“ବିଗ୍‌ବଜାର ଓ ରିଲାଏନ୍ସ ଫ୍ରେସ୍‌ କେତେ ଡାଲି ରଖିଛନ୍ତି ତଥ୍ୟ ଦିଅ”

ଭୁବନେଶ୍ୱର: ରାଜ୍ୟରେ ବିଗ୍‌ବଜାର ଓ ରିଲାଏନ୍ସ ଫ୍ରେସ୍‌ ପରି ଷ୍ଟୋର ଗୁଡ଼ିକ ବିପୁଳ ପରିମାଣରେ ଡାଲି ଗଚ୍ଛିତ ରଖୁଛନ୍ତି ବୋଲି ସନ୍ଦେହ କରି କେନ୍ଦ୍ର ଖାଉଟି ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠି ପାଇବା ପରେ ସମ୍ପୃକ୍ତ ମଲ୍ଟି ଷ୍ଟୋର ଗୁଡ଼ିକ କେତେ ଡାଲି ମହଜୁଦ୍‌ ରଖିଛନ୍ତି ସେ ସମ୍ପର୍କରେ ଜାଣିବା ପାଇଁ ରାଜ୍ୟ ଖାଉଟି କଲ୍ୟାଣ ବିଭାଗ ଖୋର୍ଦ୍ଧା ଓ କଟକ ଯୋଗାଣ ଅଧିକାରୀଙ୍କଠାରୁ ତଥ୍ୟ ମାଗିଛନ୍ତି। ରାଜ୍ୟରେ ବିଗ୍‌ବଜାର ଓ ରିଲାଏନ୍ସ […]

dal

Rakesh Mallick
  • Published: Tuesday, 13 September 2016
  • , Updated: 13 September 2016, 08:13 PM IST

ଭୁବନେଶ୍ୱର: ରାଜ୍ୟରେ ବିଗ୍‌ବଜାର ଓ ରିଲାଏନ୍ସ ଫ୍ରେସ୍‌ ପରି ଷ୍ଟୋର ଗୁଡ଼ିକ ବିପୁଳ ପରିମାଣରେ ଡାଲି ଗଚ୍ଛିତ ରଖୁଛନ୍ତି ବୋଲି ସନ୍ଦେହ କରି କେନ୍ଦ୍ର ଖାଉଟି ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠି ପାଇବା ପରେ ସମ୍ପୃକ୍ତ ମଲ୍ଟି ଷ୍ଟୋର ଗୁଡ଼ିକ କେତେ ଡାଲି ମହଜୁଦ୍‌ ରଖିଛନ୍ତି ସେ ସମ୍ପର୍କରେ ଜାଣିବା ପାଇଁ ରାଜ୍ୟ ଖାଉଟି କଲ୍ୟାଣ ବିଭାଗ ଖୋର୍ଦ୍ଧା ଓ କଟକ ଯୋଗାଣ ଅଧିକାରୀଙ୍କଠାରୁ ତଥ୍ୟ ମାଗିଛନ୍ତି।

ରାଜ୍ୟରେ ବିଗ୍‌ବଜାର ଓ ରିଲାଏନ୍ସ ଫ୍ରେସ୍‌ ପରି ମଲ୍ଟି ଷ୍ଟୋର ଗୁଡ଼ିକ ସେମାନଙ୍କ କାୟା ବିସ୍ତାର କରିଛନ୍ତି। ସେମାନେ ହରଡ ଓ ମୁଗ ଡାଲି କିଲୋ ପିଛା ୧୦୦ ଟଙ୍କାରୁ କମ୍‌ରେ ବିକ୍ରି କରୁଛନ୍ତି। ଏମାନେ କମ୍‌ ଦାମରେ ଡାଲି କିଣି ମହଜୁଦ୍‌ ରଖିଥିବା ଅଭିଯୋଗ ହେଉଛି।  ଏହାର ତଥ୍ୟ ଦେବାକୁ କେନ୍ଦ୍ର ସରକାର କହିଛନ୍ତି। ଏହାଛଡ଼ା ବିକ୍ରୟ କେନ୍ଦ୍ର ଗୁଡିକରେ ରାଜ୍ୟ ଯୋଗାଣ ବିଭାଗ ଚଢ଼ାଉ କରିଛି କି ନାହିଁ ସେ ସମ୍ପର୍କରେ ଜାଣିବା ପାଇଁ କେନ୍ଦ୍ର ଖାଉଟି କଲ୍ୟାଣ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି। ଚିଠି ପାଇବା ପରେ ରାଜ୍ୟ ଖାଉଟି କଲ୍ୟାଣ ବିଭାଗ ବିଗ୍‌ ବଜାର ଓ ରିଲାଏନ୍ସ ଫ୍ରେସ୍‌ ପରି ମଲ୍ଟି ଷ୍ଟୋର ଗୁଡ଼ିକ କେତେ ଡାଲି ମହଜୁଦ୍‌ ରଖିଛନ୍ତି ତାର ତଥ୍ୟ ଦେବାକୁ ଖୋର୍ଦ୍ଧା ଓ କଟକ ଯୋଗାଣ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି।

ଖାଉଟି ମନ୍ତ୍ରୀ ସଞ୍ଜୟ ଦାସ ବର୍ମା କହିଛନ୍ତି, “ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ଥିବା ମଲ୍ଟି ନ୍ୟାସନାଲ ଷ୍ଟୋର ଗୁଡ଼ିକରେ କେତେ ଡାଲି ମହଜୁଦ୍‌ ରହିଛି ସେ ସମ୍ପର୍କରେ ତଥ୍ୟ ଦେବାକୁ  ସିଏସ୍‌ଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।”

ହୋଲସେଲ୍‌ର ଓ ରିଟେଲର କେତେ ଡାଲି ମହଜୁଦ୍‌ ରଖିବେ ସେଥିପାଇଁ ରାଜ୍ୟ ଯୋଗାଣ ବିଭାଗ ଗତ ମେ’ ୧୭ ତାରିଖରେ ସୀମା ଧାର୍ଯ୍ୟ କରିଥିଲେ। ସେହି ନିୟମ ଅନୁସାରେ ହୋଲସେଲରମାନେ ୨୦୦୦ କ୍ୱିଣ୍ଟାଲ ଓ ରିଟେଲରମାନେ ୫୦ କ୍ୱିଣ୍ଟାଲ ପର୍ଯ୍ୟନ୍ତ ଡାଲି ମହଜୁଦ୍‌ ରଖିପାରିବେ। ତେବେ ବିଗ୍‌ ବଜାର ଓ ରିଲାଏନ୍ସ ଫ୍ରେସ୍‌ ପରି ମଲ୍ଟି ଷ୍ଟୋର ଗୁଡ଼ିକ ପାଇଁ ସେମିତି କିଛି ସୀମା ଧାର୍ଯ୍ୟ କରାଯାଇ ନାହିଁ ବୋଲି ବ୍ୟବସାୟୀ ସଂଘ ଅଭିଯୋଗ କରିଛି।

Related story