିବେ। ଏହାସହ ଭୁବନେଶ୍ୱର ଇନ୍‌ଫୋ ଭ୍ୟାଲିର ମାଷ୍ଟର ପ୍ଲାନ୍‌ ମଧ୍ୟ ଉନ୍ମୋଚନ କରାଯିବ।

ଗତକାଲି ସଚିବାଳୟରେ ବସିଥିବା ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ଉପେନ୍ଦ୍ର ନାଥ ବେହେରା, ଉନ୍ନୟନ କମିଶନର, ଶିଳ୍ପ, ଜଳସମ୍ପଦ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ସଚିବମାନେ ଯୋଗ ଦେଇଥିଲେ।

Related story