ଆସନ୍ତା ସାତ ବର୍ଷରେ ସହରାଞ୍ଚଳ ବିକାଶରେ ନିବେଶ ହେବ ୩୦ ହଜାର କୋଟି

ଭୁବନେଶ୍ୱର: ରାଜ୍ୟର ସହରାଞ୍ଚଳ ବିକାଶ ପାଇଁ ଆସନ୍ତା ପାଞ୍ଚ ସାତ ବର୍ଷରେ ୩୦ ହଜାର କୋଟି ଟଙ୍କା ନିବେଶ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଆଜି ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ କହିଛନ୍ତି। ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭର ସ୍ମାର୍ଟ ସିଟି ସେମିନାରରେ ଯୋଗ ଦେଇ ସେ ଏହା କହିଥିଲେ। ସେ କହିଥିଲେ,‘ଭୁବନେଶ୍ୱର ଓ ରାଉରକେଲାରେ ଆସନ୍ତା ୫ ବର୍ଷରେ ୮୬ଟି ପ୍ରକଳ୍ପରେ ୭,୧୦୮ କୋଟି ଟଙ୍କା ନିବେଶ କରିବାକୁ ଲକ୍ଷ୍ୟ ରଖାଯାଇଛି। ଜାତୀୟ ସ୍ମାର୍ଟ […]

puspendra

Rakesh Mallick
  • Published: Friday, 02 December 2016
  • , Updated: 02 December 2016, 01:12 PM IST

ଭୁବନେଶ୍ୱର: ରାଜ୍ୟର ସହରାଞ୍ଚଳ ବିକାଶ ପାଇଁ ଆସନ୍ତା ପାଞ୍ଚ ସାତ ବର୍ଷରେ ୩୦ ହଜାର କୋଟି ଟଙ୍କା ନିବେଶ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଆଜି ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ କହିଛନ୍ତି। ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭର ସ୍ମାର୍ଟ ସିଟି ସେମିନାରରେ ଯୋଗ ଦେଇ ସେ ଏହା କହିଥିଲେ।

ସେ କହିଥିଲେ,‘ଭୁବନେଶ୍ୱର ଓ ରାଉରକେଲାରେ ଆସନ୍ତା ୫ ବର୍ଷରେ ୮୬ଟି ପ୍ରକଳ୍ପରେ ୭,୧୦୮ କୋଟି ଟଙ୍କା ନିବେଶ କରିବାକୁ ଲକ୍ଷ୍ୟ ରଖାଯାଇଛି। ଜାତୀୟ ସ୍ମାର୍ଟ ସିଟି ଯୋଜନାରେ ଏହି ଅର୍ଥ ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।”

ନଗର ଉନ୍ନୟନ ମନ୍ତ୍ରୀ କହିଥିଲେ,“ଭୁବନେଶ୍ୱରରେ ୫୦ଟି ପ୍ରକଳ୍ପ କରାଯିବ। ଏଥିରେ ୪,୫୩୭ କୋଟି ଟଙ୍କା ନିବେଶ କରାଯିବ। ଏଥିରୁ ୨୭୨୫ କୋଟି ଟଙ୍କା ପିପିଟି ମୋଡ୍‌ରେ ନିବେଶ କରାଯିବ। ଅନ୍ୟାନ୍ୟ ପ୍ରକଳ୍ପ ସହିତ ଟ୍ରାଫିକ୍, ପାର୍କି, ବସ୍ ସେବା ଓ କମନ୍ ପେମେଣ୍ଟ୍ କାର୍‌ ଭଳି ବ୍ୟବସ୍ଥାରେ ଏହି ଟଙ୍କା ନିବେଶ କରାଯିବ।”

ସେ କହିଥିଲେ,“ରାଉରକେଲାରେ ୨,୫୭୧ କୋଟି ଟଙ୍କା ନିବେଶ କରାଯିବ। ଜଳ ପରିଚାଳନା, ପରିବେଶ ଓ ସଂରକ୍ଷଣ, ମାର୍କେଟ ଅପଗ୍ରେଡେସନ୍‌ ଆଦି କ୍ଷେତ୍ରର ଏହି ଅର୍ଥ ନିବେଶ କରାଯିବ।”

Related story