‘ମେ’ ସୁଦ୍ଧା ନିଲାମ ହେବ ୩ଟି ଖଣି’

ଭୁବନେଶ୍ୱର: ଆସନ୍ତା ମେ’ ମାସ ସୁଦ୍ଧା ରାଜ୍ୟରେ ୩ଟି ଖଣିର ନିଲାମ କାର୍ଯ୍ୟ ଶେଷ ହେବ। ଏହି ଖଣିଗୁଡ଼ିକ ମଧ୍ୟରେ ଦୁଇଟି ଲୁହାପଥର ଖଣି ରହିଛି। ସେଗୁଡ଼ିକ ହେଉଛି ସୁନ୍ଦରଗଡ଼ର ନେତ୍ରବନ୍ଦ ଓ କେନ୍ଦୁଝର କଳମୁଣ୍ଡା ଖଣି। ସେହିପରି ଗାରାମୁରା ଚୂନ ପଥର ଖଣି ନିଲାମ ବି ମେ’ ମାସ ସୁଦ୍ଧା ସରିବ। ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏହି ସୂଚନା ଦେଇଛନ୍ତି। ୨୦୧୭-୧୮ ଆର୍ଥିକ ବର୍ଷରେ ଆଉ ୬ଟି ଖଣିର ନିଲମ ଶେଷ ହେବ […]

prafulla

Rakesh Mallick
  • Published: Friday, 21 April 2017
  • , Updated: 21 April 2017, 10:09 PM IST

ଭୁବନେଶ୍ୱର: ଆସନ୍ତା ମେ’ ମାସ ସୁଦ୍ଧା ରାଜ୍ୟରେ ୩ଟି ଖଣିର ନିଲାମ କାର୍ଯ୍ୟ ଶେଷ ହେବ। ଏହି ଖଣିଗୁଡ଼ିକ ମଧ୍ୟରେ ଦୁଇଟି ଲୁହାପଥର ଖଣି ରହିଛି। ସେଗୁଡ଼ିକ ହେଉଛି ସୁନ୍ଦରଗଡ଼ର ନେତ୍ରବନ୍ଦ ଓ କେନ୍ଦୁଝର କଳମୁଣ୍ଡା ଖଣି। ସେହିପରି ଗାରାମୁରା ଚୂନ ପଥର ଖଣି ନିଲାମ ବି ମେ’ ମାସ ସୁଦ୍ଧା ସରିବ। ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏହି ସୂଚନା ଦେଇଛନ୍ତି।

୨୦୧୭-୧୮ ଆର୍ଥିକ ବର୍ଷରେ ଆଉ ୬ଟି ଖଣିର ନିଲମ ଶେଷ ହେବ ବୋଲି ଖଣି ମନ୍ତ୍ରୀ କହିଛନ୍ତି।

ସେ କହିଛନ୍ତି ଯେ ଚଳିତ ବର୍ଷ ଖଣି ରାଜସ୍ୱ ଆଦାୟ ହ୍ରାସ ପାଇଛି। ୬,୫୦୦ କୋଟି ଟଙ୍କା ଆଦାୟ ପାଇଁ ଟାର୍ଗେଟ ରଖାଯାଇଥିଲା। କିନ୍ତୁ ୪,୫୦୦ କୋଟି ଟଙ୍କା ଆଦାୟ ହୋଇଛି।

ଅନ୍ତର୍ଜାତୀୟ ବଜାରରେ ଲୁହାପଥର ଚାହିଦା ହ୍ରାସ ଯୋଗୁଁ ରାଜସ୍ୱ ଆଦାୟ କିମିଛି ବୋଲି ଖଣି ମନ୍ତ୍ରୀ କହିଛନ୍ତି।

Related story